ମୁମ୍ବାଇ: ରିଲିଜ ହୋଇଯାଇଛି ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ହନୁମାନ' । ଏହି ଚଳଚ୍ଚିତ୍ରରେ ଅଭିନେତା ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପ୍ରେକ୍ଷାଳୟରେ ଫିଲ୍ମଟି ମୁକ୍ତିଲାଭ କରିଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ପ୍ରଶାନ୍ତ ବର୍ମାଙ୍କର ଏହି ପ୍ରୋଜେକ୍ଟ ନା କେବଳ ଭାରତର ପ୍ରଥମ ଘରୋଇ ସୁପରହିରୋ ଫିଲ୍ମର ଆରମ୍ଭ କରିନି ବରଂ ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଏବଂ ବିହାରରେ ଦର୍ଶକଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫିଲ୍ମ ହନୁମାନ ରିଲିଜ ହୋଇଥିବାରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । 'ହନୁମାନ' ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ମେକର୍ସଙ୍କ ସହିତ ମିଶି ଦର୍ଶକଙ୍କ ପାଇଁ ଭାରତୀୟ ଶାସ୍ତ୍ର ଏବଂ ପୌରାଣିକ କଥା ମାଧ୍ୟମରେ ସିନେମାଟିକ୍ ଅଭିଜ୍ଞତାକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆରକେଡି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରାଇମ ସୋ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍ମ 'ହନୁମାନ'ରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଦ୍ବାରା ମହାଶକ୍ତି ପ୍ରାପ୍ତ କରିବାର ଅସାଧାରଣ ଯାତ୍ରାକୁ ପ୍ରକାଶ କରାଯାଇଛି । ଫିଲ୍ମରେ ଭଲ ଏବଂ ମନ୍ଦ ମଧ୍ୟରେ ଯୁଦ୍ଧକୁ ଚମତ୍କାର ଭାବେ ଦର୍ଶାଯାଇଛି । ଚଳଚ୍ଚିତ୍ରର କ୍ଲାଇମାକ୍ସରେ ଏପରି ଏକ ଅନୁଭବ ଅଛି ଯାହା ଦର୍ଶକଙ୍କୁ ବଡ଼ ବଜେଟ୍ ଚଳଚ୍ଚିତ୍ର ଆଡକୁ ନେଇଯାଉଛି । ଫିଲ୍ମରେ ହିନ୍ଦୀ ଡାଇଲଗ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି ।
ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍
ଏହା ମଧ୍ୟ ପଢନ୍ତୁ -ଆସିଲା ତେଲୁଗୁ ଫିଲ୍ମ 'ହନୁମାନ' ଟ୍ରେଲର, ଇଣ୍ଡିଆନ ସୁପରହିରୋ ଅବତାରରେ ତେଜା ସଜ୍ଜା
ତେବେ ତେଜା ସଜ୍ଜାଙ୍କ ବ୍ୟତୀତ ବିନୟ ରୟ, ଅମୃତା ଆୟର୍, ବରଲକ୍ଷ୍ମୀ ସରଥ କୁମାର, ରାଜ ଦୀପକ ଶେଟ୍ଟୀ, ଭେନେଲା କିଶୋର ଏବଂ ଅନ୍ୟାନ୍ୟ କଳାକାର ତେଲୁଗୁ ସୁପରହିଟ୍ ଫିଲ୍ମ ହନୁମାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ବର୍ମା । ଏହି ଚଳଚ୍ଚିତ୍ରଟି ଏହାର ପ୍ରଥମ କିସ୍ତି ଭାବରେ ଏକ ନୂତନ ସିନେମାଟିକ୍ ବ୍ରହ୍ମାଣ୍ଡରେ ପରିଣତ ହୋଇଛି ।
ସୂଚନାଥାଉ କି, ହନୁମାନ ଫିଲ୍ମ ରିଲିଜର ପ୍ରଥମ ଦିନରେ(ଜାନୁଆରୀ ୧୨) ୮.୦୫ କୋଟି, ୨ୟ ଦିନ(ଜାନୁଆରୀ ୧୩)ରେ ୧୨.୪୫ କୋଟି ଏବଂ ୩ୟ ଦିନ(ଜାନୁଆରୀ ୧୪)ରେ ୬.୬ କୋଟି ଆୟ କରିଥିଲା । ଫିଲ୍ମର ସଫଳତାକୁ ଦେଖି ନିର୍ଦ୍ଦେଶକ ୨ୟ ଫିଲ୍ମର ମଧ୍ୟ ଯୋଜନା କରିଛନ୍ତି । ସେ ୨ୟ ଫିଲ୍ମ 'ଜୟ ହନୁମାନ' କରିବାକୁ ଯୋଜନା କରୁଛନ୍ତି ।