ETV Bharat / entertainment

Ghoomer: ପରଦାରେ କୈରୋଲିଙ୍କ ସଂଘର୍ଷ କାହାଣୀ, ପ୍ରଶଂସା କଲେ କ୍ରିକେଟର୍ସ

author img

By

Published : Aug 18, 2023, 3:44 PM IST

ଅଭିଷେକ ବଚ୍ଚନ ଏବଂ ସାୟାମୀ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର ଘୁମର ଆଜି (18 ଅଗଷ୍ଟ)ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହାପୂର୍ବରୁ ଗତକାଲି ରାତିରେ ଫିଲ୍ମର ସ୍କ୍ରିନିଂ ହୋଇଥିଲା ଯେଉଁଥିରେ ଅନେକ ଷ୍ଟାର କ୍ରିକେଟର ନଜର ଆସିଥିଲେ ଏବଂ ବିରେନ୍ଦର ଶେହୱାଗ । ଅଧିକ ପଢନ୍ତୁ,

ପରଦାକୁ ଆସିଲା ଅଭିଷେକ ବଚ୍ଚନଙ୍କ କ୍ରୀଡାଭିତ୍ତିକ ଫିଲ୍ମ, ପ୍ରଶଂସା କଲେ କ୍ରିକେଟର୍ସ

ମୁମ୍ବାଇ: ବଲିଉଡର ଜୁନିଅର ବଚ୍ଚନ ଅର୍ଥାତ୍ ଅଭିଷେକ ବଚ୍ଚନ ପୁଣିଥରେ ନିଜର ଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି । ଅଭିଷେକ ବଚ୍ଚନ ଏବଂ ସାୟାମି ଖେରଙ୍କ ଅଭିନୀତ ଚଳଚ୍ଚିତ୍ର 'ଘୁମର' ଆଜି 18 ଅଗଷ୍ଟରେ ରିଲିଜ ହୋଇଛି । ଗତକାଲି(ଗୁରୁବାର) ରାତିରେ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ସ୍କ୍ରିନିଂରେ ଜହିର ଖାନ ଏବଂ ଯୁବରାଜ ସିଂଙ୍କ ସମେତ ଅନେକ ଷ୍ଟାର କ୍ରିକେଟର ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ସମସ୍ତେ 'ଘୁମର'ର ପ୍ରଶଂସା କରିଥିବା ବେଳେ ପୂର୍ବତନ ଖେଳାଳି ହର୍ଷ ଭୋଗଲେ ଏବଂ ବିରେନ୍ଦର ସେହୱାଗ ମଧ୍ୟ ଏହି ଚଳଚ୍ଚିତ୍ରକୁ ଏକ ମାଷ୍ଟରପିସ ବୋଲି କହିଛନ୍ତି ଏବଂ ଉଭୟ ଅଭିଷେକ ଏବଂ ସାୟାମୀଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ପୁଅଙ୍କ ପ୍ରଶଂସା ଶୁଣି ଏହା ପରେ ବିଗ୍ ବି ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଘୁମର ଚଳଚ୍ଚିତ୍ର ଦେଖିବା ପରେ ଦୁଇ ଭେଟେରାନ ଖେଳାଳି ହର୍ଷ ଭୋଗଲେ ଏବଂ ବିରେନ୍ଦର ସେହୱାଗ ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରତିକ୍ରିୟା ଦେଇଥିଲେ । ବିରେନ୍ଦର ଏବଂ ହର୍ଷ ଏହି ଚଳଚ୍ଚିତ୍ରକୁ ବହୁତ ପ୍ରଶଂସା କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ କ୍ରିକେଟରଙ୍କ ପ୍ରକୃତ ସଂଘର୍ଷ ବିଷୟରେ ମଧ୍ୟ କହିଥିଲେ । ସେପଟେ ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ତାଙ୍କ ଭିଡିଓ ସେୟାର କରି ଉଭୟ ଷ୍ଟାର ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଗ୍ ବି ବିରେନ୍ଦର, ସେହୱାଗଙ୍କୁ ଲେଖିଛନ୍ତି, ତୁମେ ଏପରି ସରଳ ଶବ୍ଦରେ ବହୁତ ବଡ଼ କଥା କହିଛ, ମୋର କୃତଜ୍ଞତା ଏବଂ ଭଳପାଇବା ।

ଏହା ମଧ୍ୟ ପଢନ୍ତୁ: ଅଭିଷେକଙ୍କ ଫିଲ୍ମ ରିଲିଜ୍‌ ପୂର୍ବରୁ ସିଦ୍ଧି ବିନାୟକ ମନ୍ଦିର ଗଲେ ବିଗ୍‌ ବି, ଭିଡିଓ ଭାଇରାଲ

ଘୁମର ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶକ ଆର ବାଲ୍କି ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ସାୟାମି ଖେର, ଅଙ୍ଗଦ ବେଦୀ ଏବଂ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ପ୍ରକୃତ କ୍ରୀଡ଼ାବିତ କୈରୋଲି ଟାକଙ୍କ ଜୀବନୀ ଉପରେ ଆଧାରିତ, ଯିଏ ଏକ ଦୁର୍ଘଟଣାରେ ଡାହାଣ ହାତ ହରାଇବା ପରେ ବି ହାର ମାନି ନଥିଲେ । ସେ ଦିବ୍ୟାଙ୍ଗ ହୋଇପଡିଥିଲେ । କିନ୍ତୁ ତଥାପି, ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ସେ ବାମ ହାତରେ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ । ଏହି ଫିଲ୍ମରେ ସାୟାମୀ କୈରୋଲି ଟାକଙ୍କ ଭୂମିକାରେ ଅଭିନୟ କରିଛନ୍ତି । କୋଚ୍ ଭାବେ (ଅଭିଷେକ ବଚ୍ଚନ) ତାଙ୍କୁ ଦେଶ ପାଇଁ ଖେଳିବାକୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.