ETV Bharat / entertainment

Gadar 2 vs Omg 2: ପୁଣି ଚାଲିଲା ସନ୍ନି ଏବଂ ଅକ୍ଷୟଙ୍କ ଯାଦୁ, 16 ଦିନରେ ଏତିକି ଆୟ କଲା ଉଭୟ ଫିଲ୍ମ

author img

By ETV Bharat Odisha Team

Published : Aug 27, 2023, 10:24 AM IST

ଏକାସାଙ୍ଗେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ବକ୍ସ ଅଫିସରେ ପୁଣି କମାଲ କଲା । ଶୁକ୍ରବାର ଅର୍ଥାତ 15ତମ ଦିନରେ ଫିଲ୍ମର ଆୟ ରେ ହ୍ରାସ ଘଟିଥିବା ବେଳେ 16ତମ ଦିନରେ ଅର୍ଥାତ ଶନିବାର ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ପୁଣି ଚାଲିଲା ସନ୍ନି ଏବଂ ଅକ୍ଷୟଙ୍କ ଯାଦୁ, 16 ଦିନରେ ଏତିକି ଆୟ କଲା ଉଭୟ ଫିଲ୍ମ

ହାଇଦ୍ରାବାଦ: ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ରିଲିଜ ହେବାର 16ତମ ଦିନ ବିତିଗଲାଣି । ବର୍ତ୍ତମାନ ବକ୍ସ ଅଫିସରେ ଅନେକ ଫିଲ୍ମ ରିଲିଜ ହୋଇଥିବା ସତ୍ତ୍ବେ ଗଦର 2 ଏବଂ ଓଏମଜି 2 ଭଲ ପ୍ରଦର୍ଶନ କରୁଛନ୍ତି । 15ତମ ଦିନରେ ଉଭୟ ଫିଲ୍ମ କମ ରୋଜଗାର କରିଥିବା ବେଳେ ପୁଣି 16ତମ ଦିନରେ ଉଭୟ ଫିଲ୍ମର ଆୟରେ ବୃଦ୍ଧି ଘଟିଛି । ଗଦର 2 ମୋଟ 450କୋଟିରୁ ଅଧିକ ଆୟ କରିଥିବା ବେଳେ ଓଏମଜି 2 150କୋଟି ପାଖାପାଖି ଆୟ କଲାଣି ।

ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ରିଲିଜ ହେବା ଦିନ ଠାରୁ ଦର୍ଶକଙ୍କ ମନ ଜିତୁଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମ ପାଇଁ କ୍ରେଜ ଦେଖିବାକୁ ମିଳିଛି । ସଫଳତାର ସହ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି । ଫିଲ୍ମ ରିଲିଜର 16ଦିନ ପରେ ବି ନିଜର ଦବଦବା ବଜାୟ ରଖିଛି । ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ଶନିବାର ଅର୍ଥାତ୍ 16 ଦିନରେ 12.29କୋଟି ଆୟ କରିଛି । ପୂର୍ବ 5ଦିନର ତୁଳନା ଅପେକ୍ଷା ଫିଲ୍ମ ପୁଣି ଅଧିକା ଆୟ କରିଛି । କାରଣ ଶୁକ୍ରବାର ଫିଲ୍ମ 7.1 କୋଟି ଆୟ କରିଥିଲା । ତେବେ ଫିଲ୍ମ ମୋଟ ଆୟ 457.5କୋଟିକୁ ବୃଦ୍ଧି ପାଇଛି । ଆଜି ଛୁଟିଦିନ ରବିବାର ହୋଇଥିବାରୁ ଫିଲ୍ମ 19 କୋଟି ଆୟ କରିପାରେ ବୋଲି ଅନୁମାନ କରାଯାଉଛି। ସେପଟେ ବିଶ୍ବ ବକ୍ସ ଅଫିସରେ ଏହି ଫିଲ୍ମ 500କୋଟିରୁ ଅଧିକ ଆୟ କରିସାରିଲାଣି ।

ସେହିପରି ଓଏମଜି 2ର ଆୟ ମଧ୍ୟ ଲଗାତାର କମୁଥିବା ବେଳେ ପୁଣି ଶନିବାର ଫିଲ୍ମର ଆୟରେ ବୃଦ୍ଧି ଘଟିଛି। ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, ଓଏମଜି 2 ଶୁକ୍ରବାର 1.7 କୋଟି ଆୟ କରିଥିବା ବେଳେ ଶନିବାର ଅର୍ଥାତ୍ 16ଦିନରେ ଫିଲ୍ମ ଏହାର 2 ଗୁଣା ଆୟ କରିଛି । ଏହି ଦିନରେ ଫିଲ୍ମ 3.25 କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ 131.37 କୋଟି ସଂଗ୍ରହ କରିଛି । ଆଜି ରବିବାରରେ ଯଦି ଫିଲ୍ମ ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହେଲେ ଫିଲ୍ମ ଖୁବଶୀଘ୍ର 150କୋଟି କ୍ଲବରେ ସାମିଲ ହେବ ।

ଏହା ମଧ୍ୟ ପଢନ୍ତୁ: କମିଲା ଆୟ, ଏତିକି ସଂଗ୍ରହ କଲା ସନ୍ନି ଏବଂ ଅକ୍ଷୟଙ୍କ ଫିଲ୍ମ

ସୂଚନା ଥାଉ କି, 'OMG 2' ରିଲିଜ୍ ହେବା ପୂର୍ବରୁ ସିବିଏଫସି ଫିଲ୍ମ ଉପରେ 27 ଟି କଟକଣା ଲଗାଇଥିଲା, ଯାହା ପରେ ଫିଲ୍ମ ରିଲିଜ ହେବାକୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ OTTରେ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତି ଚାଲିଛି । ଫିଲ୍ମର ନିର୍ଦ୍ଦେଶକ ଅମିତ ରାୟ କହିଛନ୍ତି ଯେ ଏହି ଫିଲ୍ମଟି ଅନକଟ ଭର୍ସନରେ OTTରେ ମୁକ୍ତିଲାଭ କରିବ । ଅର୍ଥାତ ଫିଲ୍ମର ବିନା କୌଣସି ସିନ୍ କାଟି ଫିଲ୍ମ ଓଟିଟିରେ ରିଲିଜ ହେବ । ସେପଟେ ଗଦର 2 ଲୋକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ଫିଲ୍ମକୁ ସଂସଦ ଭବନରେ ମଧ୍ୟ 3 ଦିନ ପାଇଁ ପ୍ରଦର୍ଶିତ କରାଯାଇଛି । ଏହିପରି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.