ETV Bharat / entertainment

Gadar 2 Vs OMG 2 Bo Collection: ୩୦୦ କୋଟିରୁ ଟିକେ ଦୂର, ୧୦୦ କୋଟି ନିକଟତର - ଗଦର 2 ବକ୍ସ ଅଫିସ କଲେକ୍ସନ

ବର୍ତ୍ତମାନ ଏକାସାଙ୍ଗେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରିଲିଜର 7 ଦିନ ମଧ୍ୟରେ ଗଦର-2 280 କୋଟିରୁ ଆୟ କରିଥିବା ବେଳେ ଓଏମଜି-2 80 କୋଟିରୁ ଅଧିକ ଆୟ କରିଛି । ଅଧିକ ପଢନ୍ତୁ

300କୋଟିରୁ ଏତିକି ଦୂରରେ ସନ୍ନି ଦେଓଲଙ୍କ ଫିଲ୍ମ, 100କୋଟି ଛୁଇଁବ ଅକ୍ଷୟ କୁମାରଙ୍କ ଫିଲ୍ମ

author img

By

Published : Aug 18, 2023, 3:32 PM IST

ହାଇଦ୍ରାବାଦ: ଅଗଷ୍ଟ 11ରେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ରିଲିଜ ହୋଇଛି । ରିଲିଜ ହେବା ଦିନ ଠାରୁ ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ବି ହେଉଛନ୍ତି। ତେବେ ଉଭୟ ଫିଲ୍ମ ରିଲିଜକୁ ଏବେ 7 ଦିନ ବିତିଗଲାଣି । ରିଲିଜର 7 ଦିନ ମଧ୍ୟରେ ଗଦର-2 280 କୋଟିରୁ ଆୟ କରିଥିବା ବେଳେ ଓଏମଜି 2 80କୋଟିରୁ ଅଧିକ ଆୟ କରିଛି । ତେବେ ଖୁବଶୀଘ୍ର ସନ୍ନିଙ୍କ ଫିଲ୍ମ 300କୋଟି କ୍ଲବରେ ସାମିଲ ହୋଇ ଭାରତୀୟ ବକ୍ସ ଅଫିସରେ ଇତିହାସ ରଚିବାକୁ ଯାଉଥିବା ବେଳେ ଅକ୍ଷୟଙ୍କ ଫିଲ୍ମ 100 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, ଅନିଲ ଶର୍ମା ନିର୍ଦ୍ଦେଶିତ ଫିଲ୍ମ ଗଦର 2 ଗୁରୁବାର ରିଲିଜ୍ ହେବାର ସପ୍ତମ ଦିନରେ ଏହା 22 କୋଟି ଟଙ୍କା ଆୟ କରିଛି । ଏହା ସହିତ, ଗଦର-2ର ମୋଟ ଘରୋଇ ଆୟ ବର୍ତ୍ତମାନ 283.35 କୋଟି ରୋଜଗାର କରିଛି । ଐତିହାସିକ ଆକ୍ସନ୍ ଡ୍ରାମା ଫିଲ୍ମ ସମୁଦାୟ ହିନ୍ଦୀରେ 35.06 ପ୍ରତିଶତ ରେକର୍ଡ କରିଛି । ଆଜି ଅର୍ଥାତ୍ ଶୁକ୍ରବାର ଦିନ ପ୍ରାୟ 17 କୋଟି ଟଙ୍କା ରୋଜଗାର କରିବ ବୋଲି ପୂର୍ବାନୁମାନ କରାଯାଉଛି । ଯାହାଫଳରେ ଫିଲ୍ମରେ 300 କୋଟି କ୍ଲବରେ ସାମିଲ ହେବ ।

ସେପଟେ ଅକ୍ଷୟ କୁମାରଙ୍କ OMG 2 ବକ୍ସ ଅଫିସରେ ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିଥିବାବେଳେ ଏହା ସନ୍ନି ଦେଓଲ୍ ଏବଂ ଅମୀଷା ପଟେଲଙ୍କ ଗଦର 2 ସହ ପ୍ରତିଦ୍ବନ୍ଦିତା କରୁଛି । ଗଦର 2 ଅପେକ୍ଷା କମ ରୋଜଗାର କରିଥିଲେ ସୁଦ୍ଧା ଫିଲ୍ମର ତାର ଜଲୱା ଦେଖାଇବାରେ ସଫଳ ହୋଇଛି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ସପ୍ତମ ଦିନରେ ପ୍ରେକ୍ଷାଳୟରେ 5.25 କୋଟି ଟଙ୍କା ଆୟ କରି ଏହାର ମୋଟ 84.72 କୋଟି ଆୟ କରିଛି । ଏହି ଚଳଚ୍ଚିତ୍ରର ବିଶ୍ବର ମୋଟ ଆୟ ହେଉଛି 111.8 କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି ।

​ଏହା ମଧ୍ୟ ପଢନ୍ତୁ: ସନ୍ନି ଦେଓଲଙ୍କ ଫିଲ୍ମର ପ୍ରଶଂସା କଲେ ଖିଲାଡ଼ି, ଦର୍ଶକଙ୍କୁ ଦେଲେ ଧନ୍ୟବାଦ

ଗଦର 2 ଫିଲ୍ମର କାହାଣୀ କହିବାକୁ ଗଲେ, 'ଗଦର ଏକ ପ୍ରେମ କଥା'ର ସ୍ବିକେଲ୍‌ ଅଟେ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ ।

ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି । ସେହିପରି 2012ରେ ରିଲିଜ ହୋଇଥିବା ଓଏମଜିର ସିକ୍ବେଲ ହେଉଛି ଓଏମଜି 2 । ପ୍ରଥମ ଭାଗରେ ଅକ୍ଷୟ ଶ୍ରୀକୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ବେଳେ ଦ୍ବିତୀୟ ଭାଗରେ ସେ ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.