ETV Bharat / entertainment

Gadar 2: ରିଲିଜ ପୂର୍ବରୁ ରେକର୍ଡ କଲା ସନ୍ନି ଦେଓଲଙ୍କ ଫିଲ୍ମ, ପ୍ରଥମ ଦିନ ଶୋ'ପାଇଁ 2ଲକ୍ଷରୁ ଅଧିକ ଟିକେଟ ବିକ୍ରି

author img

By

Published : Aug 10, 2023, 7:43 PM IST

ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଆଗାମୀ ଚଳଚ୍ଚିତ୍ର ଗଦର 2 ଆସନ୍ତାକାଲି ରିଲିଜ ହେବ । ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ପ୍ରଥମ ଦିନ, ପ୍ରଥମ ଶୋ' ଦେଖିବା ପାଇଁ ଲକ୍ଷଲକ୍ଷ ଟିକେଟ୍ ବିକ୍ରି ହୋଇଛି । ଜାଣନ୍ତୁ, ଫିଲ୍ମର ଅଗ୍ରୀମ ବୁକିଂ ବିଷୟରେ ...

ରିଲିଜ ପୂର୍ବରୁ ରେକର୍ଡ କଲା ସନ୍ନି ଦେଓଲଙ୍କ ଫିଲ୍ମ, ପ୍ରଥମ ଦିନ ଶୋ'ପାଇଁ 2ଲକ୍ଷରୁ ଅଧିକ ଟିକେଟ ବିକ୍ରି

ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଗଦର ୨' ବକ୍ସ ଅଫିସରେ ଧମାକା କରିବାକୁ ଯାଉଛି । 22ବର୍ଷ ପରେ ପୁଣି ବଡ଼ ପରଦାରେ ସନ୍ନି ଦେଓଲ, ଅମୀଷା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ଦର୍ଶକ ଏବଂ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି କାରଣରୁ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ବଢିବାରେ ଲାଗିଛି । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ PVR, ଆଇନକ୍ସ ଏବଂ ସିନେପୋଲିସରେ 2 ଲକ୍ଷରୁ ଅଧିକ ଟିକେଟ୍ ବୁକ୍ ହୋଇଛି । ସୋସିଆଲ ମିଡିଆରେ ନିର୍ମାତା ଏକ ପୋଷ୍ଟର ସେୟାର କରି ଏହି ଖୁସି ଖବର ଦେଇଛନ୍ତି ।

ଜି ଷ୍ଟୁଡିଓ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମରେ ଗଦର-୨ର ଆଡଭାନ୍ସ ବୁକିଂ ସୂଚନା ସେୟାର କରି କହିଛି ଯେ, PVR, ଆଇନକ୍ସ ଏବଂ ସିନେପୋଲିସ ପ୍ରେକ୍ଷାଳୟରେ-2 ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ କରାଯାଇଛି । ପ୍ରଥମ ଦିନ, ପ୍ରଥମ ଶୋ' ପାଇଁ 'PVR ସିନେମା, ଆଇନକ୍ସ ମୁଭିଜ୍ ଏବଂ ସିନେପୋଲିସ ଇଣ୍ଡିଆରେ 2,00,000ରୁ ଅଧିକ ଟିକେଟ୍ ବୁକ୍ ହୋଇ ସାରିଛି । ଦିଲ୍ଲୀ, ୟୁପିରେ ଫିଲ୍ମକୁ ନେଇ କ୍ରେଜ୍‌ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଦିନକ ପରେ ରିଲିଜ ହେବ ଫିଲ୍ମ, ବଡଭାଇ ସନ୍ନିଙ୍କୁ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବବି ଦେଓଲ

ମୋଟ ଶୋ’ର 40 ପ୍ରତିଶତ କେବଳ ଅଗ୍ରୀମ ବୁକିଂରେ ବିକ୍ରି ହୋଇ ସାରିଛି । ଦିଲ୍ଲୀ/ୟୁପି ବେଲ୍ଟରେ 80ରୁ 85 ପ୍ରତିଶତର ଆୟ ସହ ଗଦର 2 ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି । ଆସସନ୍ତାକାଲି ପ୍ରେକ୍ଷାଳୟରେ ଏହି ଫିଲ୍ମ ରିଲିଜ ହେବ । ଏହି ଦିନ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ମଧ୍ୟ ରିଲିଜ ହେବାକୁ ଯାଉଛି । ଉଭୟ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଆଡବାନ୍ସ ବୁକିଂ ରେକର୍ଡ ହିସାବରେ ଓଏମ୍‌ଜି-2କୁ ପଛରେ ପକାଇଛି ଗଦର 2 ।

ଫିଲ୍ମର କାହାଣୀ କହିବାକୁ ଗଲେ, 'ଗଦର ଏକ ପ୍ରେମ କଥା'ର ସ୍ବିକେଲ ଅଟେ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ପାକିସ୍ତାନ ଯିବେ । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିବେ । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ ସିହ୍ନା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.