ହାଇଦ୍ରାବାଦ: ଗତ କିଛି ଦିନ ଧରି ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ବୟକଟ୍ ମାଳଦ୍ବୀପ ଟ୍ରେଣ୍ଡ କରିୁଛି । ଏଥିସହ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମାଳଦ୍ବୀପର ମନ୍ତ୍ରୀମାନଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଭାରତୀୟ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ବ ଦେଇ ପ୍ରୋତ୍ସାହିତ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିର ୟୁନିଅନ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (Fwice) ଏକ ବଡ ନିଷ୍ପତ୍ତି ନେଇଛି । Fwice ଏକ ପ୍ରେସ ରିଲିଜ ଜାରି କରି ଫିଲ୍ମ ନିର୍ମାତାଙ୍କୁ ମାଳଦ୍ବୀପରେ ଫିଲ୍ମ ସୁଟିଂ ବାତିଲ କରି ଭାରତୀୟ ସ୍ଥାନଗୁଡିକରେ ସୁଟିଂ କରିବାକୁ ନିବେଦନ କରିଛି ।
-
BOYCOTT MALDIVES… CHOOSE LOCATIONS IN INDIA: FWICE APPEALS TO PRODUCERS… OFFICIAL STATEMENT…#FWICE #India #Maldives pic.twitter.com/OpZmXIq6o2
— taran adarsh (@taran_adarsh) January 10, 2024 " class="align-text-top noRightClick twitterSection" data="
">BOYCOTT MALDIVES… CHOOSE LOCATIONS IN INDIA: FWICE APPEALS TO PRODUCERS… OFFICIAL STATEMENT…#FWICE #India #Maldives pic.twitter.com/OpZmXIq6o2
— taran adarsh (@taran_adarsh) January 10, 2024BOYCOTT MALDIVES… CHOOSE LOCATIONS IN INDIA: FWICE APPEALS TO PRODUCERS… OFFICIAL STATEMENT…#FWICE #India #Maldives pic.twitter.com/OpZmXIq6o2
— taran adarsh (@taran_adarsh) January 10, 2024
Fwice ଜାନୁଆରୀ ୧୦ ତାରିଖରେ ଏକ ପ୍ରେସ ରିଲିଜ ଜାରି କରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମାଳଦ୍ବୀପର ନେତାମାନେ ଅପମାନଜମନକ ମନ୍ତବ୍ୟ ଦେବା ଘଟଣାକୁ ବିରୋଧ କରିବା ସହ କଡ଼ା ନିନ୍ଦା କରି Fwice ଏହି ପ୍ରେସ ରିଲିଜ ଜାରି କରିଛି । ଏଥିସହ ମାଳଦ୍ବୀପକୁ ବୟକଟ୍ କରିବାକୁ ମଧ୍ୟ ନିଷ୍ପତି ନେଇଛି । ଏଥିରେ ଲେଖାଯାଇଛି ଯେ, ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ମିଡିଆ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ କାମ କରୁଥିବା ନିର୍ମାତା, ଟେକ୍ନିସିଆନ ଏବଂ କଳାକାରମାନଙ୍କୁ ପରାମର୍ଶ ଏବଂ ନିବେଦନ କରୁଛୁ ଯେ, ମାଳଦ୍ବୀପରେ ଫିଲ୍ମ ସୁଟିଂ ବାତିଲ କରି ଭାରତୀୟ ସ୍ଥାନଗୁଡିକରେ ସୁଟିଂ କରନ୍ତୁ ।
ରାଷ୍ଟ୍ର ଏବଂ ବ୍ୟାପକ ସଂସ୍କୃତିର ଏକଜୁଟତା ଦେଖି Fwice ଏହି ନିଷ୍ପତ୍ତି ନେଇଛି ଯେ, ମାଳଦ୍ବୀପରେ ସମସ୍ତ ସୁଟିଂ ଏବଂ ପ୍ରଡକ୍ସନ କାର୍ଯ୍ୟଶୈଳୀକୁ ବାତିଲ କରାଯାଉ । ଭାରତର ଅନ୍ୟ ସ୍ଥାନଗୁଡିକରେ ସୁଟିଂ କରନ୍ତୁ ଏବଂ ଭାରତର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ କରିବାରେ ଯୋଗଦାନ କରନ୍ତୁ । ଏହିପରି ଆମେ ସମସ୍ତେ ଆମର ପ୍ରଧାନମନ୍ତ୍ରା ଏବଂ ରାଷ୍ଟ୍ର ପ୍ରତି ସମର୍ଥନରେ ଛିଡ଼ା ହେବା ।
ଏହା ମଧ୍ୟ ପଢନ୍ତୁ: ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗ; ତାତିଲେ ସେଲିବ୍ରିଟି, ଭାରତୀୟ ଟୁରିଜମକୁ ଦେଲେ ଗୁରୁତ୍ବ
ସୂଚନା ଥାଉକି, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ଦେଶବାସୀଙ୍କୁ ସେଠାକୁ ବୁଲିବାକୁ ଅପିଲ କରିଥିଲେ । ଏହାପରେ ମାଳଦ୍ବୀପର ମନ୍ତ୍ରୀମାନେ ମୋଦିଙ୍କ ଲାକ୍ଷାଦ୍ବୀପ ଯାତ୍ରାର ମଜାକ ଉଡାଇବା ସହ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବଂ ଅନେକ କିଛି ଲୋକ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାପରେ ବିବାଦ ଜୋର ଧରିଥିଲା ଏବଂ ଭାରତୀୟମାନେ ଏହାକୁ ଖୁବ ବିରୋଧ କରିବା ସହ ମାଳଦ୍ବୀପକୁ ବୟକଟ କରିବାକୁ ଚର୍ଚ୍ଚା ଜୋର ଧରିଲା । ଏହାପରେ ଅନେକ ସେଲିବ୍ରିଟି ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ସଲମାନ ଖାନ ଭଳି ମାଳଦ୍ବୀପକୁ ବିରୋଧ କରି ଭାରତର ପର୍ଯ୍ୟଟନସ୍ଥଳ ଗୁଡିକ ଉପରେ ଗୁରୁତ୍ବ ଦେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।