ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ସବୁଠୁ ସମ୍ମାନଜନକ ଆୱାର୍ଡ ଶୋ' ଫିଲ୍ମଫେୟାର୍ ଆୱାର୍ଡ । ଏହି ସମ୍ମାନରେ ସମ୍ମାନିତ ହେବା ପାଇଁ ପ୍ରତିଟି ବଲିଉଡ୍ କଳାକାରଙ୍କର ସ୍ବପ୍ନ ଥାଏ । 'ବ୍ଲାକ୍ ଲେଡି'କୁ ହାସଲ୍ କରିବାର ସ୍ବପ୍ନ ନେଇ ଦେଶର କୋଣ ଅନୁକୋଣରୁ କଳାକାର ଧାଇଁ ଆସିଥାନ୍ତି ମାୟାନଗରୀ ମୁମ୍ବାଇକୁ । ଆଉ ଏହି ସ୍ବପ୍ନର ସମ୍ମାନ ଫିଲ୍ମଫେୟାର୍ ଆୱାର୍ଡର 68ତମ ସଂସ୍କରଣ ଗତକାଲି(ଅପ୍ରେଲ 27)ରେ ମୁମ୍ବାଇରେ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଲିଆ ଭଟ୍ଟଙ୍କ ଅଭିନୀତ 'ଗଙ୍ଗୁବାଇ କାଠିଆୱାଡି'କୁ ଶ୍ରେଷ୍ଠ ହିନ୍ଦୀ ସିନେମା ସମ୍ମାନରେ ସମ୍ମାନିତ କରାଯାଇଛି ।
ସେହିପରି ବେଷ୍ଟ୍ କ୍ରିଟିକ୍ସ ଫିଲ୍ମ ସମ୍ମାନ 'ବଧାଇ ଦୋ'କୁ ଦିଆଯାଇ ଥିବାବେଳେ ଏହି ସିନେମାରେ ଅଭିନୟ କରିଥିବା ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି । 'ଗଙ୍ଗୁବାଇ କାଠିଆୱାଡି'ରେ ଚମତ୍କାର ଅଭିନୟ ପାଇଁ ଆଲିଆଙ୍କୁ ବେଷ୍ଟ୍ ଆକ୍ଟ୍ରେସ୍(ଶ୍ରେଷ୍ଠ ଅଭିନେତ୍ରୀ) ସମ୍ମାନ ଦିଆଯାଇଛି । 1954ରେ କଳାକାରଙ୍କ ଶ୍ରେଷ୍ଠତା ପ୍ରଦର୍ଶନକୁ ସମ୍ମାନ ଜଣାଇବା ପାଇଁ ଆରମ୍ଭ ହୋଇଥିଲା 'ଫିଲ୍ମଫେୟାର୍ ଆୱାର୍ଡ' ଶୋ' । ତେବେ ବର୍ଷ 2023 ପାଇଁ ଅନ୍ୟ କେଉଁମାନେ ଏହି ସମ୍ମାନ ପାଇବାର ସୌଭାଗ୍ୟ ହାସଲ କରିଛନ୍ତି, ଜାଣନ୍ତୁ...
ବିଜେତା ତାଲିକା:-
ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର: ଗଙ୍ଗୁବାଇ କାଠିଆୱାଡି
ଶ୍ରେଷ୍ଠ ଚଳଚ୍ଚିତ୍ର(କ୍ରିଟିକ୍ସ): ବଧାଇ ଦୋ
ଶ୍ରେଷ୍ଠ ଅଭିନେତା(ପୁରୁଷ): ବଧାଇ ଦୋ ପାଇଁ ରାଜକୁମାର ରାଓ
ଶ୍ରେଷ୍ଠ ଅଭିନେତ୍ରୀ(ମହିଳା): ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟ
ଶ୍ରେଷ୍ଠ ଅଭିନେତା(କ୍ରିଟିକ୍ସ): ବଦ୍ଧ ପାଇଁ ସଞ୍ଜୟ ମିଶ୍ର
ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ): ବଧାଇ ଦୋ ପାଇଁ ଭୂମି ପେଡନେକର ଏବଂ ଭୁଲ୍ ଭୁଲିଆ-2 ପାଇଁ ତବୁ
ଶ୍ରେଷ୍ଠ ନିର୍ଦ୍ଦେଶକ: ଗଙ୍ଗୁବାଇ କାଠିଆୱାଡି ପାଇଁ ସଞ୍ଜୟ ଲୀଲା ବନସାଲୀ
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା: ଜୁଗ୍ ଜୁଗ୍ ଜିଓ ପାଇଁ ଅନିଲ କପୁର
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ: ବଧାଇ ଦୋ ପାଇଁ ଶିବା ଚଢା
ବେଷ୍ଟ୍ ମ୍ୟୁଜିକ୍ ଆଲବମ୍: ବ୍ରହ୍ମାସ୍ତ୍ର ପାଇଁ ପ୍ରୀତମ୍: ଭାଗ ପ୍ରଥମ- ଶିବା
ଶ୍ରେଷ୍ଠ ସଂଳାପ(ଡାଏଲଗ୍): ଗଙ୍ଗୁବାଇ କାଠିଆୱାଡି ପାଇଁ ପ୍ରକାଶ କପଡିଆ ଏବଂ ଉତ୍କର୍ଷିନୀ ବୈଶିଷ୍ଠ
ଶ୍ରେଷ୍ଠ ଚିତ୍ରନାଟ୍ୟ: ବଧାଇ ଦୋ ପାଇଁ ଅକ୍ଷତ ଘିଲ୍ଡିଆଲ୍, ସୁମନ ଅଧିକାରୀ ଏବଂ ହର୍ଷବର୍ଦ୍ଧନ କୁଳକର୍ଣ୍ଣି
ଶ୍ରେଷ୍ଠ କାହାଣୀ(ଷ୍ଟୋରୀ): ବଧାଇ ଦୋ ପାଇଁ ଅକ୍ଷତ ଘିଲ୍ଡିଆଲ୍ ଏବଂ ସୁମନ ଅଧିକାରୀ
ଶ୍ରେଷ୍ଠ ଡେବ୍ୟୁ(ପୁରୁଷ): ଝୁଣ୍ଡ ପାଇଁ ଅଙ୍କୁଶ ଗେଦମ୍
ଶ୍ରେଷ୍ଠ ଡେବ୍ୟୁ(ମହିଳା): ଅନେକ ପାଇଁ ଆନ୍ଦ୍ରିଆ କେଭିଚୁସା
ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ: ବଦ୍ଧ ପାଇଁ ଜସପାଲ ସିଂ ସାନ୍ଧୁ ଏବଂ ରାଜୀବ ବର୍ଣ୍ଣୱାଲ
ଲାଇଫ୍ଟାଇମ୍ ଏଚିଭ୍ମେଣ୍ଟ ଆୱାର୍ଡ: ପ୍ରେମ ଚୋପ୍ରା
ଶ୍ରେଷ୍ଠ ଗୀତ: ବ୍ରହ୍ମାସ୍ତ୍ରର କେଶରିଆ ପାଇଁ ଅମିତାଭ ଭଟ୍ଟାଚାର୍ଯ୍ୟ: ଭାଗ ପ୍ରଥମ - ଶିବ
ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର୍(ପୁରୁଷ): ବ୍ରହ୍ମାସ୍ତ୍ରର କେଶରିଆ ପାଇଁ ଅରିଜିତ ସିଂ: ଭାଗ ପ୍ରଥମ- ଶିବ
ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ(ମହିଳା): ଜୁଗ୍ ଜୁଗ୍ ଜିଓର ରଙ୍ଗିସାରି ପାଇଁ କବିତା ସେଥ୍
ଅପ୍କମିଂ ମ୍ୟୁଜିକ୍ ଟ୍ୟାଲେଣ୍ଟ: ଗଙ୍ଗୁବାଇ କାଠିଆୱାଡିର ଢୋଲିଡା ପାଇଁ ଜାହ୍ନବୀ ଶ୍ରୀମାନକର
ବେଷ୍ଟ VFX(ଭିଜୁଆଲ୍ ଇଫେକ୍ଟସ): ବ୍ରହ୍ମାସ୍ତ୍ର: ଭାଗ ପ୍ରଥମ- ଶିବ
ଶେଷ୍ଠ ସମ୍ପାଦନା(ଏଡିଟିଂ): ଏନ୍ ଆକ୍ସନ୍ ହିରୋ ପାଇଁ ନିନାଦ ଖାନୋଲକର
ବେଷ୍ଟ୍ ଡ୍ରେସ୍ ଡିଜାଇନ୍: ଗଙ୍ଗୁବାଇ କାଠିଆୱାଡି ପାଇଁ ଶୀତଲ ଶର୍ମା
ବେଷ୍ଟ୍ ପ୍ରଡକ୍ସନ୍ ଡିଜାଇନ୍: ଗଙ୍ଗୁବାଇ କାଠିଆୱାଡି ପାଇଁ ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ
ବେଷ୍ଟ୍ ସାଉଣ୍ଡ୍ ଡିଜାଇନ୍: ବ୍ରହ୍ମାସ୍ତ୍ର ପାଇଁ ବିଶ୍ୱଦୀପ ଦୀପକ ଚାଟାର୍ଜୀ: ଭାଗ ପ୍ରଥମ- ଶିବ
ବେଷ୍ଟ୍ ବ୍ୟାକ୍ଗ୍ରାଉଣ୍ଡ ସ୍କୋର: ଗଙ୍ଗୁବାଇ କାଠିଆୱାଡି ପାଇଁ ସଞ୍ଚିତ ବଲହରା ଏବଂ ଅଙ୍କିତ ବଲହରା
ବେଷ୍ଟ୍ କୋରିଓଗ୍ରାଫି: ଗଙ୍ଗୁବାଇ କାଠିଆୱାଡିର ଢୋଲିଡା ପାଇଁ କ୍ରୁତି ମହେଶ
ବେଷ୍ଟ୍ ସିନେମାଟୋଗ୍ରାଫି: ଗଙ୍ଗୁବାଇ କାଠିଆୱାଡି ପାଇଁ ସୁଦୀପ ଚାଟାର୍ଜୀ
ବେଷ୍ଟ୍ ଆକ୍ସନ୍: ବିକ୍ରମ ବେଧା ପାଇଁ ପରଭେଜ ଶେଖ୍
ତେବେ ଏହି ଉତ୍ସବକୁ ସୁପରଷ୍ଟାର ସଲମାନ ଖାନ, ମନିଶ ପାଲ ଏବଂ ଆୟୁଷ୍ମାନ ଖୁରାନା ହୋଷ୍ଟ୍ କରିଥିଲେ ।