ETV Bharat / entertainment

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଫିଲ୍ମ ରାତି ସରି ସରି ଯାଉଛି ମନୋନୀତ

author img

By

Published : Sep 2, 2022, 5:35 PM IST

ଓଡ଼ିଆ ସିନେମା ରାତି ସରି ସରି ଯାଉଛି film Raati Sari Sari Jauchi ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ୮ଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏନେଇ ନିର୍ମାତା ଅନୁପମ ପଟ୍ଟନାୟକ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଫିଲ୍ମ 'ରାତି ସରି ସରି ଯାଉଛି' ମନୋନୀତ

ଭୁବନେଶ୍ୱର: ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ (film Raati Sari Sari Jauchi) ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ୮ଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏନେଇ ନିର୍ମାତା ଅନୁପମ ପଟ୍ଟନାୟକ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । ଏହି ସିନେମାଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଲେଖକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଗାୟକ ପୁରୁଷ, ଶ୍ରେଷ୍ଠ ସିନେମାଟୋଗ୍ରାଫର ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀ ପାଇଁ ମନୋନୀତ ହୋଇଛି ।

ଗତ ବର୍ଷ ମୁକ୍ତିଲାଭ କରିଥିବା ‘ରାତି ସରି ସରି ଯାଉଛି’ ୯୦ ଦଶକର ଏକ ପ୍ରେମୀ ଯୁଗଳଙ୍କ କାହାଣୀ ଉପରେ ଆଧାରିତ । ଯେଉଁମାନେ ବିବାହ କରିପାରନ୍ତି ନାହିଁ । ଆଉ ୮ ବର୍ଷ ପରେ ସେମାନଙ୍କ ଜୀବନରେ ଏକ ମୋଡ଼ ଆସେ, ଯାହା ତାଙ୍କ ଜୀବନକୁ ପରିବର୍ତ୍ତନ କରିଦିଏ । ଏହି ସିନେମାରେ ନାୟକ ରାଜ୍ ରାଜେଶ ପ୍ରଥମ ଥର ଲାଗି ଓଲିଉଡର ଜଣାଶୁଣା ନାୟିକା ରିୟା ଦେଙ୍କ ସହ ନଜର ଆସିଛନ୍ତି । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ । ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ।

ମାନସ ପଢ଼ିହାରୀ ଏହାର କାହାଣୀ ଓ ସଂଳାପ ଲେଖିଛନ୍ତି । ଏହି ଫିଲ୍ମରେ ସ୍ବର୍ଗତ ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ନିବି, ଅନିନ୍ଦ୍ୟ, ମାଷ୍ଟର ସମ୍ପର୍କ ମିଶ୍ର ଏବଂ ସୁକାନ୍ତ ରଥ ଅଭିନୟ କରିଛନ୍ତି । ଏହି ଫିଲ୍ମର ଟାଇଟଲ ଟ୍ରାକକୁ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ସଞ୍ଚିତ୍ରା ଶୁଭଦର୍ଶିନୀ । ସ୍ଥିତ ପଟ୍ଟନାୟକ, ରାକେଶ ଦାସ ଓ ପରଂବ୍ରହ୍ମ ଗୀତ ରଚନା କରିଛନ୍ତି । ଏଥିରେ ମୋଟ୍ ୫ଟି ଗୀତ ରହିଛି । ଦୀପକ କୁମାର ‘ରାତି ସରିସରି ଯାଉଛି’ର ସିନେମାଟୋଗ୍ରାଫର୍ । ଏହି ଗୀତଟି ଫିଲ୍ମ ପ୍ରଶଂସକ ମହଲରେ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.