ଭୁବନେଶ୍ବର: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନର ଇନଷ୍ଟିଚ୍ୟୁଟର (ଏସ୍ଆର୍ଏଫ୍ଟିଆଇ)ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଇନଷ୍ଟିଚ୍ୟୁଟର ଭାରାପ୍ରାପ୍ତ ନିର୍ଦ୍ଦେଶକ ଥିବା ପ୍ରଫେସର ସମୀରଣ ଦତ୍ତଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ଏହାସହ ଏସଆରଏଫଟିର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ହିମାଂଶୁ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶକ ହିମାଂଶୁ ଖଟୁଆ କହିଛନ୍ତି ଯେ, "ଏହି ଅନୁଷ୍ଠାନ ସଂସ୍କୃତିର ବିକାଶ ପାଇଁ ସମର୍ପିତ । ତେଣୁ ଏହାର ପ୍ରଚାର ଓ ପ୍ରସାର କରିବା ଦିଗରେ ସର୍ବଦା କାର୍ଯ୍ୟ କରିବି ଏବଂ ନୂତନ ପ୍ରତିଭା ସୃଷ୍ଟି କରିବା ଦିଗରେ ପ୍ରାଥମିକତା ଦେବି । ଯେଉଁମାନେ କି ଚଳଚ୍ଚିତ୍ର ଜଗତର ଉତ୍ତମ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହା ସହିତ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଆଭିମୁଖ୍ୟକୁ ଆହୁରି ଲୋକାଭିମୁଖୀ କରାଇବା ପାଇଁ ଚେଷ୍ଟା କରିବି ।"
ଏହି ସମୟରେ ଏସଆରଏଫଟିର ରେଜିଷ୍ଟ୍ରାର ଡ. ସୁଶାନ୍ତ ଶର୍ମା, ଡିନ ଅଶୋକ ବିଶ୍ଵନାଥ ଓ ସୁଧିନ ବାନାର୍ଜୀ, ଅର୍ପିତା ଗୁପ୍ତା କୁଣ୍ଡୁ, ବିରଜା ପ୍ରସନ୍ନ କର ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ