ETV Bharat / entertainment

Farhan Akhtar birthday: ଭାଇଙ୍କୁ ପ୍ରେମଭରା ଶୁଭେଚ୍ଛା ଜଣାଇଲେ ଭଉଣୀ ଜୋୟା

author img

By

Published : Jan 9, 2023, 1:09 PM IST

୪୯ବର୍ଷରେ ପାଦ ଥାପିଲେ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ ଅଖତର(Actor-director-producer Farhan Akhtar) । ଏକ ପ୍ରେମଭରା ପୋଷ୍ଟ କରି ଭାଇକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଭଉଣୀ ଜୋୟା । ଅଧିକ ପଢନ୍ତୁ

Farhan Akhtar birthday
Farhan Akhtar birthday

ହାଇଦ୍ରାବାଦ: ଆଜି ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତରଙ୍କ ଜନ୍ମଦିନ । ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି ସେ । ତାଙ୍କର ଅଭିନୟ ବଳରେ ସେ ଦେଶବାସୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ବେଳେ ଆଜି ତାଙ୍କୁ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଆଜି(ସୋମବାର) ଫରହାନ ଅଖତରଙ୍କ ଭଉଣୀ(sister Zoya Akhtar) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇକୁ ଶୁଭେଚ୍ଛା ଜଣାଇଛନ୍ତି ।

ଜୋୟା, ଫରହାନ ଅଖତରଙ୍କ ଏକ ପିଲାବେଳର ଫଟୋ ସେୟାର କରି ଲେଖିଛନ୍ତି, "ବାର୍ଥ ଡେ ବୟ । ବର୍ଷକୁ ବର୍ଷ ତୁମ ପ୍ରତି ମୋର ଭଲ ପାଇବା ବଢ଼ି ଚାଲିଛି ।"

ଏହାପରେ ଏକ ନାଲୀ ରଙ୍ଗର ହାର୍ଟ ଇମୋଜି ଦେଇ ହାସଟ୍ୟାଗ #favboy, #wishyouhealthpeaceandhappiness ଲେଖି ଫରହାନଙ୍କୁ ଟ୍ୟାଗ କରିଛନ୍ତି । ସେ ଇନଷ୍ଟାରେ ଫଟୋ ସେୟାର କରିବା ପରେ ଅଭିଷେକ ବଚ୍ଚନ, ସୋନାଲି ବେନ୍ଦ୍ରେ, ଫରାନଙ୍କ ପତ୍ନୀ ଶିବାନୀ ଡାଣ୍ଡେକର କମେଣ୍ଟ ଦେଇଛନ୍ତି । ଫରହାନଙ୍କ ପତ୍ନୀ ଜୋୟାଙ୍କ ପୋଷ୍ଟରେ ଏକ ହାର୍ଟ ଇମୋଜି ଦେବାସହ କ୍ୟୁଟେଷ୍ଟ ବୋଲି ଲେଖିଛନ୍ତି । ଏହାସହ ଫରହାନଙ୍କ ଫ୍ୟାନ୍ସ ମଧ୍ୟ ଆଜି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାପା ହେବେ ଫରହାନ ଅଖତର, ପତ୍ନୀ ଶିବାନୀଙ୍କ ସହ ସେୟାର କଲେ ଫଟୋ

ଜଣେ ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, "ଲଭ ୟୁ ଫରହାନ ! ମୋ ଜୀବନରେ ତୁମର ସବୁ ଫିଲ୍ମ ଏବଂ ଗୀତ ସ୍ମରଣୀୟ ହୋଇ ରହିବ । ପ୍ରାୟ ପ୍ରତ୍ୟେକ ଦିନ ମୁଁ ଆପଣଙ୍କ ଗୀତ ଶୁଣେ । ମୁଁ ଆପଣଙ୍କ ଫିଲ୍ମ ଆଉ ଗୀତ ଶୁଣି ବହୁତ ଖୁସି ହୁଏ ।" ସନସାଇନ ବୋଲି ସମ୍ବୋଧନ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି,"ହାପି ବାର୍ଥ ଡେ ସାର । ତୁମେ ସମସ୍ତଙ୍କଠାରୁ ସର୍ବଶ୍ରେଷ୍ଠ ।"

ଫରହାନ ଏକଧାରାରେ ଜଣେ ଲେଖକ, ନିର୍ଦ୍ଦେଶକ , ଅଭିନେତା ଏବଂ ଫିଲ୍ମ ପ୍ରଜଯୋକ ଅଟନ୍ତି । ତାଙ୍କ ବାପାଙ୍କ ନାମ ଜାଭେଦ ଅଖତର ଏବଂ ମାଆ ହନି ଇରାନି । ସେ ପ୍ରଥମଥର ପାଇଁ ୨୬ ବର୍ଷ ବୟସରେ ଦିଲ ଚାହାତା ହେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲା । ଏହି ଚଳଚ୍ଚିତ୍ର ୨୦୦୧ ମସିହାରେ ରିଲିଡ ହୋଇଥିଲା । ୨୦୦୮ମସିହାରେ ସେ 'ରକ୍‌ ଅନ୍‌' ଫିଲ୍ମରେ ପ୍ରଥମେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ 'ଜିନ୍ଦେଗି ନା ମିଲେଗି ଦୋବାରାରେ' ଅଭିନୟ କରିଥିଲେ । ଏହି ଦୁଇ ଚଳଚ୍ଚିତ୍ରକୁ ବେଷ୍ଟ ଫିଲ୍ମ ଆଓ୍ବାର୍ଡ ମଧ୍ୟ ମିଳିଥିଲା । ଏହାପରେ ୨୦୧୩ ମସିହାରେ 'ଭାଗ୍‌ ମିଲଖା ଭାଗ୍‌'ରେ ଅଭିନୟ କରିଥିଲେ । ତାଙ୍କର ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.