ହାଇଦ୍ରାବାଦ: କାର୍ତ୍ତିକ, କିଆରା ଆଡଭାନୀ ଏବଂ ତବୁଙ୍କ ଅଭିନୀତ ଭୁଲ ଭୁଲେୟା ୨ (୨୦୨୨)ର ସଫଳତା ପରେ ଆନିସ୍ ବାଜମି ଏବଂ ନିର୍ମାତା ଭୂଷଣ କୁମାର ଭୁଲ ଭୁଲେୟା ୩ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏହି ଫିଲ୍ମରେ ପୂର୍ବତନ ଯୋଡି କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲି ଖାନଙ୍କୁ ଏକାଠି ନଜର ଆସିବେ ବୋଲି କୁହାଯାଉଛି । ଏଥିସହ ଏହି ଫିଲ୍ମର ସୁଟିଂ ଫେବୃଆରୀ ୨୦୨୪ରେ ଆରମ୍ଭ କରାଯିବ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ନିର୍ମାତାମାନେ ସ୍କ୍ରିପ୍ଟ ପ୍ରସ୍ତୁତ କରିସାରିଛନ୍ତି । ଏବଂ ୨୦୨୪ ଆରମ୍ଭରେ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଉଭୟ କାର୍ତ୍ତିକ ଏବଂ ସାରା ଅଲି ଖାନ ଏହି ଫିଲ୍ମ ସହ ପୁଣିଥରେ ଏକାଠି କାମ କରିବେ ବୋଲି କୁହାଯାଉଛି । ଏଥିସହ ଏହି ଫିଲ୍ମ ଦିପାବଳୀ ୨୦୨୪ରେ ସିନେମାହଲରେ ରିଲିଜ ହେବା ନେଇ ଜଣାପଡିଛି । ତେବେ ବ୍ରେକଅପ ପରେ ବି ଉଭୟ ବହୁତ ଭଲ ବନ୍ଧୁ ହୋଇ ରହିଛନ୍ତି । ସେମାନେ ପରସ୍ପର ସହ ଏକ ଫିଲ୍ମ କରିବାକୁ ବହୁତ ଉତ୍ସାହିତ ରହିଛନ୍ତି । କିନ୍ତୁ ଏନେଇ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ ।
ସୂଚନା ଥାଉ କି, ଲଭ୍ ଆଜ କଲ୍ ଫିଲ୍ମ କରୁଥିବା ସମୟରେ କାର୍ତ୍ତିକ ଏବଂ ସାରା ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା । ପରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେଲା ବେଳୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା । ଦୀର୍ଘ ଦିନ ପରେ ଉଭୟଙ୍କୁ ନିକଟରେ ଗଦର-2ର ସଫଳତା ପାର୍ଟିରେ ଦେଖିବାକୁ ମିଳିଥିଲା । ଏଥିରୁ ଅନୁମାନ କରାଯାଇଥିଲା ଯେ, ଉଭୟ ଅଲଗା ହେବା ପରେ ବି ଉଭୟ ଭଲ ବନ୍ଧୁ ଅଟନ୍ତି ।
ନିକଟରେ କଫି ୱିଥ୍ କରଣ ସିଜନ ୮ରେ ସାରା ଅଲି ଖାନ୍ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ । ଏହି ସମୟରେ କରଣ କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ମଧ୍ୟ ପଚାରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏକ ସମୟରେ ସାରା ପରୋକ୍ଷରେ କାର୍ତ୍ତିକଙ୍କୁ ଡେଟ କରୁଥିବା ସ୍ବୀକାର କରିଥିଲେ । ସାରା କାର୍ତ୍ତିକଙ୍କ ସହ ବ୍ରେକଅପ ପରେ ବନ୍ଧୁତା ବଜାୟ ରଖିବା ଉପରେ କହିଥିଲେ ଯେ, ଏହା ସହଜ ନଥିଲା । କିନ୍ତୁ ସବୁଥିରୁ ଆଗକୁ ବଢିବାକୁ ବଢିବ ।
ଏହା ମଧ୍ୟ ପଢନ୍ତୁ: ମିଶିଲାଣି କାର୍ତ୍ତିକ-ସାରାଙ୍କ ମନ ! ରୁହ୍ ବାବାଙ୍କ ଘରେ ଗଣେଶ ପୂଜା ପାଳିଲେ ଅଭିନେତ୍ରୀ
ସେପଟେ ଏନେଇ କାର୍ତ୍ତିକ ଆର୍ଯ୍ୟନ ଏକ ସାକ୍ଷାତକାରରେ ସାରାଙ୍କ ଏଭଳି ଖୁଲାସାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ସମ୍ପର୍କକୁ ସମ୍ମାନ ଦେବା ଉଚିତ । ଯଦି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥାଏ ତେବେ ଅନ୍ୟ ବ୍ୟକ୍ତି ମଧ୍ୟ ସେହି କଥା କହିବା ଉଚିତ୍ ନୁହେଁ । ଆମେ ସମସ୍ତେ ଆମର ସମ୍ପର୍କକୁ ସମ୍ମାନ ଦେବା ଉଚିତ୍ । ମୁଁ ମୋ ସାଥୀଙ୍କ ଠାରୁ ମଧ୍ୟ ସମାନ ଆଶା କରେ ।