ETV Bharat / entertainment

Emergency First Look OUT: ଇନ୍ଦିରା ଗାନ୍ଧୀଙ୍କ ରୂପରେ ନଜର ଆସିଲେ କଙ୍ଗନା - ଫିଲ୍ମ ଏମରଜେନ୍ସି

ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ Emergencyର ଫାଷ୍ଟ ଲୁକ ପୋଷ୍ଟର ଗୁରୁବାର ଦିନ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ କଙ୍ଗନା ରଣାୱତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଇନ୍ଦିରା ଗାନ୍ଧୀଙ୍କ ରୂପରେ ନଜର ଆସିଲେ କଙ୍ଗନା ରଣାଓ୍ବତ

author img

By

Published : Jul 14, 2022, 2:02 PM IST

ମୁମ୍ବାଇ: ଫିଲ୍ମ ଥଲାଇବାରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକା ନିର୍ବାହ କରିଥିବା କଙ୍ଗନା ରଣାୱତ ଏବେ ଆଉ ଜଣେ ବଡ଼ ରାଜନୀତିଜ୍ଞଙ୍କ ଚରିତ୍ରରେ ନଜର ଆସିଛନ୍ତି । ଏହି ବଡ଼ ରାଜନୀତିଜ୍ଞ ଜଣକ ହେଉଛନ୍ତି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । କଙ୍ଗନା ରଣାଓ୍ବତଙ୍କ ଫିଲ୍ମ 'ଏମରଜେନ୍ସି' (Emergency)ର ଫାଷ୍ଟ ଲୁକ ପୋଷ୍ଟର ଗୁରୁବାର ଦିନ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ କଙ୍ଗନା ରଣାୱତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ନଜର ଆସିଛନ୍ତି। ଏହି ଫିଲ୍ମ ଏକ ବହି ଉପରେ ଆଧାରିତ । ଏଥିରେ ଅପରେସନ ବ୍ଲୁ ଷ୍ଟାର ଓ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତିକୁ ମୁଖ୍ୟ ଭାବେ ଦର୍ଶାଯାଇଛି ।

ଉଲ୍ଲେଖନୀୟ ଯେ, 'ଧାକଡ ଗର୍ଲ'ଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସର ବ୍ୟାନରରେ ନିର୍ମିତ 'Emergency' ଚଳଚ୍ଚିତ୍ରର ଅଭିନେତ୍ରୀ ହେବା ସହିତ ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ ଅଟନ୍ତି । ଅଭିନେତ୍ରୀ ପୋଷ୍ଟର ଏବଂ ଟିଜର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି- 'ସେ ଯାହାକୁ ସାର୍ ବୋଲି କହୁଥିଲେ।' ପୋଷ୍ଟରରେ ତାଙ୍କ ଲୁକ୍ ପୂରାପୂରି ଦମଦାର ରହିଛି ।

ଟିଜରର ଆରମ୍ଭ ଏକ ବଡ଼ ଅଫିସରୁ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଫୋନ୍ ଉଠାଉଛନ୍ତି । ଫୋନ୍ ପରେ, ଏହି ବ୍ୟକ୍ତି ଅନ୍ୟ ଏକ କୋଠରୀକୁ ଯାଉଛନ୍ତି, ଯେଉଁଠାରେ ଜଣେ ମହିଳା ଠିଆ ହୋଇଥିବା ଦେଖାଯାଏ । ଏହାପରେ ବ୍ୟକ୍ତି ଜଣକ ପଚାରୁଛନ୍ତି କି ଆମେରିକାର ରାଷ୍ଟ୍ରପତି ତାଙ୍କୁ 'ମ୍ୟାଡାମ୍' ବୋଲି କହିପାରିବେ କି ନାହିଁ । ଯେଉଁଥିରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶୈଳୀରେ କୁହନ୍ତି, "ଆମେରିକାର ରାଷ୍ଟ୍ରପତିଙ୍କୁ କହିଦେବ ଯେ ମୋତେ ମୋ ଅଫିସରେ ମ୍ୟାଡାମ୍ ନୁହେଁ, ସାର୍ ଡାକନ୍ତି ।"

ପୂର୍ବରୁ କଙ୍ଗନା କହିଥିଲେ ଯେ, ‘ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ ବରଂ ଏକ ଭବ୍ୟ ପିରିୟଡିକ୍ ଫିଲ୍ମ ହେବ। ଆଉ ଏହା ଆଜିର ଯୁବପିଢ଼ିଙ୍କୁ ଦେଶର ସାମାଜିକ-ରାଜନୈତିକ ସ୍ଥିତି ବୁଝେଇବାରେ ସହାୟକ ହେବ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.