ETV Bharat / entertainment

Snake Venom Case: ଥାନାରେ ହାଜର ହେଲେ ଏଲଭିସ ଯାଦବ, ୩ଘଣ୍ଟା ଯାଏଁ ନୋଏଡା ପୋଲିସର ପଚରାଉଚରା

author img

By ANI

Published : Nov 8, 2023, 12:20 PM IST

ସାପ ବିଷ ସପ୍ଲାଇ ମାମଲାରେ ଥାନାରେ ହାଜର ହେଲେ ଏଲଭିଶ ଯାଦବ । ଘଟଣା ନେଇ ୩ଘଣ୍ଟା ଯାଏଁ ପଚରାଉଚରା କଲା ନୋଏଡା ପୋଲିସ । ଅଧିକ ପଢ଼ନ୍ତୁ

elvish-yadav-appears-before-police
ଥାନାରେ ହାଜର ହେଲେ ଏଲଭିସ ଯାଦବ, ୩ଘଣ୍ଟା ଯାଏଁ ନୋଏଡା ପୋଲିସର ପଚରାଉଚରା

ହାଇଦ୍ରାବାଦ: ରେଭ ପାର୍ଟିରେ ସାପ ବିଷ ସପ୍ଲାଇ ମାମଲା ନେଇ ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର୍ ଏଲଭିଶ ଯାଦବ ନୋଏଡା ପୋଲିସ ନିକଟରେ ହାଜର ହୋଇଛନ୍ତି । ମଙ୍ଗଳବାର ପୋଲିସ ଏଲଭିସଙ୍କୁ ହାଜର ହେବା ପାଇଁ ଏକ ନୋଟିସ ପଠାଇଥିଲା। ଫଳରେ ବିଳମ୍ବିତ ରାତିରେ ଏଲଭିସ ନୋଏଡା ପୋଲିସ ନିକଟରେ ହାଜର ହୋଇଛନ୍ତି । ଏହି ସମୟରେ ପ୍ରାୟ ୩ ଘଣ୍ଟା ଧରି ପୋଲିସ ଏଲଭିସଙ୍କୁ ପଚରାଉଚରା କରିଛି । ତେବେ ଆଜି ପୁଣି ଏଲଭିସଙ୍କୁ ପୋଲିସ ପଚରାଉଚରା କରିପାରେ ବୋଲି ଜଣାପଡିଛି ।

ଘଟଣାରେ ପୋଲିସ ଏଲଭିସ ଯାଦବଙ୍କୁ ମିଶାଇ ୬ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ତେବେ ପୂର୍ବରୁ ୫ଜଣଙ୍କୁ ଗିରଫ କରିସାରିଛି ପୋଲିସ । ADCP 1 ନୋଏଡାର ପୋଲିସ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ଦିନ ଏଲଭିଶ ଯାଦବ ପୋଲିସ ଷ୍ଟେସନକୁ ଆସିଥିଲେ । ତାଙ୍କୁ ପ୍ରାୟ 20 ରୁ 25 ପ୍ରଶ୍ନ ପଚରାଯାଇଥିଲା । ଆଜି ତାଙ୍କୁ ପୁଣି ଡକାଯାଇଛି । ପଚରାଉଚରା ପାଇଁ ପୋଲିସ ଏଲଭିଶଙ୍କୁ ନୋଟିସ ପଠାଇଥିଲା । ବର୍ତ୍ତମାନ ତାଙ୍କୁ ପ୍ରାଥମିକ ପଚରାଉଚରା କରାଯାଇଛି । ଏହି ମାମଲାରେ ଅଭିଯୁକ୍ତ ରାହୁଲ ଯାଦବଙ୍କୁ ରିମାଣ୍ଡରେ ନେବା ପରେ ପୋଲିସ ତାଙ୍କୁ ଏଲଭିଶ ଯାଦବଙ୍କ ସମ୍ମୁଖରେ ବସି ପଚରାଉଚରା କରିପାରେ ।

ସୂଚନା ଥାଉ କି, ନଭେମ୍ବର ୨ରେ ନୋଏଡାର ସେକ୍ଟର ୪୯ରେ ରେଭ୍‌ ପାର୍ଟିର ଆୟୋଜନ ହୋଇଥିଲା । ଏଠାରେ ସାପ ବିଷ ସପ୍ଲାଇ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଥିଲା ନୋଏଡା ପୋଲିସ । ଫଳରେ ପୋଲିସ ଏହି ରେଭ୍‌ ପାର୍ଟି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା । ଏଥିରେ ଏଲଭିଶ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଥିଲା ପୋଲିସ ।

ସେପଟେ ଏହି ଘଟଣା ନେଇ ଉତ୍ତରପ୍ରଦେଶ ପରିବେଶ ମନ୍ତ୍ରୀ ଅରୁଣ ସକ୍ସେନା କହିଛନ୍ତି ଯେ, ଆଇନ ତାହାର କାମ କରିବ । କୌଣସି ସେଲିବ୍ରିଟି ଆଇନଠାରୁ ବଡ଼ ନୁହଁନ୍ତି । ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର କହିଛନ୍ତି ଯେ ଏହି ମାମଲାର ଶୁଣାଣି ଉପରେ ତାଙ୍କର କୌଣସି ପ୍ରଭାବ ନାହିଁ ଏବଂ ଯଦି ଏଲଭିସ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏହା ମଧ୍ୟ ପଢନ୍ତୁ: ସାପ ବିଷ ସପ୍ଲାଇ ମାମଲା ପରେ ମୁହଁ ଖୋଲିଲେ ଏଲ୍‌ଭିସ୍‌, କହିଲେ 'ମୋତେ ଶ୍ରୀରାମଙ୍କ ଉପରେ ଭରସା ଅଛି'

ଅନ୍ଯପଟେ ରେଭ୍ ପାର୍ଟିରେ ସାପ ବିଷ ଯୋଗାଣରେ ତାଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି ଏଲଭିସ । ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଏହି ଘଟଣାରେ ଜଡିତ ଥିବା ସେହି ମହିଳା କହୁଥିଲେ ଯେ ମୁଁ ମୋ ବେକରେ ସାପ ଧରି ବୁଲୁଛି । ଏହା ଏକ ଗୀତର ସୁଟିଂ ପାଇଁ ଥିଲା ଏହାଛଡା ଅନ୍ୟ କିଛି ନୁହେଁ । ଏହି ସମସ୍ତ ବେଆଇନ କାର୍ଯ୍ୟକଳାପରେ ମୁଁ ମୋର ନାମ ଏବଂ ମୋ ପରିବାରର ନାମ ନଷ୍ଟ କରିବି ନାହିଁ । ଯଦି ଏହି ମାମଲାରେ ମୋର ଏକ ପ୍ରତିଶତ ବି ଜଡିତ ଥାଏ, ତେବେ ଦଣ୍ଡ 10 ବର୍ଷ ବା 100 ବର୍ଷ ହେଉ ମୁଁ ନିଜକୁ ସମର୍ପଣ କରିବି । ସମସ୍ତେ ଜାଣନ୍ତି ଯେ ମୋର ସ୍ତର ଏତେ କମ୍ ନାହିଁ ଯେ ମୁଁ ଏହି ପ୍ରକାର କାମ କରିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.