ETV Bharat / entertainment

ନ୍ୟୁଜିଲ୍ୟାଣ୍ଡରେ 'ଡଙ୍କି' କ୍ରେଜ୍‌, ପ୍ରଥମ ଦିନର ପ୍ରଥମ ଶୋ' ଦେଖି 'ମାଷ୍ଟରପିସ୍' ଟ୍ୟାଗ୍ ଦେଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Dec 21, 2023, 10:57 AM IST

Dunki Review on X: ପରଦାକୁ ଆସିଲା ଶାହାରୁଖ ଖାନଙ୍କ ଚଳିତ ବର୍ଷର ୩ୟ ଫିଲ୍ମ 'ଡଙ୍କି' । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବାକୁ ପହଞ୍ଚିଛନ୍ତି ଫ୍ୟାନ୍ସ । କେବଳ ଯେ, ଭାରତରେ ନୁହଁ ବିଦେଶରେ ମଧ୍ୟ ଫିଲ୍ମକୁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ ନ୍ୟୁଜିଲ୍ୟାଣ୍ଡ ଫ୍ୟାନ୍ସଙ୍କଠାରୁ ଆରମ୍ଭ କରି ଭାରତରେ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା। ଅଧିକ ପଢ଼ନ୍ତୁ ମିଳୁଛି । ଅଧିକ ପଢନ୍ତୁ,

ନ୍ୟୁଜିଲ୍ୟାଣ୍ଡରେ 'ଡଙ୍କି' କ୍ରେଜ, ପ୍ରଥମ ଦିନର ପ୍ରଥମ ଶୋ' ଦେଖି 'ମାଷ୍ଟରପିସ୍' ଟ୍ୟାଗ୍ ଦେଲେ ଫ୍ୟାନ୍ସ

ହାଇଦ୍ରାବାଦ: ଶାହାରୁଖ ଖାନ ଏବଂ ରାଜକୁମାରୀ ହିରାନୀଙ୍କ 'ଡଙ୍କି' ଶେଷରେ ଡିସେମ୍ବର ୨୧ ଗୁରୁବାର ଦିନ ସାରା ବିଶ୍ୱରେ ମୁକ୍ତିଲାଭ କରିଛି । କିଙ୍ଗ୍‌ ଖାନ୍‌ଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଦେଶ ତଥା ବିଦେଶ ଫ୍ୟାନ୍ସ ମଧ୍ୟରେ ଭିନ୍ନ କ୍ରେଜ୍‌ ରହିଛି । ଭୋର ସକାଳ ୫ଟା ୫୫ରେ ଶୋ' ଆରମ୍ଭ ହୋଇଥିବା ବେଳେ ଫିଲ୍ମର 'ପ୍ରଥମ ଦିନ ପ୍ରଥମ ଶୋ'' ଦେଖିବା ପାଇଁ ଥିଏଟରରେ ଭିଡ଼ ଜମାଇଥିଲେ ଫ୍ୟାନ୍ସ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଫ୍ୟାନ୍ସ ଫିଲ୍ମକୁ ନେଇ ରିଭ୍ୟୁ ସେୟାର କରିଛନ୍ତି । ଶାହରୁଖ ଖାନ ଏବଂ ରାଜକୁମାର ହିରାନୀଙ୍କ 'ଡଙ୍କି' ସହ ଏକ ଦେଶପ୍ରେମୀ ଚଳଚ୍ଚିତ୍ର ଦେଇଥିବାରୁ ଏହାର ପ୍ରଶଂସା କରିବା ସହ 'ମାଷ୍ଟରପିସ୍' ଫିଲ୍ମ ବୋଲି କହିଛନ୍ତି ।

ନ୍ୟୁଜିଲ୍ୟାଣ୍ଡର ଜଣେ ଫ୍ୟାନ୍ସ ଏକ୍ସରେ ନିଜ ରିଭ୍ୟୁ ସେୟାର କରି ଲେଖିଛନ୍ତି, 'ଡଙ୍କି ହେଉଛି ଏକ ଭାବପ୍ରବଣ ରୋଲର୍ କୋଷ୍ଟର୍ । ତୁମେ ଏକା ସମୟରେ ହସିବ ଏବଂ କାନ୍ଦିବ । 'ହାର୍ଡି ନମୁନା ନୁହଁନ୍ତି' - ସେ ହେଉଛନ୍ତି କିଙ୍ଗ ଖାନ୍‌ । ଘର କଥା ମନେ ପକାଇଦେଉଛି ଫିଲ୍ମ ।' ଏହା ପରେ ସେ ଆଉ ଏକ କ୍ଲିପ୍ ସେୟାର କରିଥିଲେ ଯେଉଁଥିରେ ସେ ବଡ଼ ପରଦାରେ ପୁରୁଣା ଶାହାରୁଖ ଖାନଙ୍କ ଝଲକ ଫେରାଇ ଆଣିଥିବାରୁ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ସେ ଫିଲ୍ମ ଦେଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି, ଶାହାରୁଖ ଖାନ୍‌ଙ୍କ ଏହି ଫିଲ୍ମ ଶ୍ରେଷ୍ଠ ଫିଲ୍ମ । ଘରର ଭାବନା ସହ 'ଡଙ୍କି' ସର୍ବଦା ଦେଶପ୍ରେମ ଭାବରେ ସମସ୍ତଙ୍କ ହୃଦୟରେ ରହିବ ।'

ସେହିପରି ଏକ୍ସରେ ଆଉ ଜଣେ ଲେଖିଛନ୍ତି, "ଅନୱାର୍ଡ ରିଭ୍ୟୁ, ଡଙ୍କି: ଆଉଟଷ୍ଟାଡିଂ। ଏହା ଏକ ମାଷ୍ଟରପିକ୍ ବର୍ଷର ତୃତୀୟ ବ୍ଲକବଷ୍ଟର ପାଇଁ ଶାହାରୁଖଙ୍କୁ ଅଭିନନ୍ଦନ । ଅନ୍ୟପଟେ ଅନେକ ଫ୍ୟାନ୍ସ 'ଡଙ୍କି' କୁ ଏକ 'ମାଷ୍ଟରପିସ୍' କହି ପ୍ରଶଂସା କରିଥିବାବେଳେ କେତେକ ନିରାଶ ମଧ୍ୟ ହୋଇଛନ୍ତି । ନିରାଶ ହୋଇ ଜଣେ ଫ୍ୟାନ ଲେଖିଛନ୍ତି, ଏକ ଖରାପ ବିଷୟବସ୍ତୁ 'ଡଙ୍କି' ଆମକୁ ପ୍ରଭାବିତ କରିବାରେ ବିଫଳ ହୋଇଛି । କୌଣସି ମନୋରଞ୍ଜନ ଖୋରାକ୍‌ ନଥିବା ପୁରୁଣା ଗରିବ ଡ୍ରାମା । ରାଜକୁମାର ହିରାନୀ ବିଫଳ ହୋଇଛନ୍ତି । ରେଟିଂ ହିସାବରେ ମୁଁ ୫ରୁ ୧ ଷ୍ଟାର୍‌ ଦେବି ।

hello from New Zealand. First day, first show loading - it is #Dunki day #DunkiFirstDayFirstShow @iamsrk @iFaridoon @SRKUniverse pic.twitter.com/oLEqXeB79B

— moonstruck dad (Tanmoy & Rudra) (@DadMoonstruck) December 20, 2023 ">

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'ଡଙ୍କି', ଉତ୍ସାହ ଦେଖି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଖାନ

୫ ବର୍ଷ ପରେ ରାଜକୁମାର ହିରାନୀ ଡଙ୍କି ସହ ପରଦାକୁ ଫେରିଛନ୍ତି । ଶାହାରୁଖ ଡଙ୍କି ସହ ଚଳିତ ବର୍ଷ ହ୍ୟାଟ୍ରିକ ସ୍କୋର କରିବାକୁ ଯାଉଛନ୍ତି । ଶାହାରୁଖଙ୍କ ବର୍ଷର ପ୍ରଥମ ଦୁଇଟି ଚଳଚ୍ଚିତ୍ର ଜବାନ ଏବଂ ପଠାନର ବିପୁଳ ସଫଳତାକୁ ଅନୁସରଣ କରି ଡଙ୍କି ସହ ପରଦାକୁ ଫେରିଛନ୍ତି । ଏହି ଉଭୟ ବିଶ୍ବରେ ୧୦୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି । ସେହିପରି ଡଙ୍କି ମଧ୍ୟ ବିପୁଳ ଆୟ କରିବ ବୋଲି ଆଶା । ତେବେ ଏଥିରେ କିଙ୍ଗ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି ।

ହାଇଦ୍ରାବାଦ: ଶାହାରୁଖ ଖାନ ଏବଂ ରାଜକୁମାରୀ ହିରାନୀଙ୍କ 'ଡଙ୍କି' ଶେଷରେ ଡିସେମ୍ବର ୨୧ ଗୁରୁବାର ଦିନ ସାରା ବିଶ୍ୱରେ ମୁକ୍ତିଲାଭ କରିଛି । କିଙ୍ଗ୍‌ ଖାନ୍‌ଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଦେଶ ତଥା ବିଦେଶ ଫ୍ୟାନ୍ସ ମଧ୍ୟରେ ଭିନ୍ନ କ୍ରେଜ୍‌ ରହିଛି । ଭୋର ସକାଳ ୫ଟା ୫୫ରେ ଶୋ' ଆରମ୍ଭ ହୋଇଥିବା ବେଳେ ଫିଲ୍ମର 'ପ୍ରଥମ ଦିନ ପ୍ରଥମ ଶୋ'' ଦେଖିବା ପାଇଁ ଥିଏଟରରେ ଭିଡ଼ ଜମାଇଥିଲେ ଫ୍ୟାନ୍ସ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଫ୍ୟାନ୍ସ ଫିଲ୍ମକୁ ନେଇ ରିଭ୍ୟୁ ସେୟାର କରିଛନ୍ତି । ଶାହରୁଖ ଖାନ ଏବଂ ରାଜକୁମାର ହିରାନୀଙ୍କ 'ଡଙ୍କି' ସହ ଏକ ଦେଶପ୍ରେମୀ ଚଳଚ୍ଚିତ୍ର ଦେଇଥିବାରୁ ଏହାର ପ୍ରଶଂସା କରିବା ସହ 'ମାଷ୍ଟରପିସ୍' ଫିଲ୍ମ ବୋଲି କହିଛନ୍ତି ।

ନ୍ୟୁଜିଲ୍ୟାଣ୍ଡର ଜଣେ ଫ୍ୟାନ୍ସ ଏକ୍ସରେ ନିଜ ରିଭ୍ୟୁ ସେୟାର କରି ଲେଖିଛନ୍ତି, 'ଡଙ୍କି ହେଉଛି ଏକ ଭାବପ୍ରବଣ ରୋଲର୍ କୋଷ୍ଟର୍ । ତୁମେ ଏକା ସମୟରେ ହସିବ ଏବଂ କାନ୍ଦିବ । 'ହାର୍ଡି ନମୁନା ନୁହଁନ୍ତି' - ସେ ହେଉଛନ୍ତି କିଙ୍ଗ ଖାନ୍‌ । ଘର କଥା ମନେ ପକାଇଦେଉଛି ଫିଲ୍ମ ।' ଏହା ପରେ ସେ ଆଉ ଏକ କ୍ଲିପ୍ ସେୟାର କରିଥିଲେ ଯେଉଁଥିରେ ସେ ବଡ଼ ପରଦାରେ ପୁରୁଣା ଶାହାରୁଖ ଖାନଙ୍କ ଝଲକ ଫେରାଇ ଆଣିଥିବାରୁ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ସେ ଫିଲ୍ମ ଦେଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି, ଶାହାରୁଖ ଖାନ୍‌ଙ୍କ ଏହି ଫିଲ୍ମ ଶ୍ରେଷ୍ଠ ଫିଲ୍ମ । ଘରର ଭାବନା ସହ 'ଡଙ୍କି' ସର୍ବଦା ଦେଶପ୍ରେମ ଭାବରେ ସମସ୍ତଙ୍କ ହୃଦୟରେ ରହିବ ।'

ସେହିପରି ଏକ୍ସରେ ଆଉ ଜଣେ ଲେଖିଛନ୍ତି, "ଅନୱାର୍ଡ ରିଭ୍ୟୁ, ଡଙ୍କି: ଆଉଟଷ୍ଟାଡିଂ। ଏହା ଏକ ମାଷ୍ଟରପିକ୍ ବର୍ଷର ତୃତୀୟ ବ୍ଲକବଷ୍ଟର ପାଇଁ ଶାହାରୁଖଙ୍କୁ ଅଭିନନ୍ଦନ । ଅନ୍ୟପଟେ ଅନେକ ଫ୍ୟାନ୍ସ 'ଡଙ୍କି' କୁ ଏକ 'ମାଷ୍ଟରପିସ୍' କହି ପ୍ରଶଂସା କରିଥିବାବେଳେ କେତେକ ନିରାଶ ମଧ୍ୟ ହୋଇଛନ୍ତି । ନିରାଶ ହୋଇ ଜଣେ ଫ୍ୟାନ ଲେଖିଛନ୍ତି, ଏକ ଖରାପ ବିଷୟବସ୍ତୁ 'ଡଙ୍କି' ଆମକୁ ପ୍ରଭାବିତ କରିବାରେ ବିଫଳ ହୋଇଛି । କୌଣସି ମନୋରଞ୍ଜନ ଖୋରାକ୍‌ ନଥିବା ପୁରୁଣା ଗରିବ ଡ୍ରାମା । ରାଜକୁମାର ହିରାନୀ ବିଫଳ ହୋଇଛନ୍ତି । ରେଟିଂ ହିସାବରେ ମୁଁ ୫ରୁ ୧ ଷ୍ଟାର୍‌ ଦେବି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'ଡଙ୍କି', ଉତ୍ସାହ ଦେଖି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଖାନ

୫ ବର୍ଷ ପରେ ରାଜକୁମାର ହିରାନୀ ଡଙ୍କି ସହ ପରଦାକୁ ଫେରିଛନ୍ତି । ଶାହାରୁଖ ଡଙ୍କି ସହ ଚଳିତ ବର୍ଷ ହ୍ୟାଟ୍ରିକ ସ୍କୋର କରିବାକୁ ଯାଉଛନ୍ତି । ଶାହାରୁଖଙ୍କ ବର୍ଷର ପ୍ରଥମ ଦୁଇଟି ଚଳଚ୍ଚିତ୍ର ଜବାନ ଏବଂ ପଠାନର ବିପୁଳ ସଫଳତାକୁ ଅନୁସରଣ କରି ଡଙ୍କି ସହ ପରଦାକୁ ଫେରିଛନ୍ତି । ଏହି ଉଭୟ ବିଶ୍ବରେ ୧୦୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି । ସେହିପରି ଡଙ୍କି ମଧ୍ୟ ବିପୁଳ ଆୟ କରିବ ବୋଲି ଆଶା । ତେବେ ଏଥିରେ କିଙ୍ଗ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.