ETV Bharat / entertainment

'ଡଙ୍କି' ଉପରେ ଭାରି ପଡିବ 'ସାଲାର' ! ପ୍ରଥମ ଦିନରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ କଲା ଏତିକି ଆୟ

author img

By ETV Bharat Odisha Team

Published : Dec 22, 2023, 12:11 PM IST

Dunki BO Collection Day 1: ଗୁରୁବାର ଦିନ ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡଙ୍କି' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଫିଲ୍ମକୁ ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି । କେତେ ଆୟ କରିଛି ଫିଲ୍ମ ଜାଣନ୍ତୁ

'ଡଙ୍କି' ଉପରେ ଭାରି ପଡିବ 'ସାଲାର'! ପ୍ରଥମ ଦିନରେ କିଙ୍ଗ ଖାନଙ୍କ ଫିଲ୍ମ କଲା ଏତିକି ଆୟ

ହାଇଦ୍ରାବାଦ: ପଠାନ ଏବଂ ଜବାନ ପରେ ବର୍ଷର ତୃତୀୟ ଚଳଚ୍ଚିତ୍ର 'ଡଙ୍କି' ସହ ଶାହରୁଖ ଖାନ ପରଦାକୁ ଫେରିଛନ୍ତି । ଭାରତରେ ଏହି ଚଳଚ୍ଚିତ୍ରର ପ୍ରଥମ ଶୋ' ସକାଳ 5:55ରେ ଆରମ୍ଭ ହୋଇଥିବା ବେଲେ ଫିଳ୍ମକୁ ନେଇ ବେଶ ଉତ୍ସାହିତ ଥିଲେ ଫ୍ୟାନ୍ସ । ଏହାପରେ ଫ୍ୟାନ୍ସ ଫିଲ୍ମକୁ ନେଇ ଅନେକ ରିଭ୍ୟୁ ସେୟାର କରି ପ୍ରଶଂସା କରିଥିଲେ । ଏବଂ ଫିଲ୍ମକୁ ମାଷ୍ଟରପିସ୍‌ ଟ୍ୟାଗ ଦେଇଥିଲେ । ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନର କଲେକ୍ସନ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଚଳଚ୍ଚିତ୍ରଟି ୩୦ କୋଟି ଟଙ୍କା ଆୟ କରିଛି ।

ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୪ ହଜାର ସ୍କ୍ରିନରେ ରିଲିଜ୍ ହେବାର ପ୍ରଥମ ଦିନରେ ୧୫ ହଜାରରୁ ଅଧିକ ଶୋ' ସହ ଡଙ୍କି ରିଲିଜ ହୋଇଛି । ପ୍ରଥମ ଦିନର କଲେକ୍ସନ ବିଷୟରେ କହିବାକୁ ଗଲେ, ଡଙ୍କି ଗୁରୁବାର ଦିନ ସମସ୍ତ ଭାଷାରେ ୩୦ କୋଟି ଟଙ୍କା ଆୟ କରିଛି । ଯାହା ଆଶା କରାଯାଉଥିବା ଆୟ ଠାରୁ କମ୍‌ ରହିଛି । କମେଡି-ଡ୍ରାମାରେ ପୂର୍ଣ୍ଣ ଏହି ଚଳଚ୍ଚିତ୍ରର ହାର ଅନ୍ୟ ଫିଲ୍ମ ତୁଳନାରେ ମୋଟ ୨୫.୭୧ % ରହିଛି ।

#Dunki : ⭐⭐ ½

BUNK(I)#DunkiReview pic.twitter.com/EvU3w1r7bG

— Manobala Vijayabalan (@ManobalaV) December 21, 2023 ">

ଏହି ଫିଲ୍ମ ଆଶାଠାରୁ କମ ଆୟ କରିଥିବା ବେଳେ ଶାହାରୁଖଙ୍କ ପୂର୍ବ ବ୍ଲକବଷ୍ଟର ଫିଲ୍ମ ପଠାନ ଜବାନଠାରୁ ଅପେକ୍ଷାକୃତ କମ୍ ରହିଛି । ଏପରିକି ସନ୍ନି ଦେଓଲଙ୍କ ଗଦର ୨, ଏସଆରକେଙ୍କ ପଠାନ ଏବଂ ଜବାନ, ଏବଂ ରଣବୀର କପୁରଙ୍କ ଆନିମଲ ମଧ୍ୟ ପ୍ରଥମ ଦିନରେ ଡଙ୍କି ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'ପଠାନ' ଏହାର ଓପନିଂ ଦିନରେ ୫୭ କୋଟି ଟଙ୍କା ରୋଜଗାର କରିଥିଲା । ପଠାନଙ୍କ ରେକର୍ଡ ଭାଙ୍ଗି ଜବାନ ୭୪.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏବଂ ସନ୍ନି ଦେଓଲଙ୍କ ଗଦର ୨ ପ୍ରଥମ ଦିନରେ ୪୦.୧ କୋଟି ଟଙ୍କା ସହ ଆୟ କରିଥିଲା ।

  • " class="align-text-top noRightClick twitterSection" data="">

ସେପଟେ ବର୍ତ୍ତମାନ, ଡିସେମ୍ବର ୨୨ ଅର୍ଥାତ୍ ଆଜି ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଫିଲ୍ମ 'ସାଲାର' ରିଲିଜ କରିଛି । ତେବେ ଏବେ ବକ୍ସ ଅଫିସରେ ଶାହାରୁଖ ଖାନ ଏବଂ ପ୍ରଭାସଙ୍କ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ହେଲେ ଡଙ୍କି ମାତ୍ର ୩୦ କୋଟି ଆୟ କରିଥିବା ବେଳେ ସାଲାର ଡଙ୍କିକୁ ଫଛରେ ପକାଇପାରେ । ସାଲାରର ଆଡଭାନ୍ସ ବୁକିଂ ଏବଂ ରିଭ୍ୟୁ ଦେଖି ମନେ ହେଉଛି ଯେ, ଏହା ବକ୍ସ ଅଫିସରେ ଧମାକା ମଚାଇ ପ୍ରଥମ ଦିନରେ ୧୦୦ କୋଟି ଆୟ କରିବ ।

ଏହା ମଧ୍ୟ ପଢନ୍ତୁ: ନ୍ୟୁଜିଲ୍ୟାଣ୍ଡରେ 'ଡଙ୍କି' କ୍ରେଜ୍‌, ପ୍ରଥମ ଦିନର ପ୍ରଥମ ଶୋ' ଦେଖି 'ମାଷ୍ଟରପିସ୍' ଟ୍ୟାଗ୍ ଦେଲେ ଫ୍ୟାନ୍ସ

ଡଙ୍କି ଫିଲ୍ମଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଏକ ବନ୍ଧୁଗୋଷ୍ଠୀର କାହାଣୀକୁ ଦର୍ଶାଇଛି । ଏହି ଫିଲ୍ମରେ କିଙ୍ଗ୍‌ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ସହ ଶାହାରୁଖ ରାଜକୁମାର ହିରାନୀ, ବିକି ଏବଂ ତାପସୀଙ୍କ ପ୍ରଥମ ଥର କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.