ETV Bharat / entertainment

Drishyam 2 trailer: ଅଜୟ ଦେବଗନଙ୍କ ଦୃଶ୍ୟମ୍‌ ୨ର ଦମଦାର ଟ୍ରେଲର ରିଲିଜ୍‌

author img

By

Published : Oct 17, 2022, 3:40 PM IST

Drishyam ୨ Trailer Out, ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମ୍‌ ୨ର ଦମଦାର ଟ୍ରେଲର ରିଲିଜ୍‌ ହୋଇଛି । ଅଧିକ ପଢନ୍ତୁ

ଅଜୟ ଦେବଗନଙ୍କ ଫିଲ୍ମ Drishyam 2ର ଦମଦାର ଟ୍ରେଲର ରିଲିଜ୍‌

ହାଇଦ୍ରାବାଦ: ଅଜୟ ଦେବଗନ୍ ଏବଂ ତବୁ ଷ୍ଟାରର୍ ସସପେନ୍ସ ଥ୍ରୀଲର ଫିଲ୍ମ 'ଦୃଶ୍ୟମ୍‌' ବକ୍ସ ଅଫିସ ସହିତ ଦର୍ଶକଙ୍କ ଦିଲ୍‌ରେ ରାଜ୍‌ କରିଥିଲା । ସାତ ବର୍ଷ ପରେ ଏବେ ପୁଣି ଥରେ ବିଜୟ ସାଲଗାଓଁକରଙ୍କ ମାମଲା ଖୋଲିବାକୁ ଯାଉଛି । ଦୀର୍ଘ ଦିନ ଧରି ଦୃଶ୍ୟମ୍‌ ୨ ବିଷୟରେ ଆଲୋଚନା ହୋଇଆସୁଛି । ଏହି ଚଳଚ୍ଚିତ୍ରରୁ ତବୁ ଏବଂ ଅକ୍ଷୟ ଖାନ୍ନାଙ୍କ ପୋଷ୍ଟର ସାମ୍ନାକୁ ଆସିସାରିଛି । ଏହା ବ୍ୟତୀତ ଫିଲ୍ମର ରିମେଲ ଟ୍ରେଲର ୨ ଅକ୍ଟୋବରରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମ 'ଦୃଶ୍ୟମ୍‌ ୨' ର ଟ୍ରେଲର ରିଲିଜ୍ କରିଛନ୍ତି । ସସପେନ୍ସରେ ପରିପୂର୍ଣ୍ଣ ଏହି ଟ୍ରେଲରରେ ଅଜୟ ଦେବଗନ ଏଥର ପୋଲିସର କବଳରେ ଫସି ଯାଇଥିବା ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

ଏହି ୨ ମିନିଟ୍ ୨୪ ସେକେଣ୍ଡ୍ ଟ୍ରେଲର୍ ସସପେନ୍ସରେ ପରିପୂର୍ଣ୍ଣ । ୭ ବର୍ଷ ପରେ 'ଦୃଶ୍ୟମ୍‌ ୨' ସହିତ ଅକ୍ଟୋବର ୨ର ଏହି କାହାଣୀ ବର୍ତ୍ତମାନ ପୁଣି ଥରେ ଆଗକୁ ବଢୁଛି । ଅଜୟ ଦେବଗନ୍ ବିଜୟ ସାଲଗାଓଁକରଙ୍କ ଭୂମିକାରେ ଅଭିନୟ କରିବା ସହିତ ଏହା ଆରମ୍ଭ ହୋଇଛି, ଯେଉଁଠାରେ ସେ ତବୁଙ୍କ ପୁଅର ଶବକୁ କବର ଦେଇଥିଲେ । ୭ ବର୍ଷ ପୂର୍ବେ ପୋଲିସ ଏହି ମାମଲାରେ ବିଜୟ ସାଲଗାଓଁକରଙ୍କ ପରିବାରକୁ ପଚରାଉଚରା କରୁଛି। କିନ୍ତୁ ଏଥର ବିଜୟ ମାମଲାର ସମ୍ପୂର୍ଣ୍ଣ ଦାୟିତ୍ୱ ଅକ୍ଷୟ ଖାନ୍ନା (ପୋଲିସ ଅଧିକାରୀ) କାନ୍ଧରେ ଅଛି । ଅକ୍ଷୟ ଖାନ୍ନା ପୋଲିସ ଭୂମିକାରେ ବହୁତ ଦମଦାର ଲାଗୁଛନ୍ତି, ଯିଏ ବିଜୟ ସାଲଗାଓଁକରଙ୍କ ଚତୁର ବୁଦ୍ଧିକୁ ମାତ୍‌ ଦେଉଛନ୍ତି । ସସପେନ୍ସରେ ଭରପୂର ଏହି ଟ୍ରେଲର ଆପଣଙ୍କୁ ଏକ ରୋଲର୍ କୋଷ୍ଟର୍ ରାଇଡ୍‌ରେ ନେଇଯିବ ।

ଲୋକମାନେ ଦୃଶ୍ୟମ୍‌ରେ ଅଜୟ ଦେବଗନଙ୍କ ଚରିତ୍ରକୁ ଯେତିକି ପସନ୍ଦ କରିଥିଲେ, ତବୁଙ୍କ ଚରିତ୍ରକୁ ମଧ୍ୟ ସେତିକି ପସନ୍ଦ କରିଥିଲେ । ଆଗାମୀ ସିରିଜ୍‌ରେ 'ଦୃଶ୍ୟମ୍‌ ୨'ରେ ତବୁ ଜଣେ ପୋଲିସ୍ ପାଇଁ ନୁହେଁ ବରଂ ପୁଅ ପାଇଁ ନ୍ୟାୟ ପାଇଁ ଜଣେ ମାଆ ପରି ଲଢୁଥିବା ଦେଖିବାକୁ ମିଳିବ । ଟ୍ରେଲରରେ ତବୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଦେଖାଯାଉଛନ୍ତି ।

ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର 'ଦୃଶ୍ୟମ୍‌ ୨' ଆସନ୍ତା ମାସରେ ନଭେମ୍ବର ୧୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ତବୁ ଏବଂ ଅକ୍ଷୟ ଖାନ୍ନା, ଶ୍ରୀୟା ସରନ୍, ଇଶିତା ଦତ୍ତା ଏବଂ ରଜତ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ। 'ଦୃଶ୍ୟମ୍‌ ୨'ର ନିର୍ଦ୍ଦେଶନା ଅଭିଷେକ ପାଠକ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.