ETV Bharat / entertainment

Dream Girl 2 BO Collection Day 5: 50କୋଟି କ୍ଲବରେ ସାମିଲ ହେଲା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ 2 ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଛି। ଏହି ଫିଲ୍ମ 5 ଦିନରେ 50 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 29, 2023, 10:54 PM IST

50କୋଟି କ୍ଲବରେ ସାମିଲ ହେଲା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ

ହାଇଦ୍ରାବାଦ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ ୨ ବକ୍ସ ଅଫିସରେ ଧମାକା କରୁଛି। ଏହି ଚଳଚ୍ଚିତ୍ର ଅଗଷ୍ଟ 25 ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟି ପ୍ରଥମ ଦିନରୁ ଦର୍ଶକଙ୍କ ମନ ଜିତୁଛି। ତେବେ ରିଲିଜର 5ମ ଦିନ ମଧ୍ୟରେ 50 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି। ଆୟୁଷ୍ମାନ ଏହି ଫିଲ୍ମରେ ପୁଣି ପୂଜା ରୂପରେ ନଜର ଆସିଥିବା ବେଳେ ତାଙ୍କ ଅଭିନୟକୁ ପ୍ରଶଂସକମାନେ ବେଶ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି।

ଡ୍ରିମ୍ ଗାର୍ଲ ୨ ବର୍ତ୍ତମାନ ସନ୍ନି ଦେଓଲଙ୍କ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ସହ ପ୍ରତିଦ୍ବନ୍ଦ୍ବିତା କରୁଛି। ତଥାପି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି। ଡ୍ରିମ୍ ଗାର୍ଲ 2 ର ପଞ୍ଚମ ଦିନର ସଂଗ୍ରହ ସାମ୍ନାକୁ ଆସିଛି। ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ଡ୍ରିମ୍ ଗାର୍ଲ 2 ପଞ୍ଚମ ଦିନରେ 5.50 କୋଟି ସଂଗ୍ରହ କରିଛି। ଫଳରେ ଫିଲ୍ମର ମୋଟ ସଂଗ୍ରହ 51.63କୋଟିକୁ ବୃଦ୍ଧି ପାଇଛି। 3ୟ ଦିନ ଅର୍ଥାତ ରବିବାର ଦିନ ଡ୍ରିମ୍ ଗାର୍ଲ 2 ସର୍ବାଧିକ ସଂଗ୍ରହ କରିଥିଲା। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ 10.69 କୋଟି, ଦ୍ୱିତୀୟ ଦିନରେ 14.02 କୋଟି, ତୃତୀୟ ଦିନରେ 16 କୋଟି ଏବଂ ଚତୁର୍ଥ ଦିନରେ 5.42 କୋଟି ସଂଗ୍ରହ କରିଛି।

ଡ୍ରିମ୍ ଗାର୍ଲ 2 ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ହେଉଛି ଡ୍ରିମ୍ ଗାର୍ଲର ସିକ୍ୱେଲ୍ ଯାହା 2019 ରେ ରିଲିଜ ହୋଇଥିଲା। ଚଳଚ୍ଚିତ୍ରର ପ୍ରଥମ ପାର୍ଟ ବକ୍ସ ଅଫିସରେ 200 କୋଟିରୁ ଅଧିକ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନୁସରତ ଭରୁଚ୍ଚାଙ୍କୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ନୁସରତଙ୍କ ବଦଳରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ସହ ଅନନ୍ୟା ଏବଂ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି। ଆୟୁଷ୍ମାନ, ଅନନ୍ୟାଙ୍କ ବ୍ୟତୀତ ପରେଶ ରାୱଲ, ବିଜୟ ରାଜ, ଅନ୍ନ କପୁର, ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ, ମଞ୍ଜୋତ୍ ସିଂଙ୍କ ସହ ଅନେକ କଳାକାର ଡ୍ରିମ୍ ଗାର୍ଲ 2 ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲିଆ।

ଏହା ମଧ୍ୟ ପଢନ୍ତୁ: ଡ୍ରିମ ଗାର୍ଲ-2ରେ କାଷ୍ଟ ନହେବା ନେଇ ତାତିଲେ ନୁସରତ, ଦେଲେ ଏଭଳି ପ୍ରିତିକ୍ରିୟା

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହା ସମଲିଙ୍ଗୀ ସମ୍ପର୍କର ଏକ ବିଷୟବସ୍ତୁ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ହେଉଛି ମଥୁରାରେ ରହୁଥିବା କରମଙ୍କ କାହାଣୀ, ଯିଏ ତାଙ୍କ ପିତାଙ୍କ ଋଣ ପରିଶୋଧ କରିବାକୁ ଚେଷ୍ଟା କରୁଛି । କରମ ପରୀଙ୍କୁ ଭଲ ପାଆନ୍ତି କିନ୍ତୁ ତାଙ୍କ ପିତା ସେମାନଙ୍କ ବିବାହରେ ରାଜି ନୁହଁନ୍ତି । କରମ ପୂଜା ରୂପରେ ଆସନ୍ତି । ଏହି ଚଳଚ୍ଚିତ୍ରର ପ୍ରକୃତ ମଜା ଆୟୁଷ୍ମାନ ଖୁରାନା କରମରୁ ପୂଜା ହେବା ପରେ ଆସିଥାଏ । ତେବେ ଆୟୁଷ୍ମାନଙ୍କ ପୂଜା ଲୁକ୍‌କୁ ଦର୍ଶକ ବେଶ ପସନ୍ଦ କରିବା ସହ ବେଶ ମନୋରଞ୍ଜିତ ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.