ETV Bharat / entertainment

Dream Girl 2: ଓପନିଂଡେ ରେ ଲିକ୍ ହେଲା ଫିଲ୍ମ, HD କ୍ବାଲିଟିରେ ଅନଲାଇନ୍‌ ସାଇଟରେ ଉପଲବ୍ଧ - ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ ୨ ରିଲିଜ

ସିଲଭର ସ୍କ୍ରିନରେ ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଡ୍ରିମ୍ ଗାର୍ଲ-୨'। ଭରପୁର ମନୋରଞ୍ଜନ ସହ ଦର୍ଶକଙ୍କ ମନ ଜିତୁଛି ଫିଲ୍ମ। କିନ୍ତୁ ଓପନିଂ ଡେ'ରେ ଫିଲ୍ମ ଲିକ୍ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ,

ଓପନିଂଡେ ରେ ଲିକ୍ ହେଲା ଫିଲ୍ମ, HD କ୍ବାଲିଟିରେ ଅନଲାଇନ ସାଇଟରେ ଉପଲବ୍ଧ

author img

By ETV Bharat Odisha Team

Published : Aug 25, 2023, 3:55 PM IST

ମୁମ୍ବାଇ: ପ୍ରେକ୍ଷାଳୟରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଅନସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଲା । ଆଜି ଏହି ଯୋଡିଙ୍କ ଅଭିନୀତ ଫିଲ୍ମ 'ଡ୍ରିମ୍ ଗାର୍ଲ-୨' ରିଲିଜ ହୋଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଆସି ସାରିଥିବା ବେଳେ ସମସ୍ତେ ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି । ହେଲେ ଏହାରି ମଧ୍ୟରେ ବର୍ତ୍ତମାନ ଚଳଚ୍ଚିତ୍ରଟି ଏହାର ଓପନିଂ ଦିନରେ ଲିକ୍ ହୋଇଛି । ରିଲିଜ୍ ହେବାର କିଛି ଘଣ୍ଟା ପୂର୍ବରୁ ଅନଲାଇନର ବିଭିନ୍ନ ସାଇଟରେ ଲିକ୍ ହୋଇଛି ଫିଲ୍ମ ।

ଡ୍ରିମ୍ ଗାର୍ଲ-2ର ଟ୍ରେଲର ଏବଂ ଗୀତଗୁଡିକ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା, ଯାହା ପରେ ଫିଲ୍ମକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢି ଥିଲା । ଦର୍ଶକ ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଥିଲେ । ଫିଲ୍ମ ଡ୍ରିମ୍ ଗାର୍ଲ-2 ରିଲିଜ୍ ପୂର୍ବରୁ ଫିଲ୍ମ ଲିକ୍ ହୋଇଛି । ତାମିଲରାକର୍ସ, ମୁଭିସ୍ପି ଟେଲିଗ୍ରାମ, ବଜହିନ୍ଦୀ ପରି ଲୋକପ୍ରିୟ ସାଇଟ୍ ଏବଂ ପ୍ଲାଟଫର୍ମରେ ମାଗଣା HD ଡାଉନଲୋଡ୍ ପାଇଁ ଫିଲ୍ମ ଉପଲବ୍ଧ ହୋଇଛି। ଏହା ପ୍ରଥମ ଚଳଚ୍ଚିତ୍ର ନୁହେଁ, ଯାହା ଏପରି ଲିକ୍ ହୋଇଛି।

ସୂଚନା ଥାଉ କି, ଏହା ପୂର୍ବରୁ ମଧ୍ୟ ଅନେକ ଚଳଚ୍ଚିତ୍ର ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଗଦର ୨ ମଧ୍ୟ ଅନଲାଇନରେ ଲିକ୍ ହୋଇଥିଲା। ଏହା ବ୍ୟତୀତ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ପାରିବାରିକ ଡ୍ରାମା 'ରକି ଔର ରାନୀ କି ପ୍ରେମ କାହାନୀ' ମଧ୍ୟ ଲିକ୍ ହୋଇଥିଲା। ଏଥି ସହିତ ସଲମାନ ଖାନଙ୍କ 'କିସି କା ଭାଇ କିସି କି ଜାନ', ଶାହାରୁଖ ଖାନଙ୍କ 'ପଠାନ', ଅଜୟ ଦେବଗନଙ୍କ 'ଭୋଲା' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ସତ୍ୟପ୍ରମ କି କଥା' ସମେତ ଅନେକ ଚଳଚ୍ଚିତ୍ର ଅଫଲାଇନରେ ରିଲିଜ ହେବା ପୂର୍ବରୁ ଅନଲାଇନରେ ଲିକ ହୋଇଛି।

'ଡ୍ରିମ୍ ଗାର୍ଲ 2' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା ସମଲିଙ୍ଗୀ ସମ୍ପର୍କର ଏକ ବିଷୟବସ୍ତୁ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ହେଉଛି ମଥୁରାରେ ରହୁଥିବା କରମଙ୍କ କାହାଣୀ, ଯିଏ ତାଙ୍କ ପିତାଙ୍କ ନାମର ଋଣ ପରିଶୋଧ କରିବାକୁ ଚେଷ୍ଟା କରୁଛି । କରମ ପରୀଙ୍କୁ ଭଲ ପାଆନ୍ତି କିନ୍ତୁ ତାଙ୍କ ପିତା ସେମାନଙ୍କ ବିବାହରେ ରାଜି ନୁହଁନ୍ତି । ଏହି ସମୟରେ କରମ ପୂଜା ରୂପରେ ଆସନ୍ତି । ଏହି ଚଳଚ୍ଚିତ୍ରର ପ୍ରକୃତ ମଜା ଆୟୁଷ୍ମାନ ଖୁରାନା କରମରୁ ପୂଜା ହେବା ପରେ ଆସିଥାଏ ।

ଏହା ମଧ୍ୟ ପଢନ୍ତୁ: ହସି ହସି ବେଦମ୍‌ ହେବେ ଫ୍ୟାନ୍ସ, ରିଲିଜ୍‌ ହେଲା ଆୟୁଷ୍ମାନଙ୍କ ଫିଲ୍ମ

ଏଥିସହ 2019ରେ ରିଲିଜ ହୋଇଥିବା 'ଡ୍ରିମ୍ ଗାର୍ଲ'ର ସିକ୍ବେଲ ଅଟେ 'ଡ୍ରିମ୍ ଗାର୍ଲ 2' । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ 200 କୋଟିରୁ ଅଧିକ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନୁସରତ ଭରୁଚ୍ଚାଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ନୁସରତଙ୍କ ବଦଳରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି ଅନନ୍ୟା ଏବଂ ଆୟୁଷ୍ମାନ । ପ୍ରଥମ ଭାଗ ପରି 2ୟ ଭାଗ ମଧ୍ୟ ଭଳ ରୋଜଗାର ସହ ହିଟ୍ ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.