ETV Bharat / entertainment

India Couture Week 2023: ରାମ୍ପ୍‌ ୱାକ୍‌ରେ ଜଲୱା ଦେଖାଇଲେ ସାରା, ଆଦିତ୍ୟ ଏବଂ ଦିଶା

author img

By

Published : Aug 1, 2023, 11:27 AM IST

ଇଣ୍ଡିଆ କାଉଚର୍ ୱିକ୍‌ 2023ରେ ସାରା ଅଲି ଖାନ୍ ଏବଂ ଆଦିତ୍ୟ ରୟ କାପୁର ଯୋଡି ନିଜର ଜଲୱା ଦେଖାଇଛନ୍ତି । ସେହିପରି ଦିଶା ପଟାନୀ ମଧ୍ୟ ଏହି ଶୋ'ରେ ଦମଦାର ଲୁକରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଅଧିକ ପଢନ୍ତୁ

ରାମ୍ପ ୱାକରେ ଜଲୱା ଦେଖାଇଲେ ସାରା ଅଲି, ଆଦିତ୍ୟ କପୁର ଏବଂ ଦିଶା ପାଟାନୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉଚର୍ ସପ୍ତାହ 2023 ଆରମ୍ଭ ହୋଇଛି । ଏହି ଶୋ’ ଦିଲ୍ଲୀରେ ଆୟୋଜିତ ହେଉଥିବା ବେଳେ ଅନେକ ସେଲିବ୍ରିଟି ଏହି ଫ୍ୟାଶନ୍ ଶୋ’ରେ ନିଜର ଜଲୱା ଦେଖାଇଛନ୍ତି । ବଲିଉଡ ଅଭିନେତ୍ରୀ ଦିଶା ପଟାନି, ସାରା ଅଲି ଖାନ ଏବଂ ଅଭିନେତା ଆଦିତ୍ୟ ରୟ କାପୁର ବର୍ତ୍ତମାନ ନିଜ ଷ୍ଟାଇଲିସ ଲୁକ୍‌ ଏବଂ ଅନ୍ଦାଜରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ଫ୍ୟାଶନ ଶୋ'ରେ ସାରା ଅଲି, ଆଦିତ୍ୟ କପୁର ଏବଂ ଦିଶା ପଟାନୀ ରାମ୍ପ୍‌ ୱାକ କରିଥିଲେ । ସାରା ଅଲି ଖାନ୍ ଏବଂ ଆଦିତ୍ୟ ରୟ କାପୁର ଯୋଡ଼ି ଡିଜାଇନର ଶାନ୍ତନୁ ଏବଂ ନିଖିଲଙ୍କ ପାଇଁ ମଡେଲ ଭାବେ ନିଜ ଜଲୱା ଦେଖାଇଥିବା ବେଳେ ଡିଜାଇନର୍ ଡଲି ଜେଙ୍କ ପାଇଁ ଦିଶା ପଟାନି ଏହି ଶୋ'ରେ ନିଜ ଦମଦାର ପ୍ରଦର୍ଶନ କରିଥିଲେ। ସାରା କ୍ରିମ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଆଦିତ୍ୟ କ୍ରିମ ରଙ୍ଗର ଶେରବାନୀରେ କୁବ ସୁନ୍ଦର ଦେଖାଯାଉଥିଲେ । ଅନ୍ୟପଟେ ଦିଶା ହ୍ବାଇଟ ରଙ୍ଗର ଆଉଟଫିଟ୍‌ରେ ଖୁବ ଗର୍ଜିୟସ ଲୁକ୍‌ରେ ନଜର ଆସିଥିଲେ ।

ସୋସିଆଲ ମିଡିଆରେ ଏହି ତାରକାଙ୍କ ଲୁକ୍‌ର ଭିଡିଓ ଏବେ ବାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଦିଶାଙ୍କ ଲୁକ୍‌କୁ ନେଇ ଜଣେ ଲେଖିଛନ୍ତି, ବଲିଉଡର ହଟ୍‌ ଅଭିନେତ୍ରୀ । ଅନ୍ୟ ଜଣେ ଲେଖିଛନ୍ତି, ଗର୍ଜିୟସ। ସେହିପରି ଆଦିତ୍ୟ ଏବଂ ସାରାଙ୍କ ଲୁକକୁ ନେଇ ଜଣେ ଲେଖିଛନ୍ତି, "ଓଃ ଗଡ୍‌, ଏହି କପଳ ବହୁତ ହଟ୍। ଏହା ବ୍ୟତୀତ ଅନେକ ଫ୍ୟାନ୍ସ ସାରାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଲୋକମାନେ ଚାଲିବା ସମୟରେ ସାରାଙ୍କ ଅନ୍ଦାଜକୁ ପସନ୍ଦ କରିନାହାନ୍ତି, ଯେଉଁଥିପାଇଁ ସେ ଟ୍ରୋଲ ହୋଇଛନ୍ତି। ଜଣେ ଲେଖିଛନ୍ତି - ପୁରା ରେମ୍ପ ଚାଲିବାବେଳେ ଆପଣ କାହିଁକି ଏତେ ଓଭର କରୁଛନ୍ତି? ଆଉ ଜଣେ ଲେଖିଛନ୍ତି, ସାରାଙ୍କ ଓଭରଆକ୍ଟିଂ ପାଇଁ 50 ଟଙ୍କା କଟିଲା।

ସାରା ଏବଂ ଆଦିତ୍ୟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଉଭୟଙ୍କୁ ଆଗାମୀ ଚଳଚ୍ଚିତ୍ର ମେଟ୍ରୋ ଇନ୍ ଦିନୋରେ ଏକାଠି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 2024ରେ ରିଲିଜ ହେବ ବୋଲି କୁହାଯାଉଛି । ମେଟ୍ରୋ ଇନ ଦିନୋ ଫିଲ୍ମଟି ଲୋକ ଏବଂ ଲୋକଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ଅଟେ । ଏହି ଫିଲ୍ମରେ ଆଦିତ୍ୟ ରୟଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍ସ କରିବେ ସାରା । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, ଅନୁରାଗ ବାସୁ, କୃଷ୍ଣ କୁମାର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ବାସୁ ।

ଏହା ମଧ୍ୟ ପଢନ୍ତୁ: ପୁଣି ଆରମ୍ଭ ହେବ ବିଗ୍‌ ବି'ଙ୍କ କୌନ ବନେଗା କରୋଡପତି 15, ଘୋଷଣା ହେଲା ତାରିଖ

ସେପଟେ ଦିଶା ପଟାନୀଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, ପ୍ରଭାସ ଏବଂ କମଲ ହାସନଙ୍କ ସହ ଦିଶା ସ୍କ୍ରିନ ସ୍ପେସ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଫିଲ୍ମର ଅଫିସିଆଲ୍ ଟାଇଟଲ୍ ହେଉଛି କାଲ୍କି 2898AD । ଏଥିସହ ଦିଶା ଯୋଦ୍ଧାରେ ମଧ୍ୟ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବର 15ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.