ETV Bharat / entertainment

ଭଙ୍ଗାଯିବ ଦିବଂଗତ ଅଭିନେତା ଦିଲୀପ କୁମାରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା

ଦିବଂଗତ ଅଭିନେତା ଦିଲୀପ କୁମାରଙ୍କର ମୁମ୍ବାଇ ସ୍ଥିତ ବଙ୍ଗଳା ପାଲି ହିଲକୁ ଖୁବ୍ ଶୀଘ୍ର ଭଙ୍ଗାଯିବ । ଏହି ବଙ୍ଗଳାକୁ ଆବାସିକ ପ୍ରକଳ୍ପରେ ପରିଣତ କରାଯିବ । ତାଙ୍କର ପ୍ଲଟ୍‌କୁ ରିଅଲିଟି ଡେଭଲପର୍ ଅଶର୍ ଗ୍ରୁପ୍ କିଣିଛି । ଅଧିକ ପଢନ୍ତୁ

ଅଭିନେତା ଦିଲୀପ କୁମାର
ଅଭିନେତା ଦିଲୀପ କୁମାର
author img

By

Published : Aug 3, 2023, 12:04 PM IST

ହାଇଦ୍ରାବାଦ: ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତା ଦିଲୀପ କୁମାର ତାଙ୍କର ଉତ୍କୃଷ୍ଟ ଚଳଚ୍ଚିତ୍ର ଏବଂ ଦମଦାର ଅଭିନୟ ପାଇଁ ଜଣାଶୁଣା । ସେ ମୁଗଲ-ଏ-ଆଜମ, ଦେବଦାସ, କ୍ରାନ୍ତି ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ଏହି ସମୟରେ, ଖବର ଆସୁଛି ଯେ, ଦିବଂଗତ ଅଭିନେତାଙ୍କର ମୁମ୍ବାଇ ସ୍ଥିତ ବଙ୍ଗଳା ପାଲି ହିଲକୁ ଖୁବ୍ ଶୀଘ୍ର ଭଙ୍ଗାଯିବ ଏବଂ ଏହାକୁ ଏକ ଆବାସିକ ପ୍ରକଳ୍ପରେ ପରିଣତ କରାଯିବ । ତାଙ୍କର ପ୍ଲଟକୁ ରିଅଲିଟି ଡେଭଲପର୍ ଅଶର୍ ଗ୍ରୁପ୍ କିଣିଛି ।

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଠିକାଦାର ଉକ୍ତ ସ୍ଥାନରେ 11 ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଆବାସିକ ପ୍ରକଳ୍ପ ନିର୍ମାଣ କରିବେ, ଯେଉଁଥିରେ ଏକ ସଂଗ୍ରହାଳୟ ସ୍ୱର୍ଗତ ଅଭିନେତାଙ୍କୁ ସମର୍ପିତ କରାଯିବ । କୁହାଯାଉଛି ଯେ ଏହି ସଂଗ୍ରହାଳୟ ଦିଲୀପ କୁମାରଙ୍କ ଜୀବନ ଯାତ୍ରା ପାଇଁ ଉତ୍ସର୍ଗ କରାଯିବ । ଏଥିସହ ଅଭିନେତାଙ୍କ ବଙ୍ଗଳା କାରବାର କେତେ କୋଟିରେ ହୋଇଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । କିନ୍ତୁ ଏହା ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କ ବଙ୍ଗଳାର ମୂଲ୍ୟ ପ୍ରାୟ 350 କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Happy Birth Day Sunil Grover: ରେଡିଓରୁ ଯାତ୍ରା ଆରମ୍ଭ, କମେଡି ଦେଲା ସ୍ବତନ୍ତ୍ର ପରିଚୟ

ଦିଲୀପ ସାହେବଙ୍କ ବଙ୍ଗଳା ଏକ ଏକର ଜମିରେ ବିସ୍ତାରିତ । ଏଥି ସହିତ ଗଣମାଧ୍ୟମରେ କୁହାଯାଇଛି ଯେ ଏହି ଆବାସିକ ପ୍ରକଳ୍ପର ନିର୍ମାଣ 1.75 ଲକ୍ଷ ବର୍ଗଫୁଟ ହେବ । ଏହା ସହିତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆର୍‌ଇଆର୍‌ଏ ପଞ୍ଜୀକରଣ ଅନୁଯାୟୀ ବିତରଣ 2027ରେ ଧାର୍ଯ୍ୟ କରାଯାଇଛି । ଏକ ଗଣମାଧ୍ୟମ ସଂସ୍ଥା ସହ କଥାବାର୍ତ୍ତା କରି ଆଶାର ଗ୍ରୁପ୍ ସିଏମଡି ଅଜୟ ଆଶାର କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆମେ ଏହାକୁ ସମ୍ପୂର୍ଣ୍ଣ କରିପାରିବୁ ।

ଏଥି ସହିତ ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ଅନ୍ୟ ଜଣେ ଠିକାଦାରଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ, ଯାହା ପରେ ଗତ କିଛି ବର୍ଷ ହେବ ଏହି ଷଡଯନ୍ତ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା । ଠିକାଦାର ଡକ୍ୟୁମେଣ୍ଟ ଜାଲିଆତି କରି ଜମି ଦଖଲ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ଅସର୍ ଡେଭଲପର୍ସ କହିଛନ୍ତି ଯେ ସହମତ ସର୍ତ୍ତାବଳୀ ସହିତ ଆଇନଗତ ବିବାଦର ସମାଧାନ ହୋଇଛି ।

ଭାରତୀୟ ସିନେମାର ଅନ୍ୟତମ ସଫଳ ଅଭିନେତା ଦିଲୀପ କୁମାର ଥିଲେ । ଭେଟେରାନ୍ ଅଭିନେତା କ୍ୟାରିୟରରେ ସଫଳ ହେବା ପରେ 1953ରେ ପାଲି ହିଲ୍ ବଙ୍ଗଳା କିଣିଥିଲେ ଏବଂ ସେଠାରେ 50 ବର୍ଷ ରହିଥିଲେ । ଏହା ପରେ, ସେ 2021 ମସିହାରେ 98 ବର୍ଷ ତାଙ୍କର ଦେହାନ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.