ETV Bharat / entertainment

ଗଦର-୨ ସଫଳତା ପରେ ଦେଓଲ ପରିବାରରେ ସେଲିବ୍ରେସନ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ସନ୍ନି ଓ ଧର୍ମେନ୍ଦ୍ର

author img

By

Published : Aug 14, 2023, 3:16 PM IST

ଗଦର-2ର ଧମାକେଦାର ସଫଳତା ପରେ ଦେଓଲ ପରିବାରରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମର ନିର୍ଦ୍ଦେଶକଙ୍କ ଘରେ ଅଭିନେତା ଭାଙ୍ଗାଡ଼ା କରୁଥିବାର ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ

ଦମଦାର ସଫଳତା ପରେ ଦେଓଲ ପରିବାରରେ ସେଲିବ୍ରେସନର ମାହୋଲ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ସନ୍ନି ଏବଂ ଧର୍ମେନ୍ଦ୍ର

ହାଇଦ୍ରାବାଦ: ଗଦର ଏକ ପ୍ରେମ କଥାର 22ବର୍ଷ ପରେ ସନ୍ନି ଦେଓଲ ଏହାର ସିକ୍ବେଲ ଗଦର-2 ସହ ବଡ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ପ୍ରଥମ ଭାଗ ପରି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଫିଲ୍ମ ରିଲିଜର 3 ଦିନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ତେବେ ସନ୍ନି ଦେଓଲ ଏବଂ ଗଦର-2ର ପୁରା ଟିମ୍ ବର୍ତ୍ତମାନ ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି । ସନ୍ନିଙ୍କ ଘରେ ଏବଂ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଘରେ ସେଲିବ୍ରେସନ୍‌ର ମାହୋଲ ଦେଖିବାକୁ ମିଳିଛି । ଏଥିସହ ସନ୍ନି ଏବଂ ତାଙ୍କ ଷ୍ଟାର ପିତା ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଗଦର-୨ ର ସଫଳତା ନେଇ ଏକ ସୁନ୍ଦର ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କ ପ୍ରତି ଗଦର ନାମରେ ତିଆରି ହୋଇଥିବା ପୁଷ୍ପଗୁଚ୍ଛର ଫଟୋ ସେୟାର କରି ନିଜ ପ୍ରେମବ୍ୟକ୍ତ କରିଛନ୍ତି । ଫିଲ୍ମର ସଫଳତା ପାଇଁ ଫ୍ୟାନ୍ସକୁ ଧନ୍ୟବାଦ ଜଣାଇଛନ୍ତି । ଏହାକୁ ଫ୍ୟାନ୍ସ ଏବଂ ଅନେକ ତାରକା ବେଶ ପସନ୍ଦ କରିଛନ୍ତି । ଏହି ପୋଷ୍ଟକୁ ଲାଇକ୍‌ କରି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ମାତା ବୋନି କପୁର ଗଦର-2 ର ସଫଳତା ପାଇଁ ସନ୍ନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଏକ ବଡ଼ କମ୍‌ବ୍ୟାକ୍‌ ପାଇଁ ଅଭିନନ୍ଦନ ଏବଂ ଧନ୍ୟବାଦ, ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ଏଭଳି ଭିଡ଼ ଜମିବା ଆଶ୍ଚର୍ଯ୍ୟଜନକ ।

ଏଥିସହିତ ସନ୍ନିଙ୍କ ସାନଭାଇ ତଥା ଅଭିନେତା ବବି ତାଙ୍କ ଭାଇଙ୍କ ପୋଷ୍ଟରେ ଲେଖିଛନ୍ତି, ଲଭ୍ ୟୁ ମାଇ ତାରା ସିଂ। ଏଥି ସହିତ ବଡ଼ପୁଅ ସନ୍ନି ଦେଓଲଙ୍କ ଗଦର-2ର ସଫଳତା ଉପରେ ଧର୍ମେନ୍ଦ୍ର ମଧ୍ୟ ଲାଇକ୍‌ କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଧର୍ମେନ୍ଦ୍ର ଲେଖିଛନ୍ତି, 'ବନ୍ଧୁଗଣ, ଗଦର-2କୁ ଅପାର ଭଲପାଇବା ଦେଇଥିବାରୁ ଧନ୍ୟବାଦ, ଆପଣଙ୍କ ଭଲପାଇବା ଏହାକୁ ଏକ ବ୍ଲକ୍‌ବଷ୍ଟର କରିପାରିଛି ।' ସେହିପରି ଗଦର-2ର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଘରେ ମଧ୍ୟ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହି ସମୟରେ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିବା ଅଭିନେତା ଗୌରବ ଚୋପ୍ରା ଭାଙ୍ଗଡା କରୁଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 100 କୋଟି ପାର୍‌ କଲା ସନ୍ନି ଦେଓଲଙ୍କ ଫିଲ୍ମ

ଫିଲ୍ମର କାହାଣୀ କହିବାକୁ ଗଲେ, 'ଗଦର ଏକ ପ୍ରେମ କଥା'ର ସ୍ବିକେଲ୍‌ ଅଟେ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.