ମୁମ୍ବାଇ: ଗତ ବର୍ଷ ହାର୍ଟ ଆଟାକ୍ର ଶିକାର ହୋଇଥିଲେ ଲୋକପ୍ରିୟ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର । ଏହି ସମୟରେ ସେ ଭୋଗିଥିବା ଯନ୍ତ୍ରଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏକ ସାକ୍ଷାତକାରରେ ଏହି ଅଭିନେତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଏବଂ ହାର୍ଟ ଆଟାକ୍ ଯନ୍ତ୍ରଣା ବିଷୟରେ ପଚରା ଯାଇଥିଲା । ସେହି ସମୟରେ ଅଭିନେତା ନିଜ ଅନୁଭୂତି ସେୟାର କରିଥିବାର ନଜର ଆସିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ଅନୁଭବ କରିଥିଲେ ଯେ ସେ ଆଉ କେବେ ଫେରିବେ ନାହିଁ ।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାରରେ ସୁନୀଲ ଗ୍ରୋଭର ସ୍ୱାସ୍ଥ୍ୟ ସମସ୍ୟା ନେଇ ନିଜ ଅନୁଭୂତି ସେୟାର କରିଥିଲେ । ସେତେବେଳେ ସେ କୋଭିଡ ପଜିଟିଭ୍ ମଧ୍ୟ ହୋଇଥିଲେ । ସେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କ ଯନ୍ତ୍ରଣାକୁ ବର୍ଣ୍ଣନା କରି ଅଭିନେତା-ହାସ୍ୟ ଅଭିନେତା କହିଛନ୍ତି, "ମୁଁ ପୂର୍ବରୁ କୋଭିଡ ପଜିଟିଭ ଥିଲି ଏବଂ ତା’ପରେ ହୃଦ୍ଘାତର ଶିକାର ହୋଇଥିଲି । ସେହି 1ରୁ 2 ମାସ ମୋ ପାଇଁ କଠିନ ସମୟ ଥିଲା । ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲି । କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ସବୁକିଛି ଠିକ୍ ଅଛି ।"
ଅଭିନେତା ଜଣକ ଆହୁରି ମଧ୍ୟ କହିଛନ୍ତି, "ସେହି ସମୟରେ ମୁଁ ନିଜକୁ ପଚାରୁଥିଲି, ଏ ସବୁ କେବେ ଠିକ୍ ହେବ ?' ମୁଁ ବହୁତ ଡରି ଯାଇଥିଲି ଏବଂ ଭାବିଥିଲି କି ମୁଁ ଆଉ କେବେ ଫେରିବି ନାହିଁ ? କିନ୍ତୁ ସୌଭାଗ୍ୟବଶତଃ ସବୁକିଛି ଠିକ୍ ହୋଇଗଲା ଏବଂ ମୁଁ ପ୍ରତ୍ୟାବର୍ତ୍ତନ କଲି । ଯେ କୌଣସି ଏକ କାରଣ ପାଇଁ ଏହି ସବୁ ଘଟିଥାଏ ବୋଲି ବିଶ୍ବାସ କରୁଛି । ବିଶେଷ କଥା ହେଉଛି ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଫିଟ୍ ଏବଂ ମୋ କାମକୁ ଉପଭୋଗ କରୁଛି ।"
ଅନ୍ୟପକ୍ଷରେ, ସୁନୀଲଙ୍କ ଚିକିତ୍ସା କରୁଥିବା ଡାକ୍ତର ଏକ ସାକ୍ଷାତକାରରେ କହିଛନ୍ତି, "ଡାକ୍ତରଖାନାରେ ଭର୍ତ୍ତି ହେବାର ଏକ ସପ୍ତାହ ପରେ ଏକ ସୁନୀଲଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ସେ କହିଥିଲେ ଯେ ଅଭିନେତାଙ୍କ ଦୁଇଟି ଧମନୀରେ ଶତ ପ୍ରତିଶତ ବ୍ଲକ୍ ଏବଂ ଧମନୀରେ ପ୍ରାୟ 70 ରୁ 90 ପ୍ରତିଶତ ଅବରୋଧ ଦେଖିବାକୁ ମିଳିଥିଲା । ତୃତୀୟ ଧମନୀରେ ମଧ୍ୟ ଏକ ବ୍ଲକ ଥିଲା, କିନ୍ତୁ ହୃଦୟ ମାଂସପେଶୀର କୌଣସି କ୍ଷତି ହୋଇନଥିଲା । ତେଣୁ ବାଇପାସ୍ ସର୍ଜରୀ କରାଯାଇଥିଲା ।" ସୂଚନା ଥାଉକି, ଡାକ୍ତରଖାନାରୁ ଡିସଚାର୍ଜ ହେବାର ପ୍ରାୟ ଦୁଇ ମାସ ପରେ ସୁନୀଲ ପୁଣି ନିଜ କାମକୁ ଫେରିଥିଲେ । ସୁନୀଲ ଗୋଭରଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ଏହି ହାସ୍ୟ ଅଭିନେତା ଖୁବ୍ ଶୀଘ୍ର ଶାହରୁଖ ଖାନଙ୍କ ଫିଲ୍ମ ଜୱାନରେ ନଜର ଆସିବାକୁ ଯାଉଛନ୍ତି ।