ETV Bharat / entertainment

Chrisann Pereira: ମୁକୁଳିଲେ ଅଭିନେତ୍ରୀ କ୍ରିସାନ୍, ଡ୍ରଗ୍ସ୍‌ ମାମଲାରେ ଜେଲ୍‌ ଯାଇଥିଲେ

author img

By

Published : Apr 27, 2023, 4:26 PM IST

ଡ୍ରଗ୍ସ୍‌ ମାମଲାରେ ଗିରଫ ବଲିଉଡ ଅଭିନେତ୍ରୀ କ୍ରିସାନ୍ ପେରେରା ଜେଲ୍‌ରୁ ମୁକୁଳିଛନ୍ତି । ଅଭିନେତ୍ରୀ ଜେଲ୍‌ରୁ ମୁକୁଳିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । କ୍ରିସାନଙ୍କ ଭାଇ କେଭିନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍‌ କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଜେଲରୁ ମୁକୁଳିଲେ ଡ୍ରଗ୍ ମାମଲାରେ ଗିରଫ ଅଭିନେତ୍ରୀ କ୍ରିସାନ୍ ପେରୈରା

ମୁମ୍ବାଇ: 'ଡ୍ରଗ୍ସ' ମାମଲାରେ ଷଡ଼ଯନ୍ତ୍ରର ଶିକାର ହୋଇ ଶାରଜାହ ଜେଲ୍‌ରେ ଥିବା ଅଭିନେତ୍ରୀ କ୍ରିସାନ୍ ପେରେରା ଆଜି ମୁକୁଳିଛନ୍ତି । ଏନେଇ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି । କ୍ରୀସାନ ମୁକୁଳିବା ପରେ ପରିବାର ଲୋକେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । ଯାହାର ଏକ ଭିଡିଓ ପୋଷ୍ଟ ଦେଖିବାକୁ ମିଳିଛି । କ୍ରିସାନଙ୍କୁ ଯଥାଶୀଘ୍ର ଭାରତ ଫେରାଇ ନେବାକୁ ସେ ନିବେଦନ କରିଛନ୍ତି । 27 ବର୍ଷୀୟ ଅଭିନେତ୍ରୀ କ୍ରିସାନ୍ ଚଳିତ ମାସ ଆରମ୍ଭରେ 'ଡ୍ରଗ୍ସ' ମାମଲାରେ ଗିରଫ ହୋଇ ୟୁଏଇର ଶାରଜାହ ଜେଲରେ ଥିଲେ ।

ବୁଧବାର ବିଳମ୍ବିତ ରାତିରେ କ୍ରିସାନ୍ ପେରେରା ମୁକୁଳିବା ନେଇ ଭାଇ କେଭିନ ପେରେରା ସୂଚନା ଦେବା ସହ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । କ୍ରିସାନ ତାଙ୍କ ମାଆଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା କରୁଥିବା ସମୟରେ ଏହି ଖବର ଶୁଣି ଖୁସିରେ କାନ୍ଦିପକାଇଥିଲେ । ଅଭିନେତ୍ରୀଙ୍କୁ ଯଥାଶୀଘ୍ର ଫେରିବାକୁ ନିବେଦନ କରିଥିଲେ । ଉଭୟ ମା, ଝିଅଙ୍କ ଏହି ଭାବବିହ୍ୱଳ ମୁହୁର୍ତ୍ତକୁ ସେୟାର କରିବା ସହ ଏହି ଖୁସି ଖବର ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି କେଭିନ୍‌ ।

ସୂଚନା ଥାଉ କି, ଏକ ମିଛ ମାମଲାରେ ଅଭିନେତ୍ରୀଙ୍କୁ ଫସା ଯାଇଥିଲା । ଦୁଇଜଣ ବ୍ୟକ୍ତି ଡ୍ରଗ୍ସକୁ ଏକ ଆୱାର୍ଡ ଟ୍ରଫିରେ ଲୁଚାଇ ରଖିଥିଲେ । ଏହି ଟ୍ରଫିକୁ ଶାରଜାହରେ ଜଣଙ୍କୁ ଦେବାକୁ ଅଭିନେତ୍ରୀଙ୍କୁ ଦୁଇ ଅଭିଯୁକ୍ତ କହିଥିଲେ । ପରେ କ୍ରିସାନଙ୍କୁ ୟୁଏଇର ଶାରଜାରେ ଟ୍ରଫି ସହ ଧରା ପଡ଼ିଥିଲେ । ଏହାପରେ ସ୍ଥାନୀୟ ପୋଲିସ କ୍ରିସାନଙ୍କୁ ଗିରଫ କରିଥିଲା । ସେ ଏପ୍ରିଲ 1 ରୁ ଜେଲ୍‌ରେ ଥିଲେ। ମଙ୍ଗଳବାର ମୁମ୍ବାଇରେ ଥିବା ତାଙ୍କ ପରିବାର ଲୋକେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରଣାଳୟକୁ ଝିଅକୁ ଫେରାଇ ଆଣିବାକୁ ନିବେଦନ କରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇରୁ ଗତ ୨୫ ତାରିଖରେ ଗିରଫ କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆନ୍ଥୋନି ପାଲ, ଯିଏ କି କ୍ରିସାନ୍ ପେରେରାଙ୍କ ମା’ଙ୍କଠାରୁ ପ୍ରତିଶୋଧ ନେବାକୁ ଏହି ଷଡଯନ୍ତ୍ର ରଚିଥିଲା । ଅଭିନେତ୍ରୀ କ୍ରିସାନ୍‌ ପେରେରାଙ୍କ ପରିବାର କ୍ରାଇମବ୍ରାଞ୍ଚରେ ଅଭିଯୋଗ କରି କହିଥିଲେ ଯେ, ଅଭିଯୁକ୍ତ ଆନ୍ଥୋନୀ ପାଲ ଲକ୍‌ଡାଉନ ସମୟରେ କ୍ରିସାନଙ୍କ ବିଲଡିଂକୁ ଆସିଥିଲେ । ଏହି ସମୟରେ ତାଙ୍କ ପୋଷା କୁକୁର ଆନ୍ଥୋନୀଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା । ଏହା ପରେ ଆନ୍ଥୋନି କୁକୁରକୁ ଏକ ଭଙ୍ଗା ଚେୟାରରେ ମାଡ଼ ମାରିଥିଲେ । ଏହାକୁ ନେଇ କ୍ରିସାନ୍‌ଙ୍କ ମା ଆନ୍ଥୋନୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ପେରେରା ପରିବାରୁ ଫସାଇବାକୁ ଚିନ୍ତା କରିଥିଲେ ଆନ୍ଥୋନୀ । ଯାହା ପରେ ଏହି କାଣ୍ଡ ଘଟାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.