ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ RRR ରିଲିଜ ହୋଇଛି । ଏଥିରେ ରାମ ଚରଣ ଓ ଜୁନିଅର NTRଙ୍କ ଗୀତ Naatu Naatu ଦର୍ଶକଙ୍କ ମହଲରେ ବେଶ ଆଦୃତ ଲାଭ କରିଛି । ଏଥିରେ ରାମ ଚରଣ(Ram Charan) ଓ ଏନଟିଆରଙ୍କ ନାଚକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମେଗାଷ୍ଟାର ଚିରଞ୍ଜୀବୀ (Chiranjeevi) । ପୁଅ ରାମଚରଣଙ୍କ ଏହି ଡ୍ୟାନ୍ସ ଦେଖିସାରିବା ପରେ ସେ ତାଙ୍କ ସହ ନାଚିବାକୁ ଭୟଭୀତ ମନେ କରୁଥିବା କହିଛନ୍ତି ଚରିଞ୍ଜୀବୀ । ଫିଲ୍ମ 'Acharya'ର ପ୍ରମୋସନ ସମୟରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଚିରଞ୍ଜୀବୀ ।
ଆଚାର୍ଯ୍ୟ ଫିଲ୍ମରେ ଗୀତ Bhale Bhale Banjara ଆସନ୍ତା ସୋମବାର ରିଲିଜ ହେବାକୁ ଯାଉଛି । ଏଥିରେ ଚିରଞ୍ଜୀବୀ ଓ ରାମ ଚରଣଙ୍କ ବାପ-ପୁଅ ଯୋଡ଼ିକୁ ଦେଖିବେ ଦର୍ଶକ । ଏହି ଗୀତର ସୁଟିଂ ସମୟରେ ନାଚରେ ରାମ ଚରଣଙ୍କୁ ମ୍ୟାଚ୍ କରିବାକୁ ଉଦ୍ୟମ କରୁଥିବା କଥା କହିଥିଲେ । ଏହି ଗୀତର ସୁଟିଂ ପୂର୍ବରୁ ସେ ରାମ ଚରଣ ଓ ନିର୍ଦ୍ଦେଶକ କୋରତାଲା ଶିବାଙ୍କୁ କହିଥିଲେ ଯେ, Naatu Naatu ଡ୍ୟାନ୍ସ ଦେଖିବା ପରେ ସେ ନାଚିବାକୁ ଭୟଭୀତ ଥିବା କହିଥିଲେ ।
ସୂଚନା ଅନୁଯାୟୀ, ଭଲେ ଭଲେ ବଞ୍ଜାରା ଗୀତଟି ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏଥିରେ ରାମଚରଣ ପବିତ୍ର ଧର୍ମସ୍ଥଳୀ ସ୍ଥାନର ରକ୍ଷାକର୍ତ୍ତା ଭାବେ ଅଭିନୟ କରିଛନ୍ତି । ଚିରଞ୍ଜୀବୀ ଟାଇଟଲ ରୋଲ୍ରେ ଥିବା ବେଳେ ସୋନୁ ସୁଦ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଏପ୍ରିଲ ୨୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବ ।