ETV Bharat / entertainment

ରାଜନୀତିରେ ଯୋଗଦେବା ପାଇଁ ଅଭିନୟ ଛାଡୁଛନ୍ତି କି ଚାହତ ପାଣ୍ଡେ ? ଖୁଲାସା କଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଚାହତ ପାଣ୍ଡେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରୁଛନ୍ତି ଏବଂ ଆମ୍ ଆଦମୀ ପାର୍ଟି ଟିକେଟ୍‌ରେ ନିର୍ବାଚନ ଲଢିବେ। ଅଭିନେତ୍ରୀ ତାଙ୍କ ଅଭିନୟ କ୍ୟାରିୟର ଛାଡିବେ ନା ନାହିଁ ଏକ ସାକ୍ଷାତକାରରେ କହିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 4, 2023, 10:00 AM IST

ଚାହତ ପାଣ୍ଡେ
ଚାହତ ପାଣ୍ଡେ

ହାଇଦ୍ରାବାଦ: ଚାହତ ପାଣ୍ଡେ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ଚାହତ୍ 'ଦୁର୍ଗା: ମାତା କି ଛାୟା', 'ହମାରୀ ବହୁ ସିଲ୍କ' ଭଳି ଅନେକ ସୋ’ରେ ଦମଦାର ଭୂମିକାରେ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ନାଥ ଜେଓ୍ୱର ୟା ଜଞ୍ଜୀରରେ ନଜର ଆସୁଛନ୍ତି। ଏହି ସୋ’ରେ ଚାହତ ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ସେ ରାଜନୀତିରେ ଅଧିକ ଫୋକସ ଦେବା ପାଇଁ ସୋ’ ସହିତ ନିଜ ଅଭିନୟ କ୍ୟାରିୟରରୁ ବିରତି ନେବାକୁ ଯାଉଛନ୍ତି। ଆଗାମୀ ନିର୍ବାଚନ ହେତୁ ଅଭିନେତ୍ରୀଙ୍କୁ ତାଙ୍କ ସୋ’ରେ ଆଉ ଦେଖିବାକୁ ମିଳିବନାହିଁ । ଚାହତଙ୍କ ସ୍ଥାନରେ ଇଶିତା ଗାଙ୍ଗୁଲି ନଜର ଆସିବେ। ଏକ ସାକ୍ଷାତକାରରେ ଚାହତ ତାଙ୍କ ନିଷ୍ପତ୍ତି ବିଷୟରେ ଖୋଲାଖୋଲି ଭାବେ କହିଥିବାବେଳେ ସେ କାହିଁକି ରାଜନୀତିରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ?

ଚାହାତ ପାଣ୍ଡେ ଅଭିନୟ କ୍ୟାରିୟର ଛାଡି ରାଜନୀତି କରୁଛନ୍ତି କି?

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଚାହତ ପାଣ୍ଡେ କହିଛନ୍ତି, ‘‘ହଁ, ମୁଁ ମୋର ରାଜନୈତିକ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି ଏବଂ ମଧ୍ୟପ୍ରଦେଶର ଦମୋହରୁ ବିଧାୟକ ପଦ ପାଇଁ ଆମ୍ ଆଦମୀ ପାର୍ଟିରୁ ଆଗାମୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି । ମୁଁ ମୋର ଅଭିନୟ କ୍ୟାରିୟର ଛାଡୁ ନାହିଁ । ମୁଁ ଉଭୟ କ୍ଷେତ୍ରରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଚେଷ୍ଟା କରୁଛି, ତଥାପି, ମୁଁ କିଛି ସମୟ ପାଇଁ ବ୍ରେକ୍‌ରେ ରହିବି । ମୁଁ ମୋର ସୋ’ ନାଥ ପାଇଁ ବ୍ରେକ୍ ଦିନରେ ସୁଟିଂ କରିପାରିବି ।’’

ଚାହତ ରାଜନୀତିରେ ଯୋଗଦେବାକୁ କାହିଁକି ଚାହୁଁଛନ୍ତି ?

ଚାହତ ପାଣ୍ଡେ କାହିଁକି ରାଜନୀତିର ରାସ୍ତା ବାଛିଲେ ? ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି, "ମୋ ମା ସବୁବେଳେ ଚାହୁଁଥିଲେ ମୁଁ ଜଣେ ରାଜନେତା ହୁଏ । ମୋର ମଧ୍ୟ ଏଥିରେ ଆଗ୍ରହ ଥିଲା ତେଣୁ ମୁଁ ରାଜନୀତିକୁ ବାଛି ଥିଲି । ମୁଁ ଏହି କ୍ଷେତ୍ରକୁ ପ୍ରବେଶ କରିବାର 6 ମାସ ବିତିଗଲା । ମୁଁ ଏହି କ୍ଷେତ୍ରରେ ପ୍ରବେଶ କରିସାରିଛି ଏବଂ ମୁଁ ଆଗକୁ ଦେଖିଛୁ କି ଏହି କ୍ଷେତ୍ରରେ ଚ୍ୟାଲେଞ୍ଜ୍‌ଗୁଡିକ କିପରି ସାମ୍ନାକୁ ଆସିବ। "

ଏହା ମଧ୍ୟ ପଢନ୍ତୁ: ସ୍ବଦେଶ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣାଗସ୍ତ, ଆଖି ବୁଝିଲେ ସ୍ୱିଜରଲ୍ୟାଣ୍ଡ ଦମ୍ପତି

ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଚାହତ ପାଣ୍ଡେଙ୍କ ଯାତ୍ରା

ଚାହତ ପାଣ୍ଡେ 2016ରେ 'ପବିତ୍ର ବନ୍ଧନ'ରୁ ଶୋବିଜ୍ ଦୁନିଆରେ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କୁ 'ରାଧା କୃଷ୍ଣ'ରେ ରାଧାଙ୍କ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ କରାଯାଇଥିଲା, କିନ୍ତୁ ପରେ ତାଙ୍କୁ ମଲ୍ଲିକା ସିଂଙ୍କ ସ୍ଥାନ ଦିଆଯାଇଥିଲା। 2019ରେ 'ହମାରି ବହୁ ସିଲ୍କ'ରେ ଏହି ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେହି ସୋ’ର ନିର୍ମାତାଙ୍କଠାରୁ ଦେୟ ନଦେବା ପ୍ରସଙ୍ଗ ଉଠାଇବା ପାଇଁ ସେ ଚର୍ଚ୍ଚାରେ ଥିଲେ । ଅବଶ୍ୟ, ଏହି ବିବାଦ ଶେଷରେ 2021ରେ ସମାଧାନ ହେଲା । ଏହାପରେ ଅଭିନେତ୍ରୀଙ୍କୁ 'ଦୁର୍ଗା ମାତା କି ଛାୟା' ଏବଂ 'ନାଥ ଜୱାର ୟା ଜଞ୍ଜୀର' ଭଳି ସୋ’ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.