ମୁମ୍ବାଇ: ସିନେମାଟିକ୍ ସ୍ପେକ୍ଟାକଲ୍ ବ୍ରହ୍ମାସ୍ତ୍ର ପାଟ୍-୨ ଏବେ ବକ୍ସ ଅଫିସରେ ଧୁମ୍ ମଚାଉଛି । ବିଶ୍ୱବ୍ୟାପୀ ମୋଟ ବକ୍ସ ଅଫିସ୍ ସଂଗ୍ରହ ପ୍ରଥମ ଦୁଇ ଦିନରେ 150 କୋଟି ଟଙ୍କା ଅତିକ୍ରମ କରିଛି । ପ୍ରଥମ ଦିନରୁ ହିଁ ଏହି ଫିଲ୍ମ ପ୍ରାୟ ୭୫ କୋଟି ଟଙ୍କା ବକ୍ସ ଅଫିସରେ ଆୟ କରିଛି । ହିନ୍ଦୀ ସଂସ୍କରଣରେ ଏତେ ଅଧିକ ରୋଜଗାର କରିଥିବା ଏହା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି ।
- " class="align-text-top noRightClick twitterSection" data="
">
କୋରୋନା ମହାମାରୀ ପୂର୍ବରୁ ମୁକ୍ତିଲାଭ କରିଥିବା 'ସଞ୍ଜୁ', 'ଟାଇଗର ଜିନ୍ଦା ହୈ' ଏବଂ 'ଧୁମ୍ 3' ଭଳି ସୁପରହିଟ୍ ଚଳଚ୍ଚିତ୍ରର ପ୍ରଥମ ଦିନରୁ ଅଧିକ ସଂଗ୍ରହ କରିଛି 'ବ୍ରହ୍ମାସ୍ତ୍ର' । ଚଳିତ ମାସ ୯ ତାରିଖରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରରେ ମେଗା ଷ୍ଟାର୍ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ମୌନୀ ରୟଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ପ୍ରଥମ ଦିନରେ ହିଁ ବ୍ରହ୍ମାସ୍ତ୍ର ପାର୍ କରିଥିଲା ୭୫ କୋଟି ଟଙ୍କା । ପ୍ରଡକ୍ସନ୍ ବ୍ୟାନର ଷ୍ଟାର୍ ଷ୍ଟୁଡିଓ ଏବଂ ଧର୍ମ ପ୍ରଡକ୍ସନ୍ସ ଅନୁଯାୟୀ ବ୍ରହ୍ମାସ୍ତ୍ର ଭାଗ ପ୍ରଥମ ଅନୁସାରେ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ 85 କୋଟି ଟଙ୍କା ଆୟ କରିଛି । ଯାହା ମୋଟ ସଂଗ୍ରହକୁ 160 କୋଟି ଟଙ୍କା ଦେଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀ, ଥିଏଟର ମାଲିକ ଏବଂ ଦର୍ଶକ ମଧ୍ୟ ଏହି ଫିଲ୍ମକୁ ନେଇ ଅନେକ ଆଶା କରିଥିଲେ । ତେବେ ଏହି ଫିଲ୍ମ ହିନ୍ଦୀ ଭାଷା ଛଡ଼ା ଅନ୍ୟ ଭାଷାରେ ମଧ୍ୟ ରିଲିଜ୍ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ....Brahmastra Box office collection Day 1: ଓପନିଂ ଡେରେ ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର
ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ 'ବ୍ରହ୍ମାସ୍ତ୍ର' ବଡ ପରଦାରେ ମୁକ୍ତିଲାଭ କରିଛି । ଫିଲ୍ମ ରିଲିଜର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ଏକ ରେକର୍ଡ ଭାଙ୍ଗିଛି । ପୂର୍ବ ଆକଳନ ଅନୁଯାୟୀ (Brahmastra Box Office Collection) ଏହି ଫିଲ୍ମ 36.50 କୋଟିରୁ 38.50 କୋଟି ଟଙ୍କା ଆୟ କରିଛି । ଛୁଟିଦିନ ନଥିବା ସତ୍ତ୍ବେ ଏହା ହିନ୍ଦୀ ସଂସ୍କରଣରେ ଏତେ ଅଧିକ ରୋଜଗାର କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି ।
କୋରୋନା ମହାମାରୀ ପୂର୍ବରୁ ମୁକ୍ତିଲାଭ କରିଥିବା 'ସଞ୍ଜୁ', 'ଟାଇଗର ଜିନ୍ଦା ହୈ' ଏବଂ 'ଧୁମ୍ 3' ଭଳି ସୁପରହିଟ୍ ଚଳଚ୍ଚିତ୍ରର ପ୍ରଥମ ଦିନରୁ ଅଧିକ ସଂଗ୍ରହ କରିଛି 'ବ୍ରହ୍ମାସ୍ତ୍ର' । 'ବ୍ରହ୍ମାସ୍ତ୍ର'ର ଓପନିଂ ଡେ'ର ରୋଜଗାର ସପ୍ତାହ ଶେଷ ପର୍ଯ୍ୟନ୍ତ 100 କୋଟି ଟଙ୍କା ରୋଜଗାର ପାଇଁ ସମସ୍ତ ପ୍ରସ୍ତୁତ କରିଛି ।
ଫିଲ୍ମର ୱିକେଣ୍ଡ୍ ଦମଦାର ବୋଲି ବିଶ୍ୱାସ କରାଯାଏ । ତେବେ ଫିଲ୍ମର ସଫଳତା ସପ୍ତାହକ ପରେ ଅର୍ଥାତ ସୋମବାର ହେବାକୁ ଥିବା ରୋଜଗାର ଉପରେ ନିର୍ଭର କରେ । ତେବେ 'ବିକ୍ରମ ବେଦା' ରିଲିଜ୍ ହେବା ପର୍ଯ୍ୟନ୍ତ କୌଣସି ପ୍ରମୁଖ ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍ ହେଉ ନ ଥିବାରୁ 'ବ୍ରହ୍ମାସ୍ତ୍ର' ପାଇଁ ଏକ ଭଲ ସୁଯୋଗ ରହିଛି । 'ବିକ୍ରମ ବେଦା' 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିବ । ତେବେ ଏବେ ଫିଲ୍ମଟି ପ୍ରେକ୍ଷାଳୟରେ ୨-ଡି, ୩-ଡି, ୩-ଡି ଏବଂ ଆଇଏମଏକ୍ସ ୩-ଡିରେ ପ୍ରକାଶ ପାଉଛି ।