ETV Bharat / entertainment

୨୦୨୩କୁ ଏମିତି ବିଦାୟ ଦେଲେ ବଲିଉଡରୁ ଓଲିଉଡ ସେଲିବ୍ରିଟି, ୨୦୨୪କୁ କଲେ ସ୍ବାଗତ

author img

By ETV Bharat Odisha Team

Published : Jan 1, 2024, 10:38 AM IST

Celebs Welcome to 2024: ବିଦାୟ ନେଇଛି ୨୦୨୩ ବର୍ଷ । ନୂଆ ଆଶା ନୂଆ ଉଦ୍ଧୀପନା ସହ ଆରମ୍ଭ ହୋଇଛି ନବ ବର୍ଷ ୨୦୨୪ । ତେବେ ସେଲିବ୍ରିଟି ମାନେ ୨୦୨୩କୁ କିଛି ନିଆରା ଢଙ୍ଗରେ ଢଙ୍ଗରେ ବିଦାୟ ଦେଇଥିବା ବେଳେ ୨୦୨୪ ନବ ବର୍ଷ କୁ ସ୍ବାଗତ କରିଛନ୍ତି । ଯାହାର ଝଲକ ତାରକାମାନେ ସୋସିଆଲ ମିଡିଆରେ ଦେଖାଇଛନ୍ତି । ଦେଖନ୍ତୁ ଭିଡିଓ

୨୦୨୩କୁ ଏମିତି ବିଦାୟ ଦେଲେ ବଲିଉଡରୁ ଓଲିଉଡ ସେଲିବ୍ରିଟି, ୨୦୨୪କୁ କଲେ ସ୍ବାଗତ
୨୦୨୩କୁ ଏମିତି ବିଦାୟ ଦେଲେ ବଲିଉଡରୁ ଓଲିଉଡ ସେଲିବ୍ରିଟି, ୨୦୨୪କୁ କଲେ ସ୍ବାଗତ

ହାଇଦ୍ରାବାଦ: ସମସ୍ତଙ୍କଠାରୁ ବିଦାୟ ନେଇଛି ୨୦୨୩ ବର୍ଷ । ଆଉ ଆରମ୍ଭ ହୋଇଛି ଆଉ ଏକ ନୂଆ ବର୍ଷ ୨୦୨୪ । ଏହି ପରିପ୍ରେକ୍ଷୀରେ ସାରା ଦେଶ ୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ଧୁମଧାମରେ ସ୍ବାଗତ କରିଛନ୍ତି । ସେହିପରି ସେଲିବ୍ରିଟିମାନେ ମଧ୍ୟ ନିଆରା ଢଙ୍ଗରେ ୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ଧୁମଧାମରେ ସ୍ୱାଗତ କରିଛନ୍ତି । ବଲିଉଡ୍‌, ଟଲିଉଡ୍‌ ଏବଂ ଓଲିଉଡ୍‌ ତାରକା ସମସ୍ତେ ସୋସିଆଲ ମିଡିଆରେ ୨୦୨୩ର ଯାତ୍ରା କିପରି ଥିଲା । ତାହାର ଝଲକ ସେୟାର କରିଛନ୍ତି ।

ଓଲିଉଡ୍‌ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ '୨୦୨୩ର ତାଙ୍କର ପୁରା ଯାତ୍ରାର ଝଲକ ଦେଖାଇଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, "ସବୁକିଛି ପାଇଁ ଧନ୍ୟବାଦ ୨୦୨୩ । ତୁମେ ମୋତେ ଶିକ୍ଷା, ସ୍ମୃତି ଏବଂ ଅନୁଭୂତି ଦେଇ ଛାଡ଼ିଛ । ପ୍ରତିବର୍ଷ ପରି ତୁମେ ଏକ ରୋଲର କୋଷ୍ଟର ରାଇଡ । ଜଣେ ଭଲ ସାଥୀ ହୋଇଥିବାରୁ ଧନ୍ୟବାଦ । ମୁଁ ଆଶା କରୁଛି ଯେ, ୨୦୨୪ର ୩୬୫ ଦିନ ମଧ୍ୟ ସମାନ ଭଲ ହେବ ।"

ସେହିପରି ତମନ୍ନା ବ୍ୟାସ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଯାତ୍ରା ଦେଖାଇଛନ୍ତି । ୨୦୨୩ ବର୍ଷ ସେ ନିଜ ଲଭ ଲାଇଫ୍‌କୁ ପାଇଥିବା ବେଳେ ୨୦୨୪ରେ ଅଭିନେତ୍ରୀ ବିବାହ ବନ୍ଧରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜ ପ୍ରି ୱେଡିଂ ସମାରୋହର ଝଲକ ସହ ନିଜ ଲଭ ଳାଇଫକୁ ମଧ୍ୟ ସେ ଏହି ଭିଡିଓ ସାମିଲ କରିଛନ୍ତି । ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, "୨୦୨୩ ମୋ ପାଇଁ ରୋଲର କୋଷ୍ଟର ରାଇଡ ପରି ଅନୁଭବ କରାଇଲା । ଏହା ଲାଗୁଛି ମୁଁ ଦୁନିଆର ଅଧା ଦେଖିଛି । ଏହି ବର୍ଷ ମୋତେ ଅନେକ ଶିକ୍ଷା ଦେଇଛି । ୨୦୨୩ ମୋ ପାଇଁ ବିଶେଷ ରହିବ ଏବଂ ସ୍ମୃତିରେ ରହିବ । ଏଥିରେ ସନ୍ଦେହ ନାହିଁ । ମୋର ସମସ୍ତ ଶୁଭେଚ୍ଛୁ ଏବଂ ସମର୍ଥକଙ୍କୁ ଧନ୍ୟବାଦ । ୨୦୨୪ର ସମସ୍ତଙ୍କୁ ଶୁଭକାମନା ।"

ସେହିପରି ଓଲିଉଡ୍‌ ସେଲିବ୍ରିଟି ରିୟା ଦେ, ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ରଙ୍କ ସମେତ ଅନେକ ସେଲିବ୍ରିଟି ୨୦୨୩କୁ ବିଦାୟ ଦେଇ ୨୦୨୪କୁ ଧୁମଧାମରେ ସ୍ବାଗତ କରିଛନ୍ତି । ଲିପ୍ସା ମିଶ୍ର ବର୍ତ୍ତମାନ ନିଜ ସ୍ବାମୀଙ୍କ ସହ ପ୍ୟାରିସରେ ନୂଆ ବର୍ଷ ପାଳନ କରିଛନ୍ତି । ସେ ସ୍ବାମୀଙ୍କ ସହ ରୋମାଣ୍ଟିକ ପୋଜ୍‌ର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ନବ ବର୍ଷର ଶୁଭକାମନା ଜଣାଇଛନ୍ତି । ଫ୍ୟାନ୍ସ ମଧ୍ୟ ସେମାନଙ୍କ ପୋଷ୍ଟକୁ ଲାଇକ୍‌ କରିବା ସହ ନୂଆ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବଲିଉଡ ଅଭିନେତ୍ରୀ ବିପାଶା ବାସୁ, କରିସ୍ମା କପୁର, କଙ୍ଗନା ରାଣାୱତ ଏବଂ ମୌନି ରୟଙ୍କ ପରି ଅନେକ ତାରକା ମଧ୍ୟ ନିଆରା ଢଙ୍ଗରେ ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ବାଗତ କରିଛନ୍ତି ।

ସେହିପରି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୨୩ର ତାଙ୍କ ପାଇଁ ଥିବା ଖାସ୍ ଦିନକୁ ନେଇ ସ୍ମୃତିକୁ ଭିଡିଓ ମାଧ୍ୟମରେ ସେୟାର କରିଛନ୍ତି । ଓସ୍କାର ଆୱାର୍ଡ ଶୋ'ଠାରୁ ଆରମ୍ଭ କରି କିଛି ଆୱାର୍ଡ ଶୋ'ର ଝଲକ ଏବଂ ତାଙ୍କ ଫିଲ୍ମର କିଛି ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ସେ ତାଙ୍କର ଟ୍ରେଣ୍ଡିଂ ଭିଡିଓ 'Just Look Like A wow'ରେ ଭିଡିଓ ଶେଷ କରିଛନ୍ତି । ସାରା ଅଲି ଖାନ ମଧ୍ୟ ୨୦୨୩ର ନିଜର ଯାତ୍ରାର ଅନୁଭୂତି ସେୟାର କରିଛନ୍ତି । ଲେଖିଛନ୍ତି, "ଧନ୍ୟବାଦ ମା', ମୋ ମୁଭିସ୍, ଏତେ ମାତ୍ରାରେ ଭଲପାଇବା ଦେଇଥିବାରୁ ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ।"

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା ୨' ଠାରୁ 'ଫାଇଟର'; ୨୦୨୪ରେ ଧମାକା କରିବ ଏହି ସୁପରଷ୍ଟାରଙ୍କ ଫିଲ୍ମ

ସେପଟେ ସାଉଥ ଅଭିନେତା ନାନି ୨୦୨୩କୁ ବିଦାୟ ଦେଇ ଲେଖିଛନ୍ତି, "ଧନ୍ୟବାଦ ୨୦୨୩ । ଏହା ପାଭା ସହ ଆରମ୍ଭ ହୋଇଥିଲା । ଟକ୍ବିଲା ସହ ଶେଷ ହେଲା । ସମସ୍ତଙ୍କୁ ମୁଁ ବହୁତ ଭଲ ପାଏ । ନୂଆ ବର୍ଷ ଶୁଭେଚ୍ଛା ।" ଅଲ୍ଲୁ ଅର୍ଜୁନ ମଧ୍ୟ ଲେଖିଛନ୍ତି, "୨୦୨୩ ମୋ ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ଏହା ବହୁତ ଭଲ ବର୍ଷ ଥିଲା । ବହୁତ ଭଲ ଶିକ୍ଷା ଦେଇଛି । ୨୦୨୩କୁ ବିଦାୟ । ନୂଆ ବର୍ଷର ଶୁଭେଚ୍ଛା । ସେହିପରି ରାଶି ଖନ୍ନା ସମେତ ଅନେକ ସାଉଥ ସେଲିବ୍ରିଟି ମଧ୍ୟ ୨୦୨୪କୁ ସ୍ବାଗତ କରିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.