ETV Bharat / entertainment

KKBKKJ Day 2 Collection: ଇଦରେ ଚାଲିଲାନି ସଲମାନଙ୍କ ଯାଦୁ, ଏତିକି କଲା ବ୍ୟବସାୟ

author img

By

Published : Apr 23, 2023, 10:30 AM IST

ଦର୍ଶକଙ୍କ ମନ ଜିତିବାରେ ବିଫଳ ହେଉଛି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ'। ଇଦରେ ମଧ୍ୟ ସିନେମା ହଲରେ ଚାଲିପାରିନି ଫିଲ୍ମ । ଅଧିକ ପଢନ୍ତୁ,

ଦ୍ବିତୀୟ ଦିନରେ କିସି କା ଭାଇ କିସି କି ଜାନ ଫିଲ୍ମ କରିଛି 25 କୋଟି ରୋଜଗାର

ମୁମ୍ବାଇ: ବକ୍ସ ଅଫିସରେ ଚାଲୁନି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ବହୁ ପ୍ରତୀକ୍ଷିତ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଯାଦୁ । ନିର୍ମାତାମାନେ ଫିଲ୍ମର ଟ୍ରେଲରକୁ ଲଞ୍ଚ କରିବା ଦିନ ଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଦେଖିବାକୁ ମିଳିଥିଲା । ହେଲେ ଏପ୍ରିଲ 21ରେ ରିଲିଜ କରିଥିବା ଏହି ଫିଲ୍ମ ବର୍ତ୍ତମାନ ଦର୍ଶକଙ୍କ ମନ ଜିତିବାରେ ବିଫଳ ହେଉଛି । ଫିଲ୍ମର ଓପନିଂ ବହୁତ ଦୁର୍ବଳ ରହିଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ଫିଲ୍ମ ଆଶା କରାଯାଉଥିବା ବ୍ୟବସାୟ କରିପାରିନି ।

'କିସି କା ଭାଇ କିସି କି ଜାନ' ଫିଲ୍ମକୁ ଫ୍ୟାନ୍ସମାନେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ହେଲେ ଇଦ୍‌ ଅବସରରେ ଏହି ଫିଲ୍ମ ରିଲିଜ କରିଥିବାରୁ ଏହା ବହୁତ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା । ହେଲେ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ଫିଲ୍ମ ରିଲିଜର ଦ୍ବିତୀୟ ଦିନରେ ଅର୍ଥାତ ଇଦରେ 25 କୋଟି ଟଙ୍କା ରୋଜଗାର କରିପାରିଛି । ପ୍ରଥମ ଦିନରେ ଏହି ଫିଲ୍ମ 'ଘରୋଇ ବକ୍ସ ଅଫିସରେ 14 କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ବିତୀୟ ଦିନ 25 କୋଟି ଟଙ୍କା ରୋଜଗାର କରିପାରିଛି । ଯାହା ପ୍ରଥମ ଦିନର ଆୟ ଅପେକ୍ଷା ଦ୍ବିତୀୟ ଦିନରେ ଫିଲ୍ମର ଆୟ ଅଧିକା ରହିଛି ।

ସୂଚନା ଥାଉ କି, 'କିସି କା ଭାଇ କିସି କି ଜାନ' ଫିଲ୍ମଟି ସଲମାନଙ୍କ 10ଟି ବଡ ବଡ ଫିଲ୍ମର ବ୍ୟବସାୟିକ ଆକଳନକୁ ସ୍ପର୍ଶ କରିବାରେ ଅସମର୍ଥ ହୋଇଛି । ଇଦରେ ରିଲିଜ କରୁଥିବା ସଲମାନ ଫିଲ୍ମ ମଧ୍ୟରେ 'କିସି କା ଭାଇ କିସି କି ଜାନ' ଫିଲ୍ମ ଗୋଟିଏ । ଏହାପୂର୍ବରୁ ସଲମାନ ଖାନଙ୍କ ଚଳଚ୍ଚିତ୍ର 'ଦବଙ୍ଗ', 'ଭାରତ', 'ରେସ', 'ଟାଇଗର ଜିନ୍ଦା ହେ', ଟ୍ୟୁବଲାଇଟ୍, 'ସୁଲତାନ', 'ପ୍ରେମ ରତ୍ନ ଧନ ପାୟୋ', 'ବଜରଙ୍ଗୀ ଭାଇଜନ' ଏହି ସମସ୍ତ ଫିଲ୍ମ ରିଲିଜ ହୋଇଥିଲା । ଯାହା ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା । ହେଲେ ବର୍ତ୍ତମାନ ରିଲିଜ କରିଥିବା ଫିଲ୍ମ 'କିସି କା ଭାଇ କିସି କି ଜାନ'ର ବ୍ୟବସାୟ ଏହି ଫିଲ୍ମ ଗୁଡିକର ବ୍ୟବସାୟ ଅପେକ୍ଷା ବହୁତ କମ୍ ବୋଲି ବିବେଚନା କରାଯାଉଛି ।

ତେବେ ଫରହାଦ୍ ସମଜୀ ନିର୍ଦ୍ଦେଶିତ ଫିଲ୍ମ 'କିସି କା ଭାଇ କିସି କି ଜାନ' ଆକ୍ସନ ଏବଂ ରୋମାଣ୍ଟିକ ଡ୍ରାମା ଉପରେ ଆଧାରିତ । ଏହି ଫିଲ୍ମରେ ସଲମାନ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ବ୍ୟତୀତ ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜେସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟ୍ନାଗର ମଧ୍ୟ ଅଭିନୟ କରିଛନ୍ତି । 'କିସି କା ଭାଇ କିସି କି ଜାନ' ସହ 4 ବର୍ଷ ପରେ 'ଦବଙ୍ଗ' ସୁପରଷ୍ଟାର ସଲମାନ ଖାନ ସିଲଭର ସ୍କ୍ରିନରେ ନଜର ଆସିଛନ୍ତି । ତେବେ ଏହି ଫିଲ୍ ବର୍ତ୍ତମାନ ଆଶା ଠାରୁ କମ ବ୍ୟବସାୟ କରିଥିଲେ ସୁଦ୍ଧା ଆଗାମୀ ଦିନରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.