ETV Bharat / entertainment

ବିଶ୍ବର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ, TIME 100 ଲିଷ୍ଟ୍‌ର ଶୀର୍ଷରେ କିଙ୍ଗ୍‌ ଖାନ୍‌

author img

By

Published : Apr 7, 2023, 5:26 PM IST

ବିଶ୍ୱ ସ୍ତରରେ 'ପଠାନ'ର ବ୍ଲକବଷ୍ଟର ସଫଳତା ପରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଆଉ ଏକ ସଫଳତା । 2023 ଟାଇମ 100 ରିଡର ପୋଲର ବିଜେତା ହୋଇଛନ୍ତି ଶାହାରୁଖ । ଅଧିକ ପଢନ୍ତୁ

TIME100 ବିଜେତା ହେଲେ ବଲିଉଡ କିଙ୍ଗଖାନ ଶାହାରୁଖ ଖାନ

ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପାଇଁ 2023 ଶୁଭପ୍ରଦ ପ୍ରମାଣିତ ହୋଇଛି । ବର୍ଷ ଆରମ୍ଭରେ ଫିଲ୍ମ ପଠାନ ସଫଳତା ହାସଲ କରିଥିବା ବେଳେ ଏବେ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ି ହୋଇଛି । ବିଶ୍ବ ସ୍ତରରେ ଶାହାରୁଖଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ 'ପଠାନ' ର ସଫଳତା ପରେ ବର୍ତ୍ତମାନ 'କିଙ୍ଗ ଖାନ' 2023 TIME100 ରିଡର୍ ପୋଲରେ ବିଜେତା ହୋଇଛନ୍ତି ।

2023 TIME 100, ଏହା ହେଉଛି ବିଶ୍ବର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ବାର୍ଷିକ ତାଲିକା । ଏହି ସର୍ଭେ ପରେ ଓସ୍କାର ବିଜେତା ଅଭିନେତା ମିସେଲ ୟୋହ, ଟେନିସ କିମ୍ବଦନ୍ତୀ ସେରେନା ୱିଲିୟମ୍ସ, ମେଟା ସିଇଓ ମାର୍କ ଜୁକରବର୍ଗ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲୱା ଏବଂ ଟ୍ବିଟର ସିଇଓ ଏଲୋନ୍ ମସ୍କଙ୍କ ସମେତ ବିଶ୍ବର ଜଣାଶୁଣା ସେଲିବ୍ରିଟି ସାମିଲ ଥିଲେ । ଏହି ସର୍ଭେ ପାଇଁ ସାଧାରଣ ଲୋକଙ୍କ ମତ ଲୋଡ଼ା ଯାଇଥିଲା, ଭୋଟିଂ ପରେ 2023 TIME 100 ଲିଷ୍ଟ୍‌ରେ ସବୁଠାରୁ ଅଧିକ ଭୋଟ ପାଇ ଶୀର୍ଷରେ ରହିଛନ୍ତି ଶାହାରୁଖ ।

1.2 ମିଲିୟନରୁ ଅଧିକ ଭୋଟ୍ ସର୍ଭେ କରାଯାଇଥିଲା । ସେଥିମଧ୍ୟରୁ ଶାହାରୁଖ ଖାନ ସର୍ବାଧିକ 4 ପ୍ରତିଶତ ଭୋଟ୍ ପାଇଛନ୍ତି । ତେବେ ସର୍ବାଧିକ ଭୋଟ ପାଇ ଶାହାରୁଖ ଖାନ ବେଶ ଲୋକପ୍ରିୟତା ହାସଲ କରି ବିଜୟୀ ହୋଇଛନ୍ତି । ସେହିପରି ଦ୍ବିତୀୟ ନମ୍ବରରେ ଇରାନୀୟ ମହିଳା ରହିଛନ୍ତି । ଯେଉଁମାନେ ସେମାନଙ୍କର ଅଧିକାର ପାଇଁ ବିରୋଧ କରୁଛନ୍ତି । ତାଙ୍କୁ 3 ପ୍ରତିଶତ ଭୋଟ୍ ମିଳିଥିଲା । ଏଥିସହିତ ସ୍ବାସ୍ଥ୍ୟ ସେବା କର୍ମଚାରୀମାନେ ତୃତୀୟ ସ୍ଥାନରେ ଅଛନ୍ତି । ତା’ପରେ ରାଜକୀୟ ବ୍ରିଟିଶ ଦମ୍ପତି ପ୍ରିନ୍ସ ହ୍ୟାରି ଏବଂ ମେଘନ ମାର୍କଲେ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଷ୍ଟାର ଫୁଟବଲର୍ ତଥା ଫିଫା ବିଶ୍ବକପ ବିଜେତା 2023 ଲିଓନେଲ ମେସି ପଞ୍ଚମ ସ୍ଥାନରେ ରହିଛନ୍ତି ।

ସାରା ଦେଶରେ ପଠାନର କ୍ରେଜ ଦେଖିବାକୁ ମିଳିଥିଲା । ଫିଲ୍ମ ପଠାନ ରିଲିଜର ୨୭ଦିନ ମଧ୍ୟରେ ୧୦୦୦ କୋଟିର ବ୍ୟବସାୟ କରି ଇତିହାସ ରଚିଥିଲା । ଶାହାରୁଖ ଖାନଙ୍କ ଏହି ପ୍ରଥମ ଫିଲ୍ମ ଯାହାକି ୧୦୦୦ କୋଟିର ବ୍ୟବସାୟ କରିଛି । ୧୦୦୦ କୋଟି କ୍ଲବରେ ଏଣ୍ଟ୍ରି କରିବାର ୫ମ ଫିଲ୍ମ ଶାହାରୁଖ ଖାନ ଫିଲ୍ମ 'ପଠାନ' । ତେବେ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ପ୍ରଥମେ ଅଭିନେତା ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ' ଯାହା ୨୦୦୦ କୋଟିରୁ ଅଧିକ ରୋଜଗାର କରି ଇତିହାସ ରଚିଥିବା ବେଳେ ଦ୍ବିତୀୟରେ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ୧୦୦୦ କୋଟିର ବ୍ୟବସାୟ କରି ରେକର୍ଡ କରିଛି ।

ଶାହାରୁଖଙ୍କୁ ସଲମାନଙ୍କ ଆଗାମୀ ଫିଲ୍ମ ଟାଇଗର-3ରେ ପୁନଃ ଦେଖିବାକୁ ମିଳିବ । ତା ସହିତ ସେ ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଡଙ୍କି ଏବଂ ଯବାନରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.