ETV Bharat / entertainment

Queen Elizabeth II Death: ରାଣୀ ଏଲିଜାବେଥଙ୍କ ବିୟୋଗରେ ଶୋକରେ ବୁଡିଲା ବଲିଉଡ - ରାଣୀ ଏଲିଜାବେଥ ମୃତ୍ୟୁ

ରାଣୀ ଏଲିଜାବେଥଙ୍କ ମୃତ୍ୟୁ (Queen Elizabeth II dies aged 96 )ରେ ସମଗ୍ର ବିଶ୍ୱ ଶୋକ ବ୍ୟକ୍ତ କରୁଛି । ଏହି ଧାରାରେ ବଲିଉଡର ସେଲିବ୍ରିଟିମାନେ ରାଣୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ରାଣୀ ଏଲିଜାବେଥଙ୍କ ବିୟୋଗରେ ଶୋକରେ ବୁଡିଲା ବଲିଉଡ

author img

By

Published : Sep 9, 2022, 2:01 PM IST

ହାଇଦ୍ରାବାଦ: ଆଉ ନାହାନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ (Queen Elizabeth II dies aged 96 )। ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ (Balmoral Castle) 96 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମହାରାଣୀଙ୍କ ମହାପ୍ରୟାଣରେ ଦଶ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ (Official mourning) । ରାଣୀ ଏଲିଜାବେଥଙ୍କ ମୃତ୍ୟୁରେ ସମଗ୍ର ବିଶ୍ୱ ଶୋକ ବ୍ୟକ୍ତ କରୁଥିବା ବେଳେ ବଲିଉଡରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି ।

ଶୋକ ବ୍ୟକ୍ତ କଲେ ସେଲିବ୍ରିଟି

ଅନୁପମ ଖେର, ସୁସ୍ମିତା ସେନ୍, ଶିଳ୍ପା ଶେଟ୍ଟୀ, ରିତେଶ ଦେଶମୁଖ, କରୀନା କପୁର ଖାନ, ଅଦନାନ୍ ସାମି, ଗୀତା ବସରା ଏବଂ ନୀତୁ କପୁରଙ୍କ ପରି ଅନେକ ସେଲିବ୍ରିଟି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବ୍ରିଟେନର ରାଣୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଅନୁପମ ଖେର ରାଣୀ ଏଲିଜାବେଥଙ୍କ ତିନୋଟି ଫଟୋ ସେୟାର କରି ଲେଖିଛନ୍ତି, 'ଯଦିଓ ସେ 70 ବର୍ଷ ପର୍ଯ୍ୟନ୍ତ ରାଣୀ ଥିଲେ, ସେ ଅନୁଗ୍ରହ, କରୁଣା, ସମ୍ମାନ, ଶକ୍ତି, ଦୟାର ମଧ୍ୟ ପ୍ରତିନିଧିତ୍ବ କରିଥିଲେ । ଦୁନିଆ ତାଙ୍କୁ ଝୁରିବ! ତାଙ୍କ ଆତ୍ମା ​​ଶାନ୍ତିରେ ମିଳୁ, ଓମ୍ ଶାନ୍ତି ।'

ବଲିଉଡ ବିୟୁଟି ସୁସ୍ମିତା ସେନ୍ ଟ୍ୱିଟ୍ କରି ଲେଖିଛନ୍ତି - ତାଙ୍କ ଜୀବନ ବହୁତ ରଙ୍ଗୀନ ଥିଲା । ସେ ରଙ୍ଗକୁ ଭଲ ପାଉଥିଲେ ଏବଂ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସେ ଜୀଇଁଛନ୍ତି, ଗୋଟିଏ ଜୀବନ କାଳରେ...ତାଙ୍କ ଆତ୍ମାକୁ ​​ଶାନ୍ତି ମିଳୁ ।

ଏହାକୁ ଏକ ଯୁଗର ଅନ୍ତ ବୋଲି ବର୍ଣ୍ଣନା କରି ରିତେଶ ଦେଶମୁଖ ଲେଖିଛନ୍ତି - କଠିନ ସମୟରେ ମଧ୍ୟ ରାଣୀ ନିଜର ସମ୍ମାନ ହରାଇ ନାହାନ୍ତି । ଏହା ପ୍ରକୃତରେ ଏକ ଦୁଃଖଦ ଦିନ । ବ୍ରିଟେନ ଏବଂ ରୟାଲ ପରିବାରର ଲୋକଙ୍କୁ ମୋର ସମବେଦନା ।

  • A very sad day.. it really is an end of an era.. what a life and what a woman.. thank you your Majesty for leading the country with upmost integrity and courage..you were the epitome of a woman with substance.. #RIPQueenElizabeth 💔🙏 pic.twitter.com/5wJ5urSL2r

    — Geeta Basra (@Geeta_Basra) September 8, 2022 " class="align-text-top noRightClick twitterSection" data=" ">

ମିମି ଚକ୍ରବର୍ତ୍ତୀ ଲେଖିଛନ୍ତି- 96 ବର୍ଷ ବୟସରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ଦୁନିଆକୁ ବିଦାୟ ଦେଲେ। ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ । ଗାୟକ ଅଦନାନ୍ ସାମି ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି । ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଯାତ୍ରାକୁ ପ୍ରେରଣାଦାୟକ ବୋଲି କହିଛନ୍ତି । ବଲିଉଡ ବ୍ୟତୀତ ହଲିଉଡର ସେଲିବ୍ରିଟିମାନେ ମଧ୍ୟ ରାଣୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.