ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ନିଜ ଆଗାମୀ ପ୍ରୋଜେକ୍ଟ ସୁଟିଂ ପାଇଁ ପଞ୍ଜାବର ଅମୃତସରରେ ପହଞ୍ଚିଛନ୍ତି । ନିକଟରେ ସ୍ବାମୀଙ୍କ ସହ ନିଜ ବର୍ଥ ଡେ' ପାଳନ ପାଇଁ ଭ୍ୟାକେସନ୍ରେ ଯାଇଥିଲେ । ସେଠାରୁ ଫେରିବା ପରେ ବର୍ତ୍ତମାନ ନିଜ କାମକୁ ଫେରିଛନ୍ତି କିଆରା । ତେବେ ସୁଟିଂ ପାଇଁ ଅମୃତସର ପହଞ୍ଚିବା ପରେ କିଆରା ଅଟାରୀ ବର୍ଡରରେ ରିଟ୍ରିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯବାନଙ୍କ ସହ ମଧ୍ୟ କିଛି ସମୟ ବିତାଇଛନ୍ତି । ବିଏସ୍ଏଫ୍ ଇଣ୍ଡିଆ ତରଫରୁ ତାଙ୍କ ଅଫିସିଆଲ ସୋସିଆଲ ମିଡିଆରେ ଏହି ସମୟର ଫଟୋ ସେୟାର କରି କିଆରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କିଆରା ସୁଟିଂ ପାଇଁ ଅମୃତସରରେ ପହଞ୍ଚିଛନ୍ତି । ଗତ ରବିବାର ସନ୍ଧ୍ୟାରେ କିଆରା ଅମୃତସରରେ ପହଞ୍ଚି ଭାରତ-ପାକିସ୍ଥାନ ସୀମାରେ ବିଏସ୍ଏଫ୍ ଯବାନମାନଙ୍କ ସହ ସମୟ ବିତାଇଥିଲେ । ବିଏସ୍ଏଫ୍ ଅଧିକାରୀଙ୍କ ଦ୍ବାରା କିଆରା ଆଡଭାନୀଙ୍କ ସ୍ୱାଗତ କରାଯାଇଥିଲା । ଏହି ସମୟରେ ବିଏସ୍ଏଫ୍ ତାଙ୍କୁ ଗେଷ୍ଟ୍ ଅଫ୍ ଅନର ପ୍ରଦାନ କରିଥିଲେ । ପରେ ବିଏସ୍ଏଫ୍ ଅଧିକାରୀଙ୍କ ସହ କିଆରା ରିଟ୍ରିଟ ସମାରୋହକୁ ଉପଭୋଗ କରିଛନ୍ତି । କିଆରା ଯବାନମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ଏହାପରେ ବିଏସ୍ଏଫ୍ ଯବାନମାନଙ୍କ ସହ ଫଟୋ କ୍ଲିକ୍ କରିଥିଲେ । ଏହି ଫଟୋଗୁଡ଼ିକରେ କିଆରା ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେଠାରେ ଉପସ୍ଥିତ ସମସ୍ତ ଲୋକେ ମଧ୍ୟ କିଆରାଙ୍କୁ ଦେଖି ବେଶ ଉତ୍ସାହିତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସିଦ୍ଧାର୍ଥଙ୍କ ସହ ସ୍ବିମିଂ ପୁଲ୍ରେ ବର୍ଥ ଡେ’ ସେଲିବ୍ରେସନ: ଏନଜୟ କଲେ କିଆରା, ଭିଡିଓ ଭାଇରାଲ
କିଆରା ଆଡଭାନୀଙ୍କ ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ, କିଆରା ଆଡଭାନୀଙ୍କୁ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ 'ସତ୍ୟପ୍ରେମ କି କଥା'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ କାର୍ତ୍ତିକ ଏବଂ କିଆରାଙ୍କ କେମେଷ୍ଟ୍ରି ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା । ଏହି ଫିଲ୍ମ ହିଟ୍ ହେବା ସହ ନିଜ ବଜେଟ ମୂଲ୍ୟରୁ ଅଧିକ ରୋଜଗାର କରି ସଫଳତା ହାସଲ କରିଥିଲା । ତେବେ ବର୍ତ୍ତମାନ ଏହି ଅଭିନେତ୍ରୀ ତାମିଲ ଚଳଚ୍ଚିତ୍ର ଗେମ୍ ଚେଞ୍ଜରରେ ନଜର ଆସିବେ । ଏହି ଫିଲ୍ମରେ କିଆରା ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ବିପକ୍ଷରେ ନଜର ଆସିବେ । ଏସ ଶଙ୍କରଙ୍କ ଦ୍ବାରା ନିର୍ମିତ ଗେମ୍ ଚେଞ୍ଜର 3ଟି ଭାଷାରେ ଯଥା-ତେଲୁଗୁ, ତାମିଲ୍ ଏବଂ ହିନ୍ଦୀରେ ରିଲିଜ ହେବ । ଏହି ଫିଲ୍ମରେ ଏସ୍.ଜେ ସୂର୍ଯ୍ୟ, ଜୟରାମ, ଅଞ୍ଜଳି ଏବଂ ଶ୍ରୀକାନ୍ତ ମଧ୍ୟ ଅଭିନୟ କରିଛନ୍ତି । ମକର ସଂକ୍ରାନ୍ତି 2024 ଅବସରରେ ଏହି ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଛି ।