ETV Bharat / entertainment

ରିଲିଜି ହେଲା ସେଲଫି, ଫିଲ୍ମ ଆୟକୁ ନେଇ କଟାକ୍ଷ କଲେ କୁଇନ

author img

By

Published : Feb 25, 2023, 1:30 PM IST

ବଲିଉଡର ଲକ୍ଷ୍ମୀବାଇ କଙ୍ଗନା ରଣାୱତ କରଣ ଜୋହରଙ୍କ ଫିଲ୍ମ ସେଲ୍ଫିକୁ ନେଇ କଲେ କଟାକ୍ଷ, କହିଲେ- `ମୋତେ ଡରାଇବାକୁ ଚେଷ୍ଟା କରନି' । ଜାଣନ୍ତୁ ଏଭଳି କାହିଁକି କହିଲେ ଅଭିନେତ୍ରୀ ।

ସେଲ୍ଫିକୁ ନେଇ କରନକୁ କଟାକ୍ଷ କଲେ କଙ୍ଗନା
ସେଲ୍ଫିକୁ ନେଇ କରନକୁ କଟାକ୍ଷ କଲେ କଙ୍ଗନା

ମୁମ୍ବାଇ: ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ଫିଲ୍ମ 'ସେଲ୍ଫି' । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସେଲ୍ଫିକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ରିଲିଜର ପ୍ରଥମ ଦିନରେ ଫିଲ୍ମ ଭଲ ବ୍ୟବସାୟ କରିନଥିବା ଜଣାପଡିଛି । ଏହା ଅକ୍ଷୟଙ୍କ ଫିଲ୍ମ ବେଲ ବଟମରୁ ମଧ୍ୟ କମ ବ୍ୟବସାୟ କରିଥିବା ବେଳେ ପ୍ରଥମ ଦିନରେ ପାଖାପାଖି 2ରୁ 2.5 କୋଟିର ବ୍ୟବସାୟ କରିଥିବା ଜଣାପଡିଛି । ଏହି ଫିଲ୍ମର କମ ବ୍ୟବସାୟ ପରେ ନିର୍ଦ୍ଦେଶକ କରଣ ଜୋହରଙ୍କୁ କଟାକ୍ଷ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ।

ଏନେଇ କଙ୍ଗନା ନିଜ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ ସେୟାର କରିଛନ୍ତି । ସେ ନିଜ ପ୍ରଥମ ଷ୍ଟୋରୀରେ ଲେଖିଛନ୍ତି, କରନ ଜୋହରଙ୍କ ଫିଲ୍ମ ପ୍ରଥମ ଦିନରେ 10 ଲକ୍ଷର ମଧ୍ୟ ବ୍ୟବସାୟ କରିପାରିନାହିଁ । ଏଥିସହ ମୁଁ ଗୋଟିଏ ମଧ୍ୟ ଟ୍ରେଣ୍ଡ ବା ମିଡିଆକର୍ମୀ ଏହା ଉପରେ କଥା ହେବାର ଦେଖିନାହିଁ । ଯେପରି ସେମାନେ ମୋତେ ହଇରାଣ କରୁଛନ୍ତି, ସେପରି ତାଙ୍କୁ ଉପହାସ କରିବାକୁ ବା ଧମକାଇବାକୁ ଭୁଲିଯାଆନ୍ତି । ବୋଲି ପୋଷ୍ଟ କରି କଟାକ୍ଷ କରିଛନ୍ତି ବଲିଉଡ କୁଇନ କଙ୍ଗନା ।

ଆଉ ଏକ ପୋଷ୍ଟରେ କଙ୍ଗନା ସେୟାର କରି ଲେଖିଛନ୍ତି, କଙ୍ଗନା ରଣାୱତର ପୁରୁଷ ସଂସ୍କରଣ । କଙ୍ଗନା ଏହାକୁ ସେୟାର କରି ହସିବା ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, ମୁଁ ସେଲ୍ଫି ପ୍ଲପ ହେବାର ଖବର ଖୋଜୁଥିଲି, ଏହା ମଧ୍ୟ ମୋର ହିଁ ଭୁଲ ଥିଲା । ସେହିପରି କଙ୍ଗନା ଆଉ ଏକ ଲେଖା ସେୟାର କରିଛନ୍ତି, କରଣ ଜୋହରଙ୍କ ପିଲ୍ମ ସେଲ୍ଫି 10ଲକ୍ଷ ମଧ୍ୟ ବ୍ୟବସାୟ କରିନି । କିନ୍ତୁ ଗଣମାଧ୍ୟମ ନା ତାଙ୍କ ନାଁ ନାହିଁ ତାଙ୍କ ପ୍ରଡକ୍ସନ ହାଉସର ନାଁକୁ ବ୍ୟବହାର କରୁଛନ୍ତି । ଏପରିକି ଯେଉଁ ଫିଲ୍ମ ସହ ମୋର କିଛି ସମ୍ବନ୍ଧ ନାହିଁ ତାର ପ୍ଲପ ହେବାର କାରଣ ମଧ୍ୟ ମୋତେ କୁହାଯାଉଛି କହି କରନଙ୍କୁ କଟାକ୍ଷ କରିଛନ୍ତି ।

ସୂଚନା ଥାଉକି, ଟ୍ରେଣ୍ଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ସେଲ୍ଫିର ପ୍ରଥମ ଦିନର ବ୍ୟବସାୟ ଉପରେ ଲେଖିଛନ୍ତି । ପ୍ରଥମ ଦିନରେ ପିଭିଆରରେ 64 ଲକ୍ଷ, ଆଇନକ୍ସରେ 34ଲକ୍ଷ ଏବଂ ସିନେପୋଲ୍ସିରେ 23ଲକ୍ଷ ବ୍ୟବସାୟ କରିଛି । ଏହିପରି ଫିଲ୍ମ ନିଜ ପ୍ରଥମ ଦିନରେ ବକ୍ସ ଅଫିସ କଲେକ୍ସନରେ ମୋଟ 1.30 କୋଟି କରିପାରିଛି । 2023ରେ ରିଲିଜ ହୋଇଥିବା ଶାହାରୁଖଙ୍କ ଫିଲ୍ମ `ପଠାନ' ପ୍ରଥମ ଦିନରେ ବକ୍ସ ଅଫିସରେ 27.08 କୋଟି ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଶେହଜାଦା' 2.92 କୋଟିର ବ୍ୟବସାୟ କରିଥିଲା । ସେହିପରି ତରଣ ଶୁକ୍ରବାର ଟ୍ବିଟରରେ ଆଉ ଏକ ପୋଷ୍ଟ ସେୟାର କରିଥିଲେ, ସେଥିରେ ସେ କହିଥିଲେ ଶୁକ୍ରବାର ସନ୍ଧ୍ୟା 4.30 ଯାଏ ପିଭିଆରରେ 28 ଲକ୍ଷ, ଆଇନ୍ସରେ 22ଲକ୍ଷ ଏବଂ ସିନେପୋଲ୍ସିରେ 13 ଲକ୍ଷ ବ୍ୟବସାୟ କରିଥିଲା । ସେହିପରି ଫିଲ୍ମ ପ୍ରଥମ ଦିନରେ 63ଲକ୍ଷ ଟଙ୍କା ରୋଜଗାର କରିଛି ।

ସୂଚନା ଥାଉକି, ଫିଲ୍ମ ‘ସେଲ୍ଫି' ମାଲୟାଲମ ଫିଲ୍ମ ଡ୍ରାଇଭିଂ ଲାଇସେନ୍ସର ହିନ୍ଦୀ ରିମେକ ଅଟେ । ଯେଉଁଥିରେ ପୃଥ୍ବୀରାଜ ଏବଂ ସୂରଜ ବୈଜାରାମୁଣ୍ଡୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେହିପରି ‘ସେଲ୍ଫି’ରେ ଅକ୍ଷୟ କୁମାର, ଇମ୍ରାନ ହାସମୀ, ନୁସରତ ଭରୁଚା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.