ETV Bharat / entertainment

ଛେନାପୋଡ଼ ପ୍ରେମରେ ବଲିଉଡ ଅଭିନେତା ଆୟୁଷ୍ମାନ, ଟ୍ବିଟ କରି କହିଲେ ଏମିତି - ଆୟୁଷ୍ମାନ ଖୁରାନ୍ନା

ନିକଟରେ ଓଡ଼ିଶା ଗସ୍ତରେ ଆସିଥିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନ୍ନା । ଏଠାରେ ସେ ଓଡ଼ିଶାର ଲୋକପ୍ରିୟ ମିଠା ଛେନାପୋଡ଼ର ସ୍ବାଦ ଚାଖିବା ସହିତ ଏ ନେଇ ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ

Chena poda
Chena poda
author img

By

Published : Feb 16, 2023, 11:08 PM IST

ଭୁବନେଶ୍ବର: ଛେନାପୋଡ଼ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଓଡ଼ିଶାବାସୀଙ୍କ ମିଷ୍ଟାନ୍ନ ତାଲିକା ମଧ୍ୟରେ ଛେନାପୋଡ଼ ବେଶ ଗୁରୁତ୍ବ ବହନ କରେ । କୋଟି ଓଡ଼ିଆଙ୍କ ମଉଡ଼ ମଣି ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବେଳେ ରଥାରୂଢ ସମୟରେ ଅଧାବାଟରେ ତାଙ୍କୁ ଛେନାପୋଡ଼ ଭୋଗ କରାଯାଏ । ଏହି ଛେନାପୋଡ଼ର ସ୍ବାଦ ଏବେ ରାଜ୍ୟରେ ନୁହେଁ, ବରଂ ବଲିଉଡରେ ପହଞ୍ଚିଛି । ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଛେନାପୋଡ଼ ପ୍ରେମରେ ପଡ଼ିଛନ୍ତି । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଆୟୁଷ୍ମାନ ଛେନାପୋଡ଼ ଖାଇବା ପରେ ଏ ନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ କରିଛନ୍ତି ।

ରାଜ୍ୟର ଏହି ଲୋକପ୍ରିୟ ମିଷ୍ଟାନ୍ନକୁ ସେ ଚାଖିବା ସହିତ ଏହାର ସ୍ବାଦକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଅବଗତ କରାଇଛନ୍ତି । ଛେନାପୋଡ଼ରେ ରହିଥିବା ପୋଡ଼ା ଅଂଶ ବିଶେଷ ଭାବେ ତାଙ୍କୁ ପସନ୍ଦ ଆସିଛି ବୋଲି ସେ ନିଜ ଟ୍ବିଟରେ ଲେଖିଛନ୍ତି । ଓଡ଼ିଆ ଖାଦ୍ୟକୁ ନିଜ ଟ୍ବିଟ ମାଧ୍ୟମରେ ଜାତୀୟ ସ୍ତରରେ ପହଞ୍ଚାଇଥିବା ବେଳେ ଅନେକ ଓଡ଼ିଆ ତାଙ୍କ ଟ୍ବିଟରେ କମେଣ୍ଟ କରିଛନ୍ତି । ଓଡ଼ିଶା ଟ୍ୟୁରିଜମ ପକ୍ଷରୁ ମଧ୍ୟ ତାଙ୍କ ଟ୍ବିଟରେ ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସେହିପରି ଅଣଓଡ଼ିଆ ମଧ୍ୟ ଓଡ଼ିଶାର ଏହି ଡେଜର୍ଟକୁ ଟେଷ୍ଟ କରିବା ଲାଗି ବେଶ ଇଚ୍ଛା ପ୍ରକାଶ କରିଥିବା କମେଣ୍ଟରେ କହିଛନ୍ତି ।

ଏହା ବି ପଢନ୍ତୁ-ଆସୁଛି ଅପରେସନ ଅପହରଣ

ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ଛେନାପୋଡ଼ର ପୋଡ଼ା ଅଂଶଟି ତାଙ୍କ ଭିତରେ ଥିବା ଡାର୍କ ସାଇଡ ବା ନକରାତ୍ମକ ମନୋଭାବର ବିଲୋପ ଘଟାଇଛି । ଏହି ଟ୍ବିଟ ସହିତ ସେ ଛେନାପୋଡ଼ର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଛେନାପୋଡ଼ ଏକ ବାକ୍ସ ଭିତରେ ରହିଥିବା ଫଟୋରେ ଦେଖିବାକୁ ମିଳିଛି । ଆୟୁଷ୍ମାନ ଏହି ଟ୍ବିଟ କରିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ଓଡ଼ିଶା ଭ୍ରମଣରେ ଆସିଥିବା ଲାଗି ଧନ୍ୟବାଦ ଜ୍ଞାପନ କରାଯାଇଛି । ଓଡ଼ିଶା ସର୍ବଦା ତାଙ୍କୁ ସ୍ବାଗତ ଜଣାଇବ ବୋଲି ଟ୍ବିଟରେ କୁହାଯାଇଛି ।

ଆୟୁଷ୍ମାନଙ୍କ ଟ୍ବିଟରେ ଅଧିକାଂଶ ଓଡ଼ିଆ ୟୁଜର୍ସ କମେଣ୍ଟ ଦେଇଛନ୍ତି । ଜଣେ ଓଡ଼ିଆ ୟୁଜର ଲେଖିଛନ୍ତି, " ଛେନାପୋଡ଼ର ସ୍ବାଦ ସ୍ବାଦ ପାଇଁ ଏକ ଚୁମ୍ବକ ପରି । ଯାହାକି ସର୍ବଦା ଆମକୁ ଏହା ସହିତ ବାନ୍ଧି ରଖିଥାଏ ।" ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଛେନାପୋଡ଼ର ପୋଡ଼ା ଅଂଶଟି ଅଧିକ ସ୍ବାଦଯୁକ୍ତ ହୋଇଥାଏ । ଏହା ଏକ ପ୍ରକାର ମିଠାକୁ ଅଧିକ ହୋଇଥାଏ । ଏଥିରେ ଓଡ଼ିଶାବାସୀଙ୍କ ପରିଚୟ ଓ ଭାବପ୍ରବଣତା ଲୁଚି ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.