ETV Bharat / entertainment

ସାହିଦ କପୁର ଅଭିନୀତ ଫିଲ୍ମ 'ବ୍ଲଡି ଡାଡି'ର ଟ୍ରେଲର ରିଲିଜ

author img

By

Published : May 24, 2023, 5:26 PM IST

ସାହିଦ କପୁରଙ୍କ ନୂଆ ଆକ୍ସନ୍-ଥ୍ରୀଲର ଫିଲ୍ମ 'ବ୍ଲଡି ଡାଡି'ର ଦମଦାର ଟ୍ରେଲର ଆଜି ରିଲିଜ ହୋଇଛି। ଜୁନ 9 ରେ OTT ରେ ରିଲିଜ୍ ହେବ ଫିଲ୍ମ। ଅଧିକ ପଢନ୍ତୁ,

ସାହିଦ କପୁର ଅଭିନୀତ ଫିଲ୍ମ 'ବ୍ଲଡି ଡାଡି'ର ଟ୍ରେଲର ରିଲିଜ
ସାହିଦ କପୁର ଅଭିନୀତ ଫିଲ୍ମ 'ବ୍ଲଡି ଡାଡି'ର ଟ୍ରେଲର ରିଲିଜ

ମୁମ୍ବାଇ: ଆଗାମୀ ଆକ୍ସନ୍-ଥ୍ରୀଲର ଫିଲ୍ମ 'ବ୍ଲଡି ଡାଡି'କୁ ନେଇ ଚର୍ଚ୍ଚାରେ ବଲିଉଡ ଲୋକପ୍ରିୟ ଅଭିନେତା ସାହିଦ କପୁର । ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଛି । ତେବେ ସୋସିଆଲ ମିଡିଆରେ ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ସେପଟେ ଅଭିନେତା ନିଜ ଇନ୍‌ଷ୍ଟାଗ୍ରାମରେ ଟ୍ରେଲର ପୋଷ୍ଟ କରିବା ସହ କ୍ୟାପସନରେ ଲେଖିଛନ୍ତି, "ବର୍ତ୍ତମାନ 'ବ୍ଲଡି ଡାଡି' ଟ୍ରେଲର ଆଉଟ୍‌ ହୋଇଛି । ଜୁନ 9ରେ ଜିଓ ସିନେମାରେ ଷ୍ଟ୍ରିମିଂ ହେବ ଫିଲ୍ମ 'ବ୍ଲଡି ଡାଡି'। ସାହିଦଙ୍କ ଏହି ପୋଷ୍ଟକୁ 1 ଘଣ୍ଟା ମଧ୍ୟରେ 1 ଲକ୍ଷରୁ ଅଧିକ ଲାଇକ ମିଳି ସାରିଲାଣି । ପ୍ରତିକ୍ରିୟାରେ ସାହିଦଙ୍କ ଅଭିନୟକୁ ପ୍ରଶଂସା କରିବା ସହ ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ ।

ଚଳଚ୍ଚିତ୍ରର 2 ମିନିଟରର ଏହି ଟ୍ରେଲରରେ ରକ୍ତପାତ ଏବଂ ଭୟଙ୍କର ଗୁଳି ଶବ୍ଦରେ ପରିପୂର୍ଣ୍ଣ । ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ସାହିଦ କପୁରଙ୍କୁ ଜଣେ ଭିଲେନ (ରୋନିତ ରୟ) ଭାବରେ କୋକେନରେ ପରିପୂର୍ଣ୍ଣ ବ୍ୟାଗ ଫେରାଇବାକୁ କହୁଛନ୍ତି । ଏହି ବ୍ୟାଗ୍‌କୁ ତାଙ୍କ ମାଲିକ (ସଞ୍ଜୟ କପୁର)କୁ ଦେବାକୁ ପଡିବ। ତେବେ ଏହି ସମୟରେ ସାହିଦ କ୍ଲବରେ ପୋଲିସ ଅଧିକାରୀ (ରାଜୀବ ଖଣ୍ଡେଲୱାଲ)ଙ୍କ ଦ୍ବାରା ଧରା ପଡିଯାଉଛନ୍ତି। ଏବେ ସାହିଦ କପୁର ଏହି ବ୍ୟାଗକୁ କିପରି ପହଞ୍ଚାଇବେ, ତାହା ଫିଲ୍ମରେ ଦେଖିବାକୁ ମିଳିବ । ଟ୍ରେଲରରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା ରାପର ବାଦଶାହଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ରରେ ଅଭିନେତା ସାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିସହିତ, ଡ୍ରଗ୍ସ ବ୍ୟବସାୟ କରୁଥିବା ଲୋକଙ୍କ ଭୂମିକାରେ ରୋନିତ୍ ରୟ ଏବଂ ସଞ୍ଜୟ କପୁରଙ୍କୁ ଭିଲେନ୍ କରାଯାଇଛି । ଏହି ଚଳଚ୍ଚିତ୍ରରେ ରାଜୀବ ଖଣ୍ଡେଲୱାଲ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ଡାଏନା ପେଣ୍ଟି ଫିଲ୍ମର ମୁଖ୍ୟ ଅଭିନେତ୍ରୀରେ ନଜର ଆସିଛନ୍ତି । ସଲମାନ ଖାନଙ୍କ ଫିଲ୍ମ 'ଭାରତ' ନିର୍ମାଣ କରିଥିବା ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଜୁନ୍ 9ରେ OTT ରେ ରିଲିଜ୍ କରିବ। ତେବେ ପୂର୍ବରୁ ରିଲିଜ ହୋଇଥିବା ଟିଜରରେ ସାହିଦଙ୍କ କିଲର ଲୁକ୍‌ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଜଣେ ଖଳନାୟକ ଭୂମିକାରେ ନଜର ଆସିଥିଲେ । ଯାହାକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରିଥିଲେ । ଏବେ ଫିଲ୍ମର ଟ୍ରେଲର ମଧ୍ୟ ଦମଦାର ହୋଇଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.