ETV Bharat / entertainment

ବିନା ହେଲମେଟରେ ବାଇକ ଯାତ୍ରା ପଡିଲା ମହଙ୍ଗା, ବିଗ୍ ବି’ଙ୍କ ବିରୋଧରେ ଆକ୍ସନ ନେଲା ମୁମ୍ବାଇ ପୋଲିସ - ବିନା ହେଲମେଟରେ ଅମିତାଭ ଏବଂ ଅନୁଷ୍କାଙ୍କ ବାଇକ ଯାତ୍ରା

ବାଇକରେ ଯାତ୍ରା କରିବା ପଡିଲା ମହଙ୍ଗା। ଟ୍ରାଫିକ ଜାମ ପରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମା ମୋଟରସାଇକେଲରେ ଯାତ୍ରା କରିଥିଲେ। ତେବେ ହେଲମେଟ ନ ପିନ୍ଧିଥିବାରୁ ନେଟିଜେନମାନେ ସେମାନଙ୍କୁ ପ୍ରଶ୍ନ କରିବା ସହ ମୁମ୍ବାଇ ପୋଲିସର ନଜରକୁ ଆଣିଥିଲେ। ବର୍ତ୍ତମାନ ମୁମ୍ବାଇ ପୋଲିସ ଏନେଇ ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ,

ବିନା ହେଲମେଟରେ ବାଇକ ଯାତ୍ରା ପଡିଲା ମହଙ୍ଗା, ତାରକାଙ୍କ ବିରୋଧରେ ପଦକ୍ଷେପ ନେଇଛି ମୁମ୍ବାଇ ପୋଲିସ

author img

By

Published : May 16, 2023, 3:25 PM IST

ହାଇଦ୍ରାବାଦ: ବଲିଉଡ ସେଲିବ୍ରିଟି ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କ ବାଇକ୍ ଯାତ୍ରା ପାଇଁ ଶିରୋନମାରେ ରହିଥିଲେ । କାର ଛାଡି ବାଇକରେ ଯାତ୍ରା ପାଇଁ ଉଭୟଙ୍କୁ ପ୍ରଶଂସା ମଧ୍ୟ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ବାଇକ ଯାତ୍ରା ଉଭୟଙ୍କ ପାଇଁ ମହଙ୍ଗା ପଡିଛି। ଉଭୟ ତାରକା ବିନା ହେଲମେଟରେ ପଛ ସିଟରେ ବସି ବାଇକରେ ଯାତ୍ରା କରିଥିଲେ। ଏହି ଭିଡିଓ ଭାଇରାଲ ପରେ ଏବେ ମୁମ୍ବାଇ ପୋଲିସ ପଦକ୍ଷେପ ନେଇଛି। ଟ୍ରାଫିକ ଶାଖା ସହିତ ଏହି ସୂଚନା ସେୟାର କରିଥିବା କହିଛି ମୁମ୍ବାଇ ପୋଲିସ।

ବିନା ହେଲମେଟରେ ବାଇକ ଯାତ୍ରା ପଡିଲା ମହଙ୍ଗା
ବିନା ହେଲମେଟରେ ବାଇକ ଯାତ୍ରା ପଡିଲା ମହଙ୍ଗା

ରବିବାର ଦିନ ବିଗ ବି ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବାଇକରେ ଯାତ୍ରା କରୁଥିବାର ନଜର ଆସିଥିଲେ। ଏହି ଫଟୋ ସେୟାର କରି ମେଗାଷ୍ଟାର ଲିଫ୍ଟ ଦେଇଥିବା ଯୁବକଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଲେଖିଥିଲେ, 'ବାଇକ ପାଇଁ ବନ୍ଧୁ ଧନ୍ୟବାଦ.. ତୁମକୁ ଜାଣେ ନାହିଁ... କିନ୍ତୁ ତୁମେ ମୋତେ ଠିକ୍ ସମୟରେ କାର୍ଯ୍ୟ ସ୍ଥଳରେ ପହଞ୍ଚାଇଲ...ଟ୍ରାଫିକ୍ ଜାମକୁ ଏଡାଇବା ପାଇଁ । ଧନ୍ୟବାଦ ହଳଦିଆ ଟି-ସାର୍ଟ ମାଲିକ । ଅନ୍ୟପକ୍ଷରେ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ଅଙ୍ଗରକ୍ଷୀଙ୍କ ସହ ବାଇକରେ ଯାତ୍ରା କରୁଥିବାର ନଜର ଆସିଥିଲେ।

ବାଇକ ଯାତ୍ରା ସମୟରେ ଅଭିନେତ୍ରୀଙ୍କ ସହ ତାଙ୍କ ଅଙ୍ଗରକ୍ଷୀ ମଧ୍ୟ ହେଲମେଟ ପିନ୍ଧି ନଥିଲେ। ସେହିପରି ଅମିତାଭ ଏବଂ ବାଇକ ଯୁବକ ମଧ୍ୟ ହେଲମେଟ ପିନ୍ଧି ନଥିଲେ। ଟ୍ରାଫିସ ଜାମ ଥିବାରୁ ଉଭୟ ବାଇକରେ ଯାତ୍ରା କରିଥିଲେ। ତେବେ ଉଭୟଙ୍କ ଏହି ଭିଡିଓ ଏବଂ ଫଟୋକୁ ଅନେକ ପାପାରାଜି ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ସୋସିଆଲ ମିଡିଆରେ ଏହି ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଟ୍ୱିଟର ବ୍ୟବହାରକାରୀମାନେ ମୁମ୍ବାଇ ପୋଲିସକୁ ତାରକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏନେଇ ମୁମ୍ବାଇ ପୋଲିସ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛି। ମୁମ୍ବାଇ ପୋଲିସ ଟ୍ୱିଟ୍ କରି କହିଛି, ଆମେ ଏହାକୁ ଟ୍ରାଫିକ୍ ଶାଖା ସହ ସେୟାର କରିଛୁ ।

ଅମିତାଭଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅମିତାଭ ନାଗ ଅଶ୍ୱିନଙ୍କ ପ୍ରୋଜେକ୍ଟ କେରେ ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ସହ ନଜର ଆସିବେ। ବିଗ୍ ବିଙ୍କୁ ରିଭୂ ଦାସଗୁପ୍ତଙ୍କ ପରବର୍ତ୍ତୀ କୋର୍ଟ ରୁମ୍ ଡ୍ରାମା ଫିଲ୍ମ ସେକ୍ସନ୍ 84 ରେ ମଧ୍ୟ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଅନୁଷ୍କା ଶର୍ମାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କା ପରବର୍ତ୍ତୀ ସମୟରେ ପ୍ରୋସିତ୍ ରୟଙ୍କ ସ୍ପୋର୍ଟସ୍ ବାୟୋପିକ୍ ଚକଡା ଏକ୍ସପ୍ରେସରେ ନଜର ଆସିବେ, ଯେଉଁଥିରେ ସେ କ୍ରିକେଟର ଜୁଲାନ୍ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.