ETV Bharat / entertainment

ବ୍ୟକ୍ତିଗତ ଜୀବନୀକୁ ନେଇ ଅଙ୍କିତା ଲୋଖଣ୍ଡେଙ୍କ ଖୁଲାସା, 'ସମ୍ପର୍କରେ ମୋତେ ବି ମିଳିଛି ଧୋକା'

author img

By ETV Bharat Odisha Team

Published : Jan 11, 2024, 2:08 PM IST

Ankita Lokhande Reveals On Relationship: ବିଗ୍ ବସ୍ ୧୭ରେ ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ବିକି ଜୈନଙ୍କ ସହ ଝଗଡ଼ା ଲାଗିଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ଅଙ୍କିତା ନିଜ ସମ୍ପର୍କ ବିଷୟରେ ପ୍ରତିକ୍ରିୟା ଦେବା ସହ ସେ ମଧ୍ୟ ଧୋକାର ଶିକାର ହୋଇଥିବା କହିଛନ୍ତି ।

ବ୍ୟକ୍ତିଗତ ଜୀବନୀକୁ ନେଇ ଅଙ୍କିତା ଲୋଖଣ୍ଡେଙ୍କ ଖୁଲାସା, କହିଲେ- 'ସମ୍ପର୍କରେ ମୋତେ ବି ଧୋକା ମିଳିଛି'

ହାଇଦ୍ରାବାଦ: ଆଜିକାଲି ଶିରୋନାମାରେ ରହିଛି ସଲମାନ ଖାନଙ୍କ ଶୋ' ବିଗ୍ ବସ୍ ୧୭ । ବର୍ତ୍ତମାନ ଶୋ' ଶେଷ ହେବାର ସମୟ ଆସିଲାଣି । କୁହାଯାଉଛି ଯେ, ଜାନୁଆରୀ ଶେଷରେ ଶୋ' ବିଜେତା ଘୋଷଣା କରିବ । ଏ ସବୁ ଭିତରେ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ କଡା ମୁକାବିଲା ଦେଖିବାକୁ ମିଳୁଛି । ବର୍ତ୍ତମାନ ଶୋ'ର ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ବିକିଙ୍କ ସହ ଇଣ୍ଟିମେଣ୍ଟ ହେବାକୁ ନେଇ ତ କେତେବେଳେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇବା ନେଇ ଆଉ କେତେବେଳେ ବିକିଙ୍କ ସହ ଝଗଡ଼ାକୁ ନେଇ ଲାଇମ ଲାଇଟରେ ରହିଥାନ୍ତି । ଏବେ ଅଙ୍କିତା ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଆଶ୍ଚର୍ଯ୍ଯଜନକ ଖୁଲାସା କରିଛନ୍ତି ।

ଶୋ'ର ଲାଟେଷ୍ଟ ଏପିସୋଡରେ ଆୟଶା ଖାନ ମୁନାୱର ଫାରୁକି ତାଙ୍କୁ ଧୋକା ଦେଇଥିବା କହି କାନ୍ଦିବାରେ ଲାଗନ୍ତି । ଆୟଶା କହିଛନ୍ତି ଯେ, 'ଷ୍ଟାଣ୍ଡ ଅପ କମେଡିଆନ ମୋ ସହ ସେତେବେଳେ ସମ୍ପର୍କ ରଖିଥିଲେ ଯେତେବେଳେ ସେ ନାଜିଲାଙ୍କୁ ଡେଟ କରୁଥିଲେ । ଏହା ସହ ସେ କାନ୍ଦିବାରେ ଲାଗନ୍ତି ଏବଂ କୁହନ୍ତି ମୋର ଏଥିରେ ଭୁଲ କ'ଣ? ମୁଁ କେବେ ମଧ୍ୟ ତାଙ୍କ ସହ କିମ୍ବା ଅନ୍ୟ କାହା ସହ ମଧ୍ୟ ଭୁଲ କରିନାହିଁ । ଯଦି ସେ ନାଜିଲାଙ୍କ ସହ ସମ୍ପର୍କରେ ଥିଲେ ତେବେ ସେ ମୋ ସହ ସମ୍ପର୍କ ରଖିବାର ନଥିଲା । ମୁଁ କିଛି ବୁଝିପାରୁନି । ମୋ ହୃଦୟ ସବୁବେଳେ ଭାଙ୍ଗୁଛି ।'

ଏହି ସମୟରେ ସେ ଆୟଶା ବୁଝାଇ ସାନ୍ତ୍ବନା ଦେଇ ଅଙ୍କିତା କୁହନ୍ତି ଯେ, 'ମୁଁ ମଧ୍ୟ ଜୀବନରେ ଏପରି ସ୍ଥିତି ଦେଇ ଗତି କରିଛି । ମୁଁ ଏସବୁ ବୁଝିପାରୁଛି । ତୁମେ ଯେଉଁ ପରିସ୍ଥିତି ଦେଇ ଗତି କରୁଛ ମୁଁ ବୁଝିପାରୁଛି । ମୁଁ ମଧ୍ୟ ଏହି ସବୁ ପରିସ୍ଥିତିର ସାମ୍ନା କରିଛି ।' ସୂଚନା ଥାଉ କି, ନିକଟରେ ଫ୍ୟାମିଲି ୱିକରେ ବିକିଙ୍କ ମା' ଶୋ'ରେ ଆସି ଅଙ୍କିତା ଏବଂ ବିକିଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ସେ ଶୋ'ରୁ ବାହାରି ମିଡିଆ ସାମ୍ନାରେ ଅଙ୍କିତାଙ୍କ ବିଷୟରେ ଅନେକ ବିବାଦୀୟ ବୟାନ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଙ୍କିତାଙ୍କ ସହ ବିବାହକୁ ବିରୋଧ କରୁଥିଲେ ବିକିଙ୍କ ପରିବାର, ଖୁଲାସା କଲେ ଶାଶୁ

କହିରଖୁଛୁ ଯେ, ଅଙ୍କିତା ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ । ୭ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ କରିବା ପରେ ୨୦୧୬ରେ ବ୍ରେକଅପ କରିଥିଲେ । ଏହାପରେ ସେ ୨୦୨୧ରେ ଛତିଶଗଡର ବ୍ୟବସାୟୀ ବିକି ଜୈନଙ୍କୁ ବିବାହ କରିଥିଲେ । ତେବେ ବର୍ତ୍ତମାନ ବିକି ଜୈନ ଏବଂ ଅଙ୍କିତା ପ୍ରତିଯୋଗୀ ଭାବେ ବିଗ ବସ୍ ୧୭ରେ ଏକାଠି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ଶୋ' ଆରମ୍ଭ ଦିନ ଠାରୁ ଉଭୟଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.