ETV Bharat / entertainment

Baarish Aayi Haiର ଟିଜର ଆଉଟ୍‌, ଦିଲ୍‌ ଜିତିଲା ତେଜସ୍ୱୀ-କରଣଙ୍କ କେମେଷ୍ଟ୍ରି

ତେଜସ୍ୱୀ ପ୍ରକାଶ ଏବଂ କରଣଙ୍କ ଆଗାମୀ ମ୍ୟୁଜିକ୍ ଭିଡିଓ ବାରିଶ ଆଇ ହୈର ଟିଜର ରିଲିଜ ହୋଇଛି । ଯେଉଁଥିରେ ଉଭୟଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Jul 13, 2022, 9:46 AM IST

Baarish Aayi Hai ର ଟିଜର ଆଉଟ୍‌, ପୁଣି ଫ୍ୟାନ୍ସଙ୍କ ଦିଲ୍‌ ଜିତିଲା ତେଜସ୍ୱୀ-କରଣଙ୍କ କେମେଷ୍ଚ୍ରି

ମୁମ୍ବାଇ: କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବେଶ ପପୁଲାର ଲଭ ବାର୍ଡ । ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ପ୍ରଶଂସକମାନେ ପସନ୍ଦ କରନ୍ତି । ବିଗ୍ ବସ୍‌ରେ ସେମାନଙ୍କର ଯାତ୍ରା ପରେ ପ୍ରଥମ ମ୍ୟୁଜିକ୍ ଭିଡିଓ "ରୁଲା ଦେତି ହୈ" ରେ ଏହି ଲଭ ବାର୍ଡ ସେମାନଙ୍କ ପ୍ରଶଂସକଙ୍କୁ ଖୁସି କରିଥିଲେ । ବର୍ତ୍ତମାନ ତେଜସ୍ୱୀ-କରଣ ଆଉ ଏକ ରୋମାଣ୍ଟିକ ଗୀତ "ବାରିଶ ଆଇ ହୈ" (Baarish Aayi Hai) ସହିତ ପୁଣି ଫେରିଛନ୍ତି ।

  • " class="align-text-top noRightClick twitterSection" data="">

ନିକଟରେ ତେଜସ୍ୱୀ ପ୍ରକାଶ ଏବଂ କରଣଙ୍କ ଆଗାମୀ ମ୍ୟୁଜିକ୍ ଭିଡିଓ 'ବାରିଶ ଆଇ ହୈ' ର ଟିଜର ରିଲିଜ ହୋଇଛି । ଯେଉଁଥିରେ ଉଭୟଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଭିଡିଓ ସେୟାର କରି କରଣ କ୍ୟାପସନରେ ଲେଖିଛନ୍ତି- 'ବର୍ତ୍ତମାନ ଏହି କାହାଣୀ କିପରି ଯିବ ? ଜୁଲାଇ 14 ସକାଳ 11 ଟାରେ ଦେଖନ୍ତୁ ।' ଭିଡିଓ ଦେଖି ତେଜସ୍ୱୀ ଏବଂ କରଣଙ୍କ ପ୍ରଶଂସକମାନେ ଆଗାମୀ ମ୍ୟୁଜିକ୍ ଭିଡିଓକୁ ନେଇ ଉତ୍ସୁକତା ଦେଖାଇଛନ୍ତି ।

କରଣ ଏବଂ ତେଜା ଇନଷ୍ଟାଗ୍ରାମରେ ସେମାନଙ୍କର ନୂଆ ମ୍ୟୁଜିକ୍ ଭିଡିଓର ଟିଜର ସେୟାର କରି ପ୍ରଶଂସକଙ୍କ ଆଗ୍ରହ ବଢାଇଛନ୍ତି । ରୋମାଣ୍ଟିକ୍ ଟିଜରରେ ତେଜସ୍ୱୀ ଏବଂ କରଣ ପରସ୍ପର ଆଡ଼କୁ ଦୌଡ଼ୁଥିବାର ଦେଖାଯାଏ, ଦୁହେଁ ଏକ ବ୍ରିଜ୍‌ରେ ପରସ୍ପରକୁ ସ୍ନେହରେ ଆଲିଙ୍ଗନ କରନ୍ତି । ଟିଜରରେ, ଏହି ଦମ୍ପତି ବର୍ଷା ଉପଭୋଗ କରୁଥିବା ଦେଖିବାକୁ ମିଳିଥାଏ । ଷ୍ଟେବିନ୍ ବେନ୍ ଏବଂ ଶ୍ରେୟା ଘୋଷାଲ ଏହି ଗୀତରେ ସ୍ୱର ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.