ETV Bharat / entertainment

Dream Girl 2: ଆୟୁଷ୍ମାନ ଖୁରାନାଙ୍କ ପ୍ରଥମ ଲୁକ ଆଉଟ, ପୂଜା ରୂପରେ ଦର୍ଶକଙ୍କୁ କରିବେ ଏଣ୍ଟରଟେନ୍‌ମେଣ୍ଟ

author img

By

Published : Jul 25, 2023, 12:53 PM IST

ଆୟୁଷ୍ମାନ ଖୁରାନାଙ୍କ କମେଡି ଡ୍ରାମା ଫିଲ୍ମ 'ଡ୍ରିମ ଗାର୍ଲ-2' ସହ ପୁଣି ବକ୍ସ ଅଫିସରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି । ଫିଲ୍ମଟି ଅଗଷ୍ଟ 25ରେ ରିଲିଜ ହେବ । ତେବେ ଫିଲ୍ମ ରିଲିଜର ଏକ ମାସ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ପ୍ରଥମ ଲୁକ୍‌ ରିଲିଜ ହୋଇଛି । ଅଧିକ ପଢନ୍ତୁ

ଆୟୁଷ୍ମାନ ଖୁରାନାଙ୍କ ପ୍ରଥମ ଲୁକ ଆଉଟ, ପୂଜା ରୂପରେ ଦର୍ଶକଙ୍କୁ କରିବେ ଏଣ୍ଟରଟେନମେଣ୍ଟ

ହାଇଦ୍ରାବାଦ: 'ଡ୍ରିମ୍‌ ଗାର୍ଲ 2' ସହ ପୁଣି ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ଏହି ଫିଲ୍ମରେ ଅଗଷ୍ଟ 25ରେ ସିନେମାହଲରେ ରିଲିଜ ହେବ । ତେବେ ଫ୍ୟାନ୍ସ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମରୁ ଆୟୁଷ୍ମାନଙ୍କ ପ୍ରଥମ ଲୁକ୍‌ ରିଲିଜ ହୋଇଛି । ସୋସିଆଲ ମିଡିଆରେ ଆୟୁଷ୍ମାନ ଏହି ଲୁକ ପୋଷ୍ଟ ସେୟାର କରିଛନ୍ତି ।

ଡ୍ରିମ୍ ଗାର୍ଲ ୨ ଫିଲ୍ମରେ ଆୟୁଷ୍ମାନ ପୁଣି ପୂଜା ଅବତାରରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ। ତେବେ ଫିଲ୍ମ ରିଲିଜର ଏକା ମାସ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ପ୍ରଥମ ଲୁକ୍‌ ରିଲିଜ ହୋଇଛି । ରିଲିଜ ହୋଇଥିବା ପୋଷ୍ଟରେ ଆୟୁଷ୍ମାନଙ୍କୁ ଦର୍ପଣ ସାମ୍ନାରେ ଦେଖିବାକୁ ମିଳିଛି । ଗୋଟିଏ ପଟେ ଆୟୁଷ୍ମାନ ପୂଜାର ଲୁକରେ ନଜର ଆସିଥିବା ବେଳେ ଅନ୍ୟ ପଟେ ଦର୍ପଣରେ ତାଙ୍କର ଅରଜିନାଲ ଲୁକ ଦେଖିବାକୁ ମିଳିଛି । ଆୟୁଷ୍ମାନ ଉଭୟ ଲୁକ୍‌ରେ ଲିପଷ୍ଟିକ୍ ଲଗାଉଥିବାର ନଜର ଆସିଛନ୍ତି । ଏହା ସେୟାର କରି ଆୟୁଷ୍ମାନ ଲେଖିଛନ୍ତି, 'ଏହା ତ ପ୍ରଥମ ଝଲକ । ଦର୍ପଣରେ ଦେଖାଯାଇଥିବା ବସ୍ତୁଗୁଡ଼ିକ ଅପେକ୍ଷା ବାସ୍ତବରେ ଆହୁରି ଅଧିକ ସୁନ୍ଦର ।'

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲ୍ୟ । ଚଳଚ୍ଚିତ୍ରର ପ୍ରଥମ ଭାଗ 2019ରେ ରିଲିଜ ହୋଇଥିଲା ​। ଡ୍ରିମ୍ ଗାର୍ଲରେ ଆୟୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚ୍ଚା ଲୋକଙ୍କୁ ବେଶ ମନୋରଞ୍ଜନ କରିଥିଲେ । ତେବେ ଏଥର ଡ୍ରିମ୍ ଗାର୍ଲ-2ରେ ଷ୍ଟାର୍ କିଡ୍ ଅନନ୍ୟା ପାଣ୍ଡେ ଆୟୁଷ୍ମାନ୍ ଖୁରାନାଙ୍କ ସହ ଲିଡ୍ ରୋଲରେ ନଜର ଆସିବେ। ପ୍ରଥମ ଥର ପାଇଁ ଦର୍ଶକମାନେ ବଡ଼ ପରଦାରେ ଉଭୟଙ୍କ ଯୋଡ଼ି ଦେଖିବାକୁ ପାଇବେ ।

ଏହା ମଧ୍ୟ ପଢନ୍ତୁ: ରଣବୀର ନୁହେଁ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ କରିବେ ଆୟୁଷ୍ମାନ ଖୁରାନା !

ତେବେ ପୂର୍ବରୁ ଫିଲ୍ମରେ ନୁସରତଙ୍କ ସମେତ ଅନ୍ନୁ କପୁର, ବିଜୟ ରାଜ ଏବଂ ଅଭିଷେକ ବାନାର୍ଜୀ ନିଜ ହାସ୍ୟ ଅଭିନୟରେ ଲୋକଙ୍କୁ ହସାଇଥିଲେ । ଏଥର ପୁଣି ଅନ୍ନୁ କପୁର, ବିଜୟ ରାଜ, ପରେଶ ରାୱଲ ଏବଂ ରାଜପାଲ ଯାଦବ ମଧ୍ୟ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି । ଏହି ଫିଲ୍ମ ଅଗଷ୍ଟ 25 ରେ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ତାଙ୍କ ମାତା ଶୋଭା କପୁର । ଗାଦର-୨ ଏବଂ ଓ ଓମିଜି-2ର ଦୁଇ ସପ୍ତାହ ପରେ ଆୟୁଷ୍ମାନ ଖୁରାନା ପୁଣି ଥରେ ଦର୍ଶକଙ୍କୁ 'ପୂଜା' ଭାବରେ ମନୋରଞ୍ଜନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.