ETV Bharat / entertainment

Dream Girl 2 Collection Day 10: 100 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ

100 କୋଟି କ୍ଲବରେ ସାମିଲ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଅଭିନିତ ଫିଲ୍ମ ଡ୍ରିମ୍ ଗାର୍ଲ ୨ । ପ୍ରଶଂସକଙ୍କ ମନ କିଣୁଛି ଫିଲ୍ମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 3, 2023, 10:31 PM IST

100 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ
100 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ

ମୁମ୍ବାଇ: 100 କୋଟି କ୍ଲବରେ ସାମିଲ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଅଭିନିତ ଫିଲ୍ମ ଡ୍ରିମ୍ ଗାର୍ଲ ୨ । ଫିଲ୍ମର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଫିଲ୍ମ ଅଗଷ୍ଟ 25 ଶୁକ୍ରବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଦୁଇ ଦୁଇଟି ବିଗ୍ ବଜେଟ ଗଦର-2 ଓ OMGକୁ କଡା ଟକ୍କର ଦେଉଛି ଫିଲ୍ମ ଡ୍ରିମ୍ ଗାର୍ଲ-୨ । ତେବେ ରିଲିଜର 10ମ ଦିନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ଫିଲ୍ମ । ଆୟୁଷ୍ମାନ ଏହି ଫିଲ୍ମରେ ପୁଣି ପୂଜା ରୂପରେ ନଜର ଆସିଥିବା ବେଳେ ତାଙ୍କ ଅଭିନୟକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ତେବେ ଅୟୁଷ୍ମାନ ସବୁବେଳେ ଏକ୍ସପେରିମେଣ୍ଟାଲ ଫିଲ୍ମ କରୁଥିବା ବେଳେ ତାଙ୍କର କାହାଣୀ ବେଶ ସୁନ୍ଦର ଓ ମଜାଦାର ହୋଇଥାଏ । ଯାହାକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥାନ୍ତି ।

ଡ୍ରିମ୍ ଗାର୍ଲ ୨ ବକ୍ସ ଆଫିସ କଲେକ୍ସନ ବିଷୟରେ କହିଲେ, ପ୍ରଥମ ଦିନରେ 10.69 କୋଟି, ଦ୍ୱିତୀୟ ଦିନରେ 14.02 କୋଟି, ତୃତୀୟ ଦିନରେ 16 କୋଟି ଏବଂ ଚତୁର୍ଥ ଦିନରେ 5.42 କୋଟି ସଂଗ୍ରହ କରିଥିଲା । ଏହାସହ ପଞ୍ଚମ ଦିନରେ 5.50 କୋଟି, ଶୁକ୍ରବାର 4.70 କୋଟି ଶନିବାର ଦିନ 6.36 କୋଟି ଟଙ୍କାର ଆୟ କରିଛି । ତେବେ ରବିବାର ଏହାର 100 କୋଟି କ୍ଲବରେ ସାମିଲ ହୋଇଛି । ତେବେ ଫିଲ୍ମ କେବଳ ଭାରତରେ 78 କେଟି ଟଙ୍କା ଇନକମ୍ କରିଛି ।

ଅଧିକ ପଢନ୍ତୁ... Dream Girl 2: 70କୋଟି ନିକଟତର ଡ୍ରିମଗାର୍ଲ 2, 7ଦିନରେ ଏତିକି କଲେକ୍ସନ୍‌

ଡ୍ରିମ୍ ଗାର୍ଲ 2 ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ହେଉଛି ଡ୍ରିମ୍ ଗାର୍ଲର ସିକ୍ୱେଲ୍ ଯାହା 2019ରେ ରିଲିଜ ହୋଇଥିଲା। ଡ୍ରିମ୍‌ଗାର୍ଲ-2' 2019ରେ ରିଲିଜ ହୋଇଥିବା 'ଡ୍ରିମ୍‌ଗାର୍ଲ'ର ସିକ୍ବେଲ୍‌ ଅଟେ । ଚଳଚ୍ଚିତ୍ରର ପ୍ରଥମ ପାର୍ଟ ବକ୍ସ ଅଫିସରେ 200 କୋଟିରୁ ଅଧିକ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନୁସରତ ଭରୁଚ୍ଚାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ସହ ଅନନ୍ୟା ଏବଂ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଆୟୁଷ୍ମାନ, ଅନନ୍ୟାଙ୍କ ବ୍ୟତୀତ ପରେଶ ରାୱଲ, ବିଜୟ ରାଜ, ଅନ୍ନୁ କପୁର, ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ, ମଞ୍ଜୋତ୍ ସିଂଙ୍କ ସହ ଅନେକ କଳାକାର ଡ୍ରିମ୍ ଗାର୍ଲ 2 ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲିଆ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.