ETV Bharat / entertainment

ଓସ୍କାର ଭୋଟ୍ କମିଟିର ସଦସ୍ୟ ହେଲେ ତାମିଲ ସୁପରଷ୍ଟାର ସୂରିୟା - ଓସ୍କାର ଭୋଟ୍ କମିଟିର ସଦସ୍ୟ

ତାମିଲ ସୁପରଷ୍ଟାର ସୂରିୟାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଓସ୍କାର ଭୋଟ୍ କମିଟିର ସଦସ୍ୟ ହେଲେ ସୂରିୟା । ଅଧିକ ପଢନ୍ତୁ

ଓସ୍କାର ଭୋଟ୍ କମିଟିର ସଦସ୍ୟ ହେଲେ ତାମିଲ ସୁପରଷ୍ଟାର ସୂରିୟା

author img

By

Published : Mar 9, 2023, 5:09 PM IST

ହାଇଦ୍ରାବାଦ: ଆସନ୍ତା ମାର୍ଚ୍ଚ 12ରେ ଚଳଚ୍ଚିତ୍ର ଜଗତର ସବୁଠାରୁ ପ୍ରତିଷ୍ଠିତ ତଥା ଅନ୍ତର୍ଜାତୀୟ ଆୱାର୍ଡ ସମାରୋହ (ଓସ୍କାର ଆୱାର୍ଡ) ଅନୁଷ୍ଠିତ ହେବାକୁ ଯାଉଛି । ଚଳିତବର୍ଷ ଭାରତକୁ ଦୁଇଟି ବର୍ଗରେ ଭାରତ ନୋମିନେଶନ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଭାରତୀୟ ସିନେମା ସହ ଜଡିତ ଓସ୍କାର ବିଷୟ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଓସ୍କାର ଭୋଟ୍ କମିଟିର ସଦସ୍ୟ ହୋଇଛନ୍ତି ତାମିଲ ସୁପରଷ୍ଟାର ସୂରିୟା । ଏହି ଖବର ତାମିଲ ସୁପରଷ୍ଟାର ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅଭିନେତା ସୂରିୟା ନିଜ ଚ୍ବିଟରରେ ଏହି ଖବର ସେୟାର କରି କହିଛନ୍ତି ଯେ, ଓସ୍କାର ପୁରସ୍କାର 2023 ପାଇଁ ଭୋଟ୍ ହୋଇଯାଇଛି । ଏହି ଖବର ଜାଣି ତାଙ୍କ ପ୍ରଶଂସକ ବହୁତ ଖୁସିଥିବା ନଜର ଆସିଛନ୍ତି । ସୂରିଆ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତା ଯିଏ ଓସ୍କାରର ଭୋଟ୍ କମିଟିରେ ସାମିଲ ହୋଇଛନ୍ତି । ଏହି ସଫଳତା ପାଇଁ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ଅଭିନେତା ସୂରିୟା ସାଉଥ ଜଗତରେ ଅନେକ ହିଟ ଫିଲ୍ମରେ ଅଭିନୟ କରି ସଫଳତା ସହ ଲୋକପ୍ରିୟତା ହାସଲ କରିଛନ୍ତି । ନିଖୁଣ ଅଭିନୟ ପାଇଁ 2022 ସେପ୍ଟେମ୍ବର 30ରେ 68ତମ ଜାତୀୟ ଫିଲ୍ମ ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଥିଲେ।

ସେହିପରି ଏହାପୂର୍ବରୁ ଦୁଇଥର ଓସ୍କାର ପୁରସ୍କାର ଜିତିଥିବା ସଙ୍ଗୀତ ଜଗତର ରାଜା ଏ ଆର୍ ରହମାନ ମଧ୍ୟ ଟ୍ବିଟ୍ କରି କହିଛନ୍ତି ଯେ ସେ ନିଜର ଭୋଟ୍ ଦେଇଛନ୍ତି । ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ କାଜଲ 2022 ମସିହାରେ ଭୋଟ୍ ଦେବା ପାଇଁ କମିଟି ଦ୍ବାରା ମନୋନୀତ ହୋଇଥିଲେ ଏବଂ ଏହା ସହିତ ଭାରତୀୟ ନିର୍ଦ୍ଦେଶକ ତଥା ସ୍କ୍ରିନ୍ ଲେଖକ ରେମା କାଗତି ମଧ୍ୟ ଏହି ସମ୍ମାନ ପାଇଥିଲେ ।

ସୂଚନା ଥାଉ କି, ଭାରତ ଏଥର ଓସ୍କାର ଆୱାର୍ଡ ପାଇବ ବୋଲି ଆଶା କରାଯାଉଛି । କାରଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ 'ଆରଆରଆର' ସୁପରହିଟ ଗୀତ`ନାଟୁ-ନାଟୁ' ଶ୍ରେଷ୍ଠ ଗୀତ ଭାବେ ଓସ୍କାରରେ ନୋମିନେସନ ହୋଇଛି । ଭାରତୀୟ ଚଳଚ୍ଚିତ୍ରର ପ୍ରଥମ ଗୀତ ଭାବେ ଏହା ନୋମିନେଟ ହୋଇଥିବାରୁ ଦେଶ ପାଇଁ ଗୌରବ ଆଣିଛି ।

ଏଥିସହ ଓସ୍କାର ମଞ୍ଚରେ ରାହୁଲ ସିପଲିଗୁଞ୍ଜ ଏବଂ କାଲା ଭୈରବଙ୍କ`ନାଟୁ-ନାଟୁ' ଗୀତର ଲାଇଭ ପରିବେଷଣ ହେବ । ଏହି ଗୀତକୁ ଏମ.ଏମ କିରାବାନୀଙ୍କ ରଚନା କରିଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଛନ୍ତି । Jr NTR ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ RRRର ନାଟୁ ନାଟୁ ଗୀତରେ ଉଭୟଙ୍କ ଦମଦାର ଡ୍ୟାନ୍ସ ଲୋକପ୍ରିୟତା ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.