ETV Bharat / entertainment

AskSRK: ଡଙ୍କି କିପରି ସାଇନ କଲେ ଶାହାରୁଖ ? ଫ୍ୟାନ୍ସଙ୍କୁ ମଜାଳିଆ ଢଙ୍ଗରେ ଉତ୍ତର ଦେଲେ କିଙ୍ଗ ଖାନ

author img

By ETV Bharat Odisha Team

Published : Nov 23, 2023, 10:29 AM IST

ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିରୁ ପ୍ରଥମ ଗୀତ ଲୁଟ୍ ପୁଟ୍ ଗୟା ବୁଧବାର ମୁକ୍ତିଲାଭ କରିଛି । ଦର୍ଶକ ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି । ଗୀତ ରିଲିଜ୍ ହେବା ପରେ ଅଭିନେତା ପ୍ରଶଂସକଙ୍କ ସହ ଏକ AskSRK ଅଧିବେଶନ କରିଥିଲେ । ଏହି ସମୟରେ ଫ୍ୟାନ୍ସଙ୍କ ପ୍ରଶ୍ନ ଡଙ୍କି କିପରି ସାଇନ କଲେ ସେନେଇ ଉତ୍ତର ଦେଇଛନ୍ତି ଅଭିନେତା । ଅଧିକ ପଢ଼ନ୍ତୁ

AskSRK: ଡଙ୍କି କିପରି ସାଇନ କଲେ ଶାହାରୁଖ? ଫ୍ୟାନ୍ସଙ୍କୁ ମଜାଳିଆ ଢଙ୍ଗରେ ଉତ୍ତର ଦେଲେ କିଙ୍ଗ ଖାନ

ହାଇଦ୍ରାବାଦ: ୨୦୨୩ ବର୍ଷର ତୃତୀୟ ତଥା ଶେଷ ଚଳଚ୍ଚିତ୍ର ଡଙ୍କି ସହ ଶାହରୁଖ ଖାନ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ପଠାନ ଏବଂ ଜବାନ ପରେ ବର୍ତ୍ତମାନ ଫ୍ୟାନ୍ସମାନେ ବି କିଙ୍ଗ୍‌ ଖାନଙ୍କ ତୃତୀୟ ଚଳଚ୍ଚିତ୍ର ଡଙ୍କି ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବୁଧବାରଦିନ ଫିଲ୍ମର ପ୍ରଥମ ଗୀତ 'ଲୁଟ୍ ପୁଟ୍ ଗୟା' ରିଲିଜ ହୋଇଛି । ଏହି ଗୀତଟି ଦର୍ଶକ ପସନ୍ଦ କରୁଛନ୍ତି । ଏହି ଗୀତ ରିଲିଜ ପରେ ଅଭିନେତା ଫ୍ୟାନ୍ସଙ୍କ ସହ ଏକ AskSRK ଅଧିବେଶନ କରିଥିଲେ । ଏହି ସମୟରେ ଫ୍ୟାନ୍ସଙ୍କ ପ୍ରଶ୍ନ ଡଙ୍କି କିପରି ସାଇନ କଲେ ସେନେଇ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛନ୍ତି ଅଭିନେତା ।

'ଡଙ୍କି'ର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ହିରାନୀ । ତେବେ ଏହି ଫିଲ୍ମ ସହ ଶାହାରୁଖ ଏବଂ ରାଜକୁମାର ହିରାନୀ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ଏଭଳି ପରିସ୍ଥିତିରେ, AskSRK ସେସନରେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ପଚାରିଥିଲେ ଯେ, ଏଥର ରାଜକୁମାର ହିରାନୀ ସାର୍ ଆପଣଙ୍କୁ ଫିଲ୍ମ ଅଫର କରିଥିଲେ କି ଆପଣ ହିରାନୀ ସାରଙ୍କ ନିକଟକୁ ଯାଇଥିଲେ ? ଫ୍ୟାନଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ କହିଛନ୍ତି, ମୁଁ ରାଜକୁମାର ହିରାନୀଙ୍କ ଘର ଆଗରେ ଏକ ତମ୍ବୁ ପକାଇ ଦେଇଥିଲି । ସେଠାରେ କାହାଣୀ ଶୁଣି ସେଠାରେ ମଧ୍ୟ ସାଇନ୍‌ କଲି । ଏବଂ ଏଡିଟିଂ ମଧ୍ୟ ସେଠାରେ ଚାଲିଲା ।

ସେହିପରି ଆଉ ଜଣେ ଫ୍ୟାନ ଶାହାରୁଖଙ୍କୁ ପଚାରିଥିଲେ କି, ସାର୍ ଡଙ୍କି ପାଇଁ ପ୍ରଣ୍ଟ ସିଟ୍ ନା କର୍ଣ୍ଣର ସିଟ୍ ବୁକ୍ କରିବି । ଏହାର ଉତ୍ତରରେ ଶାହାରୁଖ କହିଛନ୍ତି, ଭାଇ ମୋ ମନ କହୁଛି ହାଉସଫୁଲ ହୋଇଯିବ । ଏଣୁ ସିଟ୍ ତ ମିଳିବନି ତୁମେ ଘରୁ ହିଁ ସୋଫା ନେଇକି ଆସିଯାଅ । ଆଉ ଜଣେ ଫ୍ୟାନ୍ ପଚାରିଛନ୍ତି, ସାର୍ ଲୁଟ ପୁଟ ଗୟା ବହୁତ ଭଲ ଲାଗିଲା । ଏବେ ଆଗାମୀ ଗୀତ ମଧ୍ଯ କାଲି ଦେଖାଇଦିଅ । ଏହାର ଉତ୍ତରରେ ସେ କହିଛନ୍ତି, ନା କାଲି ମୋର ଛୁଟି । ଆଗାମୀ ଗୀତ ପରେ ଡ୍ରପ୍‌ ହେବ । ଅପେକ୍ଷା କର ।

ରାଜକୁମାର ହିରାନୀଙ୍କ ଏହି ସିନେମାରେ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ଆସନ୍ତା ଖ୍ରୀଷ୍ଟମାସ ଅର୍ଥାତ୍ ୨୨ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାପୂର୍ବରୁ ୨୧ ଡିସେମ୍ବରରେ ସାରା ବିଶ୍ବରେ ରିଲିଜ ହେବ 'ଡଙ୍କି' । ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ହେବ ଜବାନ୍‌ଠୁ ବଡ ଧମାକା, ଅଟଲିଙ୍କ ଫିଲ୍ମରେ ଏକାଠି ନଜର ଆସିବେ ଶାହାରୁଖ-ବିଜୟ

ସୂଚନା ଥାଉ କି, ଏହି ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ପ୍ରଭାସଙ୍କ ଫିଲ୍ମ ସାଲାର ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରିବ । କାରଣ ଡଙ୍କି ଏବଂ 'ସାଲାର' 22 ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସାଲାରରେ ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍ ଏବଂ ଶ୍ରୁତି ହାସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର କନ୍ନଡ଼, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଦକ୍ଷିଣର ସୁପର ଭିଲେନ୍ ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.