ହାଇଦ୍ରାବାଦ: ବଲିଉଡର ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପୁଅ ଆନନ୍ଦ ଭୋସଲେଙ୍କୁ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । କିଛି ଦିନ ପୂର୍ବରୁ ହଠାତ୍ ତଳେ ପଡ଼ିଯିବା ଯୋଗୁଁ ତାଙ୍କୁ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ଦୁବାଇର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆନନ୍ଦ ମୁଣ୍ଡ ବୁଲାଇବା ପରେ ତଳେ ପଡ଼ିଯାଇଥିଲେ । ରିପୋର୍ଟ ଅନୁଯାୟୀ, ଏହି ଘଟଣା କିଛି ଦିନ ପୂର୍ବରୁ ଘଟିଥିଲା ।
ଆନନ୍ଦ ଭୋସଲେ ପୂର୍ବରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଗୋଟିଏ କୋଠରୀକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସୂଚନାନୁସାରେ, ଏହି ଘଟଣା ଘଟିବା ପରେ ଆଶା ଭୋସଲେ ଦୁବାଇରେ ଥିଲେ ଏବଂ ସେ ସେଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଘଟଣା ହଠାତ୍ ଘଟିଥିବାରୁ ପରିବାରରେ ଏକ ଭୟର ବାତାବରଣ ଦେଖାଦେଇଛି ।
ଉଲ୍ଲେଖନୀୟ ଯେ, ଆନନ୍ଦ ଭୋସଲେ ଆଶାଙ୍କର ଦ୍ୱିତୀୟ ପୁତ୍ର । ଆଶା ଭୋସଲେଙ୍କର ଆଉ ଏକ ପୁତ୍ର, ପ୍ରସିଦ୍ଧ ଗାୟକ ହେମନ୍ତ ମଧ୍ୟ ଥିଲେ, 2015ରେ କର୍କଟ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ଏହା ବ୍ୟତୀତ ଆଶା ଭୋଲସେଙ୍କର ଏକ ଝିଅ ବର୍ଷା ମଧ୍ୟ ଥିଲେ, ଯାହାଙ୍କର 2012ରେ ମୃତ୍ୟୁ ହୋଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ