ETV Bharat / entertainment

Asha Bhosle: 90ବର୍ଷରେ ବି ସଙ୍ଗୀତର ଯାତ୍ରା ଜାରି, 12 ହଜାରରୁ ଅଧିକ ଗୀତରେ ଦେଇଛନ୍ତି ସ୍ବର

ବଲିଉଡ ଭେଟେରାନ ଗାୟିକା ଆଶା ଭୋସଲେ ଗତ 7 ଦଶନ୍ଧି ଧରି ସଙ୍ଗୀତ ଜଗତରେ ସକ୍ରିୟ ରହିଛନ୍ତି । ଗାୟିକା ବଡ଼ ଭଉଣୀ ଲତା ମଙ୍ଗେଶକରଙ୍କ ପରି ଆଶା ମଧ୍ୟ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଆଶା ଭୋସଲେ ଆଜି ତାଙ୍କର 90ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ଗାୟିକାଙ୍କ ବିଷୟରେ କିଛି ରୋଚକ କଥା

author img

By ETV Bharat Odisha Team

Published : Sep 8, 2023, 6:51 PM IST

90ବର୍ଷରେ ବି ସଙ୍ଗୀତର ସଫର୍ ଜାରି, 12 ହଜାରରୁ ଅଧିକ ଗୀତରେ ଦେଇଛନ୍ତି ସ୍ବର

ହାଇଦ୍ରାବାଦ: ସଙ୍ଗୀତ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଶା ଭୋସଲେ ଭର୍ସାଟାଇଲ ସ୍ୱର ପାଇଁ ଜଣାଶୁଣା । ସଙ୍ଗୀତ ରାଣୀ ଆଶା ଭୋସଲେ ଦୀର୍ଘ ବର୍ଷ ଧରି ତାଙ୍କ ସ୍ୱରର ଯାଦୁରେ ଆମ ସମସ୍ତଙ୍କୁ ଆକର୍ଷିତ କରି ଆସୁଛନ୍ତି । ସେ ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇ କୋଟିକୋଟି ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଶା ଭୋସଲେ ପ୍ରତ୍ୟେକ ସଂଗୀତଜ୍ଞଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି । ଆଶା ଭୋସଲେ ଆଜି 90ବର୍ଷ ବୟସରେ ପାଦ ଥାପିଛନ୍ତି। ତଥାପି ସେ ନିଜ ସଙ୍ଗୀତର ଯାତ୍ରାକୁ ଜାରି ରଖିଛନ୍ତି । ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଗାୟିକାଙ୍କ ବିଷୟରେ କିଛି ରୋଚକ କଥା....

  • " class="align-text-top noRightClick twitterSection" data="">

ଆଶା ଭୋସଲେ 8 ସେପ୍ଟେମ୍ବର 1933ରେ ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେଶକର ଜଣେ ଅଭିନେତା ଏବଂ ଥିଏଟର କଳାକାର ଥିଲେ । ତାଙ୍କର ବଡ଼ ଭଉଣୀ ଭାରତ ରତ୍ନ କୋକିଳା କଣ୍ଠଧାରୀ ଲତା ମଙ୍ଗେଶକର ଦେଶର ସବୁଠାରୁ ସଫଳ ଗାୟିକା । ଭଉଣୀଙ୍କଠାରୁ ଅନୁପ୍ରାଣିତ ହୋଇ ଆଶା ଭୋସଲେ 16 ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ସଂଗୀତ ଜଗତରେ ସକ୍ରିୟ ଅଛନ୍ତି । ଆଶା ଭୋସଲେ ପ୍ରାୟ 75 ବର୍ଷ ଧରି ସଂଗୀତ ପରିବେଷଣ କରି ଆସୁଛନ୍ତି ।

16 ବର୍ଷ ବୟସରେ 32 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲେ

16 ବର୍ଷ ଆଶା ଭୋସଲେଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ବର୍ଷ ସେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହି ବର୍ଷ ସେ ତାଙ୍କ ବୟସରୁ ଦୁଇଗୁଣ ବଡ଼ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେ ଗଣପତ ରାଓ ଭୋସଲେଙ୍କୁ ବିବାହ କରିଥିଲେ । 1949 ମସିହାରେ ଉଭୟ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ କେବଳ 11 ବର୍ଷ ପର୍ଯ୍ୟନ୍ତ ତିଷ୍ଟିଥିଲା। ପରେ ଉଭୟ ଅଲଗା ହୋଇଥିଲେ। ଏହାର କିଛି ବର୍ଷ ପରେ ତାଙ୍କ ପୂର୍ବତନ ସ୍ୱାମୀ ଗଣପତ ରାଓ ଭୋସଲେଙ୍କ ମୃତ୍ୟୁ ଘଟିଥିଲା ।

ଆଶା ଭୋସଲେଙ୍କ ଜୀବନରେ ଦୁଃଖର ବାଦଲ

ଏହା ପରେ 1980 ମସିହାରେ ଆଶା ଭୋସଲେ ପ୍ରସିଦ୍ଧ ସଂଗୀତକାର ଆରଡି ବର୍ମନଙ୍କୁ ବିବାହ କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ଆଶାଙ୍କ 2ୟ ସ୍ବାମୀଙ୍କ ମଧ୍ୟ ପରଲୋକ ହୋଇଥିଲା । ଆଶାଙ୍କୁ 60 ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ଯାହାକୁ ନେଇ ଆଶା ପୁଣି ନିରାଶ ହୋଇଥିଲେ । ଏହାପରେ ସେ ନିଜ ପିଲାଙ୍କ ସହ ଖୁସିରେ ଜୀବନ ଅତିବାହିତ କରିବାକୁ ଭାବିଥିଲେ । ହେଲେ ତାହା ମଧ୍ୟ ହୋଇପାରିଲା ନାହିଁ । ଆଶାଙ୍କ ଝିଅ ବର୍ଷା ଭୋସଲେ 2012ରେ 54 ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ସେତେବେଳେ ଆଶା ନିଜେ 80 ବର୍ଷ ବୟସ ହୋଇଥିଲେ ଏବଂ ଏହି ଦୁଃଖ ସହିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଏହି ଘଟଣାର ତିନି ବର୍ଷ ପରେ ଅର୍ଥାତ୍ 2015ରେ ଆଶା ଭୋସଲେଙ୍କ ପୁଅ ହେମନ୍ତ ଭୋସଲେଙ୍କ ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିଲା ।

ସଂଗୀତର ଆରମ୍ଭ

ଆଶା ଭୋସଲେ ଫିଲ୍ମ 'ଚୁନରିଆ'ର ପ୍ରଥମ ଗୀତ' ସାୱନ୍ ଆୟା' ଗାଇଥିଲେ । ଏହାପରେ ଫିଲ୍ମ 'ନୟା ଡୋର' ଆଶାଙ୍କ କ୍ୟାରିୟରର ମୁଖ୍ୟ ମାଇଲଖୁଣ୍ଟ ପାଲଟିଥିଲା । ଏହାପରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କ ମନ ଜିତିଥିଲେ । 60 ଓ 70 ଦଶକରେ ଆଶା ଭୋସଲେଙ୍କୁ ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ହେଲେନଙ୍କ ସ୍ୱର ଭାବରେ ବିବେଚନା କରାଯାଉଥିଲା । ହେଲେନଙ୍କ ପାଇଁ ସେ 'ତିସରି ମଞ୍ଜିଲ'ରେ 'ୱୋ ହସିନା ଜୁଲଫୋ ୱାଲି', 'ପିୟା ତୁ ଅବ ତ ଆଜା, 'କାରୱାଁ' 'ମେରେ ଜୀବନ ସାଥୀ'ରେ, 'ଆଓ ନା ଗାଲେ ଲଗା ନା ନା' ଭଳି ଗୀତ ଗାଇଛନ୍ତି । 90 ଦଶକର ଗୀତରେ ଆଶା ଭୋସଲେଙ୍କର ଏକ ଭିନ୍ନ ଧୁମ ଥିଲା । ଆଜି ବି ସେ ନିଜ ସଙ୍ଗୀତର ସଫରକୁ ଜାରି ରଖିଥିବା ବେଳେ ଲୋକେ ଆଜି ବି ତାଙ୍କ ଗୀତର ଦିୱାନା ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଜବାନ୍'ର ସେଟ୍‌ରେ ପ୍ରଥମ ଥର ଶାହାରୁଖଙ୍କୁ ଭେଟିଥିଲେ ସାଙ୍ଗେ ସେଲଟ୍ରିମ୍, କହିଲେ-ତାଙ୍କ ଆଚରଣ ମୋ ହୃଦୟକୁ...

ହାସଲ କରିଥିବା ଉପଲବ୍ଧି

10 ବର୍ଷ ବୟସରୁ ଗୀତ ଗାଇଥିବା ଆଶା ଭୋସଲେଙ୍କ ଅନେକ ସଫଳତା ହାସଲ କରିଛନ୍ତି । ଏହି ସମୟରେ ସେ 'ଉମରାଓ ଜାନ' ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଏହା ବ୍ୟତୀତ ଆଶା ଭୋସଲେଙ୍କୁ ଦାଦାସାହେବ ଫାଲକେ ଏବଂ ପଦ୍ମଭୂଷଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେ 18 ଥର ଫିଲ୍ମଫେୟାର ପାଇଁ ମନୋନୀତ ହୋଇଛନ୍ତି, ଯେଉଁଥିରୁ ସେ 8 ଥର ଜିତିଛନ୍ତି । ଆଶା ଭୋସଲେ କେବଳ ସଂଗୀତ ଜଗତ ପାଇଁ ନୁହେଁ ବରଂ ତାଙ୍କ ସଂଘର୍ଷମୟ ଜୀବନ ନେଇ ସମସ୍ତଙ୍କ ପାଇଁ ଏକ ପ୍ରେରଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.