ହାଇଦ୍ରାବାଦ: କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା । ଏହି ଘଟଣାର ଅନୁସନ୍ଧାନ କରୁଥିବା ଖାଲାପୁର ପୋଲିସ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ନିତିନ ଦେଶାଇଙ୍କ ପତ୍ନୀ ନେହା ଦେଶାଇଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।
ନେହା ପୋଲିସକୁ କହିଛନ୍ତି ଯେ ECL ଫାଇନାନ୍ସ କମ୍ପାନୀ ଏବଂ ଏଡଲୱାଇସ୍ ଗ୍ରୁପର ଅଧିକାରୀମାନେ ଋଣକୁ ନେଇ ତାଙ୍କ ଉପରେ ମାନସିକ ଚାପ ପକାଉଥିଲେ । ଯାହାକୁ ନେଇ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ନେହାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା 306 ଏବଂ 34 ଅନୁଯାୟୀ ECL ଫାଇନାନ୍ସ କମ୍ପାନୀର ଅଧିକାରୀ ଏବଂ ଏଡଲୱାଇସ୍ ଗ୍ରୁପଙ୍କ ସମେତ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଖାଲାପୁର ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ଅଗଷ୍ଟ 2 ରେ ସକାଳ 4:30 ସମୟରେ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଦେଶାଇ ନିଜ ଷ୍ଟୁଡିଓ, ଏନଡି ଫିଲ୍ମ ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡି଼ିଥିଲା। ନିତିନଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଖବର ସମଗ୍ର ଇଣ୍ଡଷ୍ଟ୍ରିକୁ ଚକିତ କରିଛି । କୁହାଯାଉଛି ଯେ, ନିତିନ ଆର୍ଥିକ ସମସ୍ୟାରେ ପଡିଥିଲେ ଯେଉଁଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ।
ସୁଇସାଇଡ ନୋଟ୍ ରେକର୍ଡିଂ ଯଥା ନିତିନଙ୍କ ଫିଲ୍ମ ଷ୍ଟୁଡିଓରୁ କିଛି କ୍ଲିପ୍ ମଧ୍ୟ ପୋଲିସକୁ ମିଳିଛି । ଏହାକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି । କୁହାଯାଉଛି ଯେ, ନିତିନଙ୍କ ଆତ୍ମହତ୍ୟାର କାରଣ କ୍ଲିପ୍ରେ ମିଳିପାରିବ । ସେ ଏହି ରେକର୍ଡିଂରେ ତାଙ୍କ ଷ୍ଟୁଡିଓକୁ ତାଙ୍କଠାରୁ ଦୂର ନକରାଯିବାକୁ ଅପିଲ କରିବା ସହ ଷ୍ଟୁଡିଓ ନମ୍ବର 10ରେ ତାଙ୍କର ଶେଷ ରୀତିନୀତି କରାଯିବା ଉଚିତ ବୋଲି ସେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଅଗଷ୍ଟ ୨ରେ ନିତିନ ଦେଶାଇଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା, ଯେଉଁଥିରେ ଏହା ସ୍ପଷ୍ଟ ହୋଇଗଲା ଯେ କଳା ନିର୍ଦ୍ଦେଶକ ନିଜକୁ ଫାଶୀ ଦେଇଛନ୍ତି । ମୃତ୍ୟୁର 2 ଦିନ ପରେ ଅର୍ଥାତ୍ ଅଗଷ୍ଟ 4 ଶୁକ୍ରବାର ତାଙ୍କ ଫିଲ୍ମ ଷ୍ଟୁଡିଓ ପରିସରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆମୀର ଖାନ, ଆଶୁତୋଷ ଗୋବିରକରଙ୍କ ସମେତ ସମସ୍ତ ସେଲିବ୍ରେଟି ଏହି ସମୟରେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।