ହାଇଦ୍ରାବାଦ: ନିଜର ସୁମଧୁର କଣ୍ଠରେ ଗତ ଏକ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂହଙ୍କର ଆଜି 35ତମ ଜନ୍ମଦିନ । ନିଜ ସ୍ୱର ସହିତ ଅରିଜିତ ସିଂହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏତେ ବଡ ଷ୍ଟାରଡମ ଏବଂ ଲୋକପ୍ରିୟ ହୋଇଥିଲେ ମଧ୍ୟ ଅରିଜିତଙ୍କ ମନରେ ତିଳେ ହେଲେ ଗର୍ବ କି ଅହଙ୍କାର ମନୋଭାବ ନାହିଁ । ଅତି ସାଧାରଣ ଜୀବନଯାପନ ଅତିବାହିତ କରୁଥିବା ବ୍ୟକ୍ତି ହେଉଛନ୍ତି ଅରିଜିତ ସିଂହ ।
ଅରିଜିତ ସିଂହଙ୍କ ମାଆ ମଧ୍ୟ ଜଣେ ଗାୟିକା ଥିଲେ ଏବଂ ମାମୁଁ ଜଣେ ତାବଲା ବାଦକ ଥିଲେ । ଏହା ସହିତ ତାଙ୍କ ଆଈ ମଧ୍ୟ ଭାରତୀୟ ସାଂସ୍କୃତିକ ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ଏଭଳି ଆଧାରରେ ଅରିଜିତ୍ ନିଷ୍ପତ୍ତି ନେଇଥିଲେ ଯେ, ସେ ସଙ୍ଗୀତରେ କ୍ୟାରିୟର କରିବେ ଏବଂ ଏହା ପରେ ସେ ସଙ୍ଗୀତ ଜଗତରେ ଏକ ବଡ ନାମ ନାଁ ଅର୍ଜନ କରିଥିଲେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବା ଅରିଜିତ ସିଂଙ୍କ ପାଇଁ ଏତେ ସହଜ ନଥିଲା। ଉଲ୍ଲେଖନୀୟ ଯେ, ପ୍ରାରମ୍ଭରେ, 'ସାୱରିୟା' ଚଳଚ୍ଚିତ୍ର ପାଇଁ ଗାଇଥିବା ଗୀତକୁ ଏହି ଚଳଚ୍ଚିତ୍ରରୁ ବାହାର କରିଦିଆଯାଇଥିଲା ଏବଂ ରେକର୍ଡ କରିଥିବା ତାଙ୍କର ପ୍ରଥମ ଆଲବମ୍ କେବେ ବି ରିଲିଜ୍ ହୋଇନଥିଲା । ଏମିତି କି, ସିଙ୍ଗିଙ୍ଗ୍ ରିଆଲିଟି ସୋ ଫେମ୍ ଗୁରୁକୁଲରୁ ମଧ୍ୟ ଅରିଜିତଙ୍କୁ ବାହାର କରିଦିଆଯାଇଥିଲା ।
ବାସ୍ତବରେ, ଅରିଜିତ୍ ତାଙ୍କ ପରାମର୍ଶଦାତା ରାଜେନ୍ଦ୍ର ପ୍ରସାଦ ହଜାରୀଙ୍କ ନିର୍ଦ୍ଦେଶରେ ମ୍ୟୁଜିକ୍ ରିଆଲିଟି ସୋ 'ଫେମ୍ ଗୁରୁକୁଲ'ରେ ଅଂଶଗ୍ରହଣ କରିଥିଲେ । ମାତ୍ର ଏହି ସୋ'ରେ ତାଙ୍କ ସ୍ୱରକୁ ପସନ୍ଦ କରାଯାଇନଥିଲା । ସେ ଏହି ସୋରେ ଜିତିବାରେ ସେ ବିଫଳ ହୋଇଥିଲେ । ଯଦିଓ, ଅରିଜିତ୍ ଏହି ଶୋ’ରେ ଶ୍ରେଷ୍ଠ 5ରେ ପହଞ୍ଚିପାରିଥିଲେ ଏବଂ ତା’ପରେ ବି ତାଙ୍କୁ ବାହାର କରିଦିଆଯାଇଥିଲା । ତେବେ ଶଙ୍କର ମହାଦେବନ ତାଙ୍କ ଗୀତରେ ପ୍ରଭାବିତ ହୋଇ ତାଙ୍କୁ ହାଇସ୍କୁଲ ମ୍ୟୁଜିକାଲ 2ର ଆଲବମ ପାଇଁ ଏକ ଗୀତ ଅଫର କରିଥିଲେ।
ଏହି ଗୀତ ପରେ ଅରିଜିତ୍ ଅନେକ ଗୀତ ଗାଇଥିଲେ ଏବଂ ଏହାପରେ ତାଙ୍କୁ କଣ୍ଟ୍ରାକ୍ଟ ମିଳିବା ମଧ୍ୟ ଆରମ୍ଭ ହେଲା । ଏହା ପରେ ସେ ଫିଲ୍ମ 'ଆଶିକୀ ୨'ରେ ଗୀତ ଗାଇବାର ସୁଯୋଗ ପାଇଲେ ଏବଂ ଏହି ଚଳଚ୍ଚିତ୍ରର 'ତୁମ୍ ହି ହୋ 'ଗୀତ ତାଙ୍କୁ ରାତାରାତି ଏକ ବଡ ଷ୍ଟାର ବନାଇଦେଇଥିଲା । ଏହି ଗୀତ ପରେ ଅରିଜିତଙ୍କ ପାଇଁ ବଲିଉଡର ବାଟ ଖୋଲିଲା । 'ତୁମ୍ ହି ହୋ' ପରେ ଏହି ହଟ୍ ଲିଷ୍ଟରେ 'ଫିର ଭୀ ତୁମକୋ ଚାହୁଙ୍ଗା', 'ପଛତାଓଗେ', 'ପାଲ', 'ଖେରିୟତ', 'ସୋଚ ନା ସକେ', 'ଇଲାହି', 'ହମାରୀ ଅଧୁରୀ କାହାନୀ' ଅନ୍ତର୍ଭୁକ୍ତ । ଆଜି ବି ଇଣ୍ଡଷ୍ଟ୍ରିରେ ଅରିଜିତ୍ ସୁପର ହିଟ୍ ହୋଇ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ