ETV Bharat / entertainment

B'day Special: ଅରବାଜଙ୍କ ପାଇଁ ଦିୱାନି ଥିଲେ ମଲାଇକା, ବିବାହ ପାଇଁ କରିଥିଲେ ପ୍ରପୋଜ - ଅରବାଜ ଖାନ ଜନ୍ମଦିନ

ଅଭିନେତ୍ରୀ ମଲାଇକା ଅରୋରା ଯଦିଓ ଅରବାଜ ଖାନଙ୍କଠାରୁ ଅଲଗା ହୋଇଯାଇଛନ୍ତି କିନ୍ତୁ ଏପରି ବି ସମୟ ଥିଲା ଯେତେବେଳେ ଦୁହିଁଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚାରେ ଥିଲା । ସାରା ଜୀବନ ଏକାଠି ରହିବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେଇ ବିବାହ କରିଥିଲେ । ହେଲେ ତିଷ୍ଠିପାରିଲାନି ଏହି ଷ୍ଟାର କପୁଲଙ୍କ ବିବାହ । ଅଧିକ ପଢନ୍ତୁ

Etv Bharat ଅରବାଜଙ୍କ ପ୍ରେମରେ ପାଗଳି ଥିଲେ ମଲାଇକା, ନିଜେ ବିବାହ ପାଇଁ କରିଥିଲେ ପ୍ରପୋଜ

author img

By

Published : Aug 4, 2022, 10:41 AM IST

ହାଇଦ୍ରାବାଦ: ଅରବାଜ ଖାନ ଏବଂ ମଲାଇକା ଆରୋରା ଦୁହେଁ 19 ବର୍ଷର ଦାମ୍ପତ୍ୟ ଜୀବନ ବିତାଇଥିଲେ ଏବଂ ଏହା ପୂର୍ବରୁ ଉଭୟ ଦୀର୍ଘ ବର୍ଷ ଧରି ରିଲେସନସିପ୍‌ରେ ଥିଲେ । ଅର୍ଥାତ୍ ଦୁହେଁ ପାଖାପାଖି 25 ବର୍ଷ ଏକାଠି ବିତାଇଥିଲେ । ହେଲେ ସମ୍ପର୍କ ଭାଙ୍ଗିବା ଉଭୟ ମଲାଇକା ଏବଂ ଅରବାଜଙ୍କ ପାଇଁ ସହଜ ନଥିଲା । କିନ୍ତୁ ବେଳେବେଳେ ଜୀବନରେ ଏମିତି ମୋଡ଼ ବି ଆସିଯାଏ, ଯେଉଁ ସମ୍ପର୍କକୁ ଭଲପାଇବାରେ ଯୋଡି ଥିବ ତାକୁ ଘୃଣା କିମ୍ବା ରାଗରେ ଭାଙ୍ଗିବାକୁ ପଡେ । ସମାନ ଘଟଣା ସେମାନଙ୍କ ସହିତ ଘଟିଥିଲା, ଦୁହେଁ ଏହାକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ତାହା ଘଟିଲା ଯାହା ହେବାର ଥିଲା । ତେବେ ସେମାନଙ୍କର ପ୍ରେମ କାହାଣୀ (Arbaaz Khan Malaika Arora Story) ବି କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନଥିଲା । କୁହାଯାଏ ଯେ ମଲାଇକା ସେହି ସମୟରେ ଅରବାଜଙ୍କୁ ଏତେ ଭଲ ପାଉଥିଲେ ଯେ ସେ ନିଜେ ଆଗକୁ ଯାଇ ବିବାହ ପାଇଁ ଅରବାଜଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏକ ବିଜ୍ଞାପନର ସୁଟିଂ ସମୟରେ ଦୁହେଁ ପ୍ରଥମେ ସାକ୍ଷାତ ହୋଇଥିଲେ । ଯେଉଁଥିରେ ଉଭୟଙ୍କୁ କାଷ୍ଟ କରାଯାଇଥିଲା । ମଲାଇକାଙ୍କ ସୌନ୍ଦର୍ଯ୍ୟରେ ଅରବାଜ ପାଗଳ ହୋଇଯାଇଥିବା ବେଳେ ମଲାଇକା ମଧ୍ୟ ଅରବାଜଙ୍କ ବ୍ୟକ୍ତିତ୍ୱରେ ଫିଦା ହୋଇଯାଇଥିଲେ । ଧୀରେ ଧୀରେ, ଯେତେବେଳେ ସେମାନେ ଏକାଠି କାମ କଲେ, ସେମାନଙ୍କର ଘନିଷ୍ଠତା ମଧ୍ୟ ବଢିଚାଲିଲା ଏବଂ ଶେଷରେ ଦୁହେଁ ଡେଟିଂ ଆରମ୍ଭ କଲେ । ଉଭୟ ପାଖାପାଖି 5-6 ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କଲେ । ଅରବାଜଙ୍କୁ ଭଲଭାବେ ଜାଣିବା ଏବଂ ବୁଢିବା ପରେ ମଲାଇକା ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ସହ ଜୀବନ ବିତାଇବେ । ତେଣୁ ସେ ଏହି ପଦକ୍ଷେପ ନେଇ ଅରବାଜଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ଅରବାଜ ମଲାଇକାଙ୍କଠାରୁ ବିବାହ ପ୍ରସ୍ତାବ ଶୁଣିବା ମାତ୍ରେ ହଁ କରିଦେଇଥିଲେ । ସେତେବେଳେ ଅରବାଜ କେବଳ କହିଥିଲେ ଯେ ତୁମେ ତାରିଖ ଏବଂ ସ୍ଥାନ ସ୍ଥିର କର, ମୁଁ ପହଞ୍ଚିଯିବି । ଶେଷରେ ଏହି ବିବାହ ଉଭୟ ପରିବାରର ସହମତି ପରେ ହୋଇଥିଲା । ଖ୍ରୀଷ୍ଟିଆନ ଏବଂ ମୁସଲମାନ ରୀତିନୀତି ଅନୁଯାୟୀ ଡିସେମ୍ବର 1998 ରେ ଏହି ବିବାହ ହୋଇଥିଲା। ଏହାପରେ ତାଙ୍କ ଜୀବନରେ ଖୁସିର ଫଗୁଣ ଆଣି ଆସିଥିଲା ପୁଅ ଅରହାନ୍ । ଖୁବ ଖୁସିରେ କିଛି ବର୍ଷ ବିତାଇଲେ ଅରବାଜ ଓ ମଲାଇକା । ହେଲେ ଏହି ଖୁସି ଅଧିକ ଦିନ ତିଷ୍ଠି ପାରିନଥିଲା ।

19 ବର୍ଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ଶେଷରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଅରବାଜ ଖାନ୍ ନାଁରେ ଏକାଧିକ ବିବାଦ ମୁଣ୍ଡ ଟେକିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଥିଲା । ଏହାପରେ ୨୦୧୭ରେ ମଲାଇକା ଓ ଅରବାଜଙ୍କ ସମ୍ପର୍କ ସବୁଦିନ ପାଇଁ ଶେଷ ହୋଇଯାଇଥିଲା । ଏହି ଖବର କେବଳ ତାଙ୍କ ପରିବାର ଲୋକଙ୍କୁ ହିଁ ନୁହେଁ ବରଂ ଦୁହିଁଙ୍କ ଫ୍ୟାନ୍ସଙ୍କୁ ଗଭୀର ଆଘାତ ଦେଇଥିଲା । ତେବେ ଛାଡପତ୍ର ହେବାର ପ୍ରକୃତ କାରଣ କେହି ଜାଣନ୍ତି ନାହିଁ । ଅଲଗା ହେବା ପରେ ମଲାଇକା ଅର୍ଜୁନ କପୁର ଏବଂ ଅରବାଜ ତାଙ୍କ ଠାରୁ 22 ବର୍ଷ ସାନ ଜର୍ଜିଆ ସହିତ ଡେଟିଂ ଆରମ୍ଭ କରିଥିଲେ । ଜର୍ଜିଆ ଏକ ଅନ୍ତର୍ଜାତୀୟ ମଡେଲ ଏବଂ ନୃତ୍ୟଶିଳ୍ପୀ । ଅର୍ଜୁନ କପୁର ମଲାଇକା ଠାରୁ 12 ବର୍ଷ ସାନ । ବର୍ତ୍ତମାନ, ସେମାନେ ପରସ୍ପରଠାରୁ ଅଲଗା ହୋଇ ନୂଆ ଜୀବନରେ ଖୁସି ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.