ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସୁପର୍ହିଟ୍ ଯୋଡ଼ି ମଧ୍ୟରେ ଅନୁଷ୍କା ଶେଟ୍ଟୀ ଓ ପ୍ରଭାସଙ୍କ ଯୋଡ଼ିକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଫିଲ୍ମ ବାହୁବଲୀରେ ଅନୁଷ୍କା ସେଟ୍ଟୀ ଓ ପ୍ରଭାସ ଅବା ଅମରେନ୍ଦ୍ର ବାହୁବଲୀ ଓ ଦେବସେନୀଙ୍କ ଯୋଡ଼ି ଦର୍ଶକଙ୍କୁ ଦିୱାନା କରିଥିଲା । ଦୁଇଜଣଙ୍କ ସାନ୍ଦାର କେମିଷ୍ଟ୍ରି ଦେଖିବା ପରେ ଫ୍ୟାନ୍ସ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଅନୁଷ୍କା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ପ୍ରଭାସ ଏବଂ ସେ ପୁଣି ବଡ଼ ପରଦାରେ ଏକାଠି ନଜର ଅସିବାକୁ ଯାଉଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ସାଉଥ୍ ବିୟୁଟି ଅନୁଷ୍କା କହିଛନ୍ତି,"ମୁଁ ଜାଣେ ଯେ ଫ୍ୟାନ୍ସ ଆମ ଯୋଡ଼ିକୁ ବେଶ ପସନ୍ଦ କରିଛନ୍ତି । ଆମେ ବଡ଼ ପରଦାରେ ଏକାଠି ନଜର ଅସିବା ବଡ଼ କଥା ନୁହେଁ । କିନ୍ତୁ ଏକ ସୁନ୍ଦର ଏବଂ ଅକର୍ଷଣୀୟ କାହାଣୀ ଦରକାର । ମୁଁ ଆଶା କରୁଛି ଯେ କେହି ଜଣେ ଭଲ ସ୍କ୍ରିପ୍ଟ ଲେଖିବେ ଯାହା ଉଭୟ ପ୍ରଭାସ ଏବଂ ମୋତେ ଆକର୍ଷିତ କରିବ । ଆମେ ଏପରି ଏକ କାହାଣୀ ଅପେକ୍ଷାରେ ଅଛୁ ।"
ଏହା ମଧ୍ୟ ପଢନ୍ତୁ...ରଜନୀକାନ୍ତଙ୍କୁ ଭେଟିଲେ ଜୁଡ ଆନ୍ଥନି ଜୋସେଫ୍, ପାଦ ଛୁଇଁ ନେଲେ ଆଶୀର୍ବାଦ
ଆପଣଙ୍କୁ କହି ରଖୁଛୁ ଯେ, ଅନୁଷ୍କା ଓ ପ୍ରଭାସ ଏକାଠି 2008 ମସିହାରେ ରିଲିଜ ହେଇଥିବା ‘ବିଲା’ ଫିଲ୍ମରେ ନଜର ଆସିଥିଲେ । ଏହାପରେ ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ର କରିଥିଲେ । ଯାହକୁ ନେଇ ଟଲିଉଡର ବେଷ୍ଟ ଯୋଡ଼ିର ଆୱାର୍ଡ ମଧ୍ୟ ହାତେଇଛନ୍ତି । ଉଭୟଙ୍କ ଯୋଡ଼ି ଏତେ ପପୁଲାର ହେଲା ଯେ ଅନୁଷ୍କା ଶେଟ୍ଟୀଙ୍କ ସହ ପ୍ରଭାସଙ୍କ ବିବାହର ଗୁଜବ ମଧ୍ୟ ଉଡ଼ିବା ଆରମ୍ଭ ହୋଇଥିଲା । ସାକ୍ଷାତକାର ସମୟରେ ଯେତେବେଳେ ଅନୁଷ୍କାଙ୍କୁ ପଚରାଗଲା ଯେ ସେ ବିବାହ କରିବେ କି ନାହିଁ, ସେ ସମୟରେ ଅନୁଷ୍କା ହସି ହସି ଉତ୍ତର ଦେଲେ 'ସତ କହିବାକୁ ଗଲେ ମୋର ବିବାହକୁ ନେଇ କିଛି ପ୍ଲାନିଂ ନାହିଁ । ତେବେ ବିବାହ କେବେ ମୋ ପାଇଁ ଚିନ୍ତ ନଥିଲା କି ନାହିଁ । ଦେଖିବା ଆଗକୁ କ’ଣ ଘଟୁଛି ।
ଏହା ମଧ୍ୟ ପଢନ୍ତୁ...ସାମନ୍ଥାଙ୍କ ସହ ନାଗା ଚୈତନ୍ୟ କଲେ କି ପ୍ୟାଚଅପ୍ ? ଅଭିନେତାଙ୍କ ଫଟୋ ଦେଲା ହିଣ୍ଟ୍
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ