ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା । ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ ଦେଶୀ ଲୁକ୍ରେ ନଜର ଆସିଥିଲେ । ଅନୁଷ୍କା ଶର୍ମା ବିମାନବନ୍ଦର ଲୁକ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ଅନୁଷ୍କାଙ୍କୁ ଏଥିନିକ୍ ଏୟାରପୋର୍ଟ ଲୁକ୍ରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଦେଖି ଅନୁଷ୍କାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିନେତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ସିମ୍ପଲ ଲୁକ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ବିମାନବନ୍ଦରରେ ଅନୁଷ୍କାଙ୍କୁ ଏକାକୀ ଦେଖିବାକୁ ମିଳିଛି ।
ଅନୁଷ୍କାଙ୍କ ଏଥିନିକ୍ ଏୟାରପୋର୍ଟ ଲୁକ୍
ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏଥିନିକ୍ ଏୟାରପୋର୍ଟ ଲୁକ୍ ବିଷୟରେ କହିବାକୁ ଗଲେ, ସେ ଏକ ପିଚ୍ ରଙ୍ଗର ପ୍ରିଣ୍ଟେଡ୍ ସୁଟ୍, ପାଲାଜୋ ଏବଂ ଏକ ଡୁପଟା ପକାଇଥିବାର ନଜର ଆସିଛନ୍ତି । ସେ ଫ୍ଲାଟ ଚପଲ ପିନ୍ଧିଥିବାବେଳେ ଅଭିନେତ୍ରୀ ତାଙ୍କ ଦେଶୀ ପୋଷାକରେ ଧଳା ବ୍ୟାଗ କ୍ୟାରି କରିଛନ୍ତି । ଏହା ସହିତ ଅଭିନେତ୍ରୀଙ୍କ ମୁହଁରେ ଏକ ସୁନ୍ଦର ସ୍ମାଇଲ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: Tamil TV Actor Pawan Death: ହୃଦଘାତରେ ଚାଲିଗଲା 25 ବର୍ଷୀୟ ଟିଭି ଅଭିନେତାଙ୍କ ଜୀବନ
ଅନୁଷ୍କାଙ୍କ ଦେଶୀ ଲୁକ୍ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ୱା ଅନୁଷ୍କା ସାଲୱାର କମିଜରେ ଆଜି ବହୁତ ସୁନ୍ଦର ଦେଖାଯାଉଛ' । ଅନ୍ୟ ଜଣେ ପ୍ରଶଂସକ ମଧ୍ୟ ଅଭିନେତ୍ରୀଙ୍କ ଦେଶୀ ଲୁକକୁ ସୁନ୍ଦର ଟ୍ୟାଗ୍ ଦେଇଛନ୍ତି । ଏଥିସହିତ ଅନୁଷ୍କାଙ୍କର ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, 'ତୁମେ ସବୁଥର ପରି ଏଥର ମଧ୍ୟ ସୁନ୍ଦର ଦେଖାଯାଉଛ'। ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ପାରମ୍ପରିକ ପୋଷାକରେ କେତେ ସୁନ୍ଦର ଦେଖାଯାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: Gadar 2 ଦେଖି ରାଗିଲେ ପାକିସ୍ତାନ ଦର୍ଶକ, ସନ୍ନି ଦେଓଲଙ୍କୁ ଦେଲେ ଚେତାବନୀ
ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ କାମ ବିଷୟରେ କହିବାକୁ ଗଲେ, ସେ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟରେ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବୋଲର ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍ ‘ଚକଦେ ଏକ୍ସପ୍ରେସ’ରେ ନଜର ଆସିବେ । ଏବେ ଅନେକ ଦିନର ବ୍ୟବଧାନ ପରେ ସ୍କ୍ରିନ୍କୁ ପୁଣି କମ୍ବ୍ୟାକ୍ କରିବେ ଅଭିନେତ୍ରୀ । ଫିଲ୍ମରେ ଅନୁଷ୍କା ମହିଳା କ୍ରିକେଟର ଝୁଲଣଙ୍କ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁସାରେ ଏହି ଫିଲ୍ମର ନାଁ ‘ଚକଦେ ଏକ୍ସପ୍ରେସ’ ରଖାଯିବ । ତେବେ ବିବାହ ପରଠୁ ପରଦାରୁ ଏକ ପ୍ରକାର ଦୂରେଇ ଯାଇଥିଲେ ଅନୁଷ୍କା ଶର୍ମା । ଫିଲ୍ମ ଜିରୋରେ ଅନୁଷ୍କାଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା ।