ହାଇଦ୍ରାବାଦ: ପୁଣି ଥରେ ମାଆ ହେବେ ଅନୁଷ୍କା ଶର୍ମା । ବି-ଟାଉନର ପାଓ୍ୱରଫୁଲ୍ କପଲ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ 2017ରେ ବଡ ଧୁମ୍ଧାମର ସହିତ ବିବାହ କରିଥିଲେ । ବିବାହର ଚାରି ବର୍ଷ ପରେ ଏହି ଦମ୍ପତି ଭାମିକା କୋହଲି ନାମକ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ । ଏବେ ଖବର ଆସୁଛି ଯେ ଅନୁଷ୍କା ଏବଂ ବିରାଟ ଶୀଘ୍ର ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି ।
ଅନୁଷ୍କା ଶର୍ମା ଗର୍ଭବତୀ କି ?
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି । ଅନୁଷ୍କା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ଉପଭୋଗ କରୁଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଦୁଇ ମାସର ଗର୍ଭବତୀ ଅଛନ୍ତି ଅନୁଷ୍କା ଶର୍ମା । ବିଶ୍ୱାସ କରାଯାଏ ଯେ ପୂର୍ବ ଥର ଭଳି, ଏଥର ମଧ୍ୟ ସେ ଗର୍ଭଧାରଣର ଶେଷ ପର୍ଯ୍ୟାୟରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିବେ ।
କ୍ଲିନିକ୍ରେ ସ୍ପଟ୍ ହୋଇଥିଲେ ଅନୁଷ୍କା-ବିରାଟ
ଅନୁଷ୍କା ଶର୍ମା ଗର୍ଭବତୀ ହେବା ଖବର ଭାଇରାଲ ହେବାର କାରଣ, କିଛି ସମୟ ପୂର୍ବରୁ ଅଭିନେତ୍ରୀ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇର ଏକ ମେଟରନିଟି କ୍ଲିନିକ୍ରେ ନଜର ଆସିଥିଲେ । କୁହାଯାଉଛି ଯେ ସେହି ସମୟରେ ଅନୁଷ୍କା ଏବଂ ବିରାଟ ଫଟୋ ଏବଂ ଭିଡିଓ ପୋଷ୍ଟ ନକରିବାକୁ ପାପାରାଜିଙ୍କୁ ଅନୁରୋଧ କରିଥିଲେ । କେବଳ ଏତିକି ନୁହେଁ ଅନୁଷ୍କା ଶର୍ମା ମଧ୍ୟ ଗତ କିଛି ଦିନ ହେବ ମିଡିଆ ଲାଇମଲାଇଟରୁ ଦୂରେଇ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Happy Birthday Vamika: ୧ ବର୍ଷରେ ପାଦ ଥାପିଲା ବିରୁଷ୍କାଙ୍କ ରାଜକୁମାରୀ
ଝିଅ ଭାମିକାକୁ ଲାଇମଲାଇଟଠାରୁ ଦୂରେଇ ରଖିଛନ୍ତି କପଲ୍
11 ଜାନୁଆରୀ 2021ରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଝିଅ ଭାମିକା କୋହଲିଙ୍କୁ ସ୍ୱାଗତ କରିଥିଲେ । ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଥିବାରୁ ବହୁତ ଖୁସି ଥିଲେ । ତଥାପି, ଏହି ଦମ୍ପତି ନିଜ ଝିଅକୁ ଲାଇମଲାଇଟ୍ ଠାରୁ ଦୂରରେ ରଖନ୍ତି । ଦମ୍ପତି ଏପର୍ଯ୍ୟନ୍ତ ଦୁହେଁ ନିଜ ଝିଅର ଚେହେରା ସର୍ବସାଧାରଣରେ ଦେଖାଇନାହାନ୍ତି ।
ଅନୁଷ୍କାଙ୍କ ଓ୍ୱାର୍କଫ୍ରଣ୍ଟ
ଅନୁଷ୍କା ଶର୍ମାଙ୍କ ଓ୍ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅନୁଷ୍କା ଶର୍ମା 2018ରେ ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଜିରୋ'ରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ବୁଲବୁଲ (2020) ଏବଂ କାଲା (2022) ରେ ବିଶେଷ ଭୂମିକାରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କୁ ଷ୍ଟାର ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ବାୟୋପିକରେ 'ଚକଦା ଏକ୍ସପ୍ରେସ'ର ଦେଖିବାକୁ ମିଳିବ, କିନ୍ତୁ ଏହି ଚଳଚ୍ଚିତ୍ରର ରିଲିଜ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ ।