ETV Bharat / entertainment

539ତମ ଫିଲ୍ମ ଘୋଷଣା କଲେ ଅନୁପମ ଖେର, ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

author img

By

Published : Jul 13, 2023, 12:07 PM IST

ବଲିଉଡ ଅଭିନେତା ଅନୁପମ ଖେର ତାଙ୍କର ନୂଆ ତଥା 539 ତମ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

539ତମ ଚଳଚ୍ଚିତ୍ର ଘୋଷଣା କଲେ ଅନୁପମ ଖେର, ଫଟୋ ସେୟାର କରି ଦେଲେ ସୂଚନା

ହାଇଦ୍ରାବାଦ: ଅଭିନେତା ଅନୁପମ ଖେର ଦୀର୍ଘ ଦିନ ଧରି ମନୋରଞ୍ଜନ ଜଗତରେ ଜଡିତ ହୋଇ ରହିଛନ୍ତି । ସେ ଛୋଟ ଏବଂ ବଡ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅନୁପମ ବର୍ତ୍ତମାନ ତାଙ୍କ କ୍ୟାରିୟରର 539 ତମ ଚଳଚ୍ଚିତ୍ର କରୁଛନ୍ତି ଏବଂ ସେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସୋସିଆଲ ମିଡିଆରେ ଅନୁପମ ତାଙ୍କର ଆଗାମୀ ଚଳଚ୍ଚିତ୍ରରୁ ତାଙ୍କର ଲୁକ ସେୟାର କରି ଏହି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଅନୁପମ ଖେର ଗୋଟିଏ ପରେ ଗୋଟିଏ ଫିଲ୍ମ ଘୋଷଣା କରୁଛନ୍ତି । ନିକଟରେ ବିବାଦୀୟ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ' ଫେମ ଅଭିନେତା ମହାନ ସାହିତ୍ୟିକ ରବୀନ୍ଦ୍ରନାଥ ଟାଗୋରଙ୍କ ଉପରେ ଆଧାରିତ ତାଙ୍କର 538 ତମ ଚଳଚ୍ଚିତ୍ର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଅଭିନେତା ଆଜି ତାଙ୍କ ଅନ୍ୟ ଏକ ଫିଲ୍ମ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରିଛନ୍ତି । ନିଜ ଇନଷ୍ଟାଗ୍ରାମରେ ଅନୁପମ ସେୟାର କରିଛନ୍ତି । ଯେଉଁଥିରେ ସେ ସାପରେ ନିର୍ମିତ ଏକ ସୁବର୍ଣ୍ଣ ସିଂହାସନରେ ବସିଥିବାର ନଜର ଆସିଛନ୍ତି ।

ଏହି ପୋଷ୍ଟକୁ ସେୟାର କରି ଅଭିନେତା ଲେଖିଛନ୍ତି, ମୋର 539 ତମ ଚଳଚ୍ଚିତ୍ର, ଏହା କୌଣସି ପୁରାଣ ଏବଂ ବଡ କାହାଣୀ ଉପରେ ଆଧାରିତ ଫିଲ୍ମ ନୁହେଁ, କିନ୍ତୁ ଭାରତର ସବୁଠୁ ବଡ ବହୁଭାଷୀ କଳ୍ପନା ଚଳଚ୍ଚିତ୍ର ଏବଂ ବିଷୟଟି ବହୁତ ଭଲ, ନିର୍ମାତାମାନେ 24 ଅଗଷ୍ଟରେ ଏହି ଚଳଚ୍ଚିତ୍ର ବିଷୟରେ ଅଧିକ ସୂଚନା ଦେବେ । ଏହା ମଧ୍ୟରେ ଆପଣ ମୋ ଲୁକକୁ ଦେଖି ଏହାର ଅନୁମାନ କରିପାରିବ । ଜୟ ହୋ।''

ଏହା ମଧ୍ୟ ପଢନ୍ତୁ: ଟଲିଉଡକୁ ଫେରିଲେ ଅନୁପମ, ରବି ତେଜାଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

ଅନୁପମଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମାନେ ଏହାକୁ 'ନାଗିନ୍'ର ପରବର୍ତ୍ତୀ ଅଂଶ ବୋଲି କହୁଛନ୍ତି । ଅନୁପମ ଖେରଙ୍କ ଏହି ଲୁକ୍ ଦେଖି ଦର୍ଶକ ଫିଲ୍ମ 'ନାଗିନ'କୁ ମନେ ପକାଇଛନ୍ତି । ଜଣେ ଲେଖିଛନ୍ତି ଯେ 'ନାଗିନ୍'ର ତୃତୀୟ ଭାଗ ତିଆରି ହେଉଛି । ଏହି ସମୟରେ, କିଛି ଲୋକ ଅନୁପମଙ୍କ ଲୁକକୁ ଅମରେଶ ପୁରୀର ଲୁକ ବୋଲି କହିଛନ୍ତି । ଫ୍ୟାନ୍ସଙ୍କ କହିବାନୁସାରେ, ଅନୁପମଙ୍କ ଲୁକ ଅମରେଶଙ୍କ ଲୁକରୁ 'ମୋଗେମ୍ବୋ' ଏବଂ 'ଇଣ୍ଡିଆନା ଜୋନ୍ସ ଆଣ୍ଡ ଦ ଟେମ୍ପୁଲ ଅଫ୍ ଡୁମ୍'ରେ କପି କରାଯାଇଛି ।

ଅନୁପମ୍ ଖେରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅନୁପମଙ୍କ ପାଖରେ ଅନକେ ପ୍ରୋଜେକ୍ଟ ରହିଛି । ସେ ଏମରଜେନ୍ସି, ସିଗନେଚର, ବିଜୟ 69, ମେଟ୍ରୋ ଇନ ଦିନୋରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ବିଜୟ 69 OTTରେ ରିଲିଜ ହେବ । ମେଟ୍ରୋ ଇନ ଦିନୋ ଚଳିତବର୍ଷ ଡିସେମ୍ବର 8ରେ ସିନେମାହଲରେ ରିଲିଜ ହେବ । ଏଥିସହ ଟଲିଉଡର ଆକ୍ସନ୍ ତଥା କମେଡି ଅଭିନେତା ରବି ତେଜାଙ୍କ ଆଗାମୀ ଫିଲ୍ମ 'ଟାଇଗର ନାଗେଶ୍ୱର ରାଓ'ରେ ମଧ୍ୟ ନଜର ଆସିବେ ଅନୁପମ ଖେର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.